ଗୋଟିଏ ବର୍ଷରେ କେତେ ସଂଖ୍ୟାରେ କରାଯାଇଥାଏ IAS ଚୟନ? ଜାଣନ୍ତୁ କିପରି ଦିଆଯାଏ ଏମାନଙ୍କୁ ଟ୍ରେନିଂ
Advertisement
Article Detail0/zeeodisha/odisha2020207

ଗୋଟିଏ ବର୍ଷରେ କେତେ ସଂଖ୍ୟାରେ କରାଯାଇଥାଏ IAS ଚୟନ? ଜାଣନ୍ତୁ କିପରି ଦିଆଯାଏ ଏମାନଙ୍କୁ ଟ୍ରେନିଂ

UPSC CSE 2023 ସାକ୍ଷାତକାର ତାରିଖ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦୨୬ ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଛି । IAS ଟ୍ରେନିଂ କିପରି କରାଯାଏ ଓ କେତେ ପର୍ଯ୍ୟାୟରେ ହୋଇଥାଏ ଆସନ୍ତୁ ଜଣାଉଛୁ ।

 

UPSC CSE 2023

UPSC ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୩ ପାଇଁ ସାକ୍ଷାତକାର ସୂଚୀ ପ୍ରକାଶ କରିଛି । ମୁଖ୍ୟ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ବର୍ତ୍ତମାନ ସାକ୍ଷାତକାରରେ ଉପସ୍ଥିତ ହେବେ ଓ ସାକ୍ଷାତକାରରେ ସଫଳ ହେବା ପରେ ସେମାନଙ୍କର ଅନ୍ତିମ ଚୟନ କରାଯିବ । ସାକ୍ଷାତକାର ୨ ଜାନୁୟାରୀ ୨୦୨୪ ରୁ ଆରମ୍ଭ ହେବ । ଏହା ହେଉଛି ଦେଶର ସବୁଠାରୁ ସମ୍ମାନଜନକ କାର୍ଯ୍ୟ । ପ୍ରତିବର୍ଷ ଲକ୍ଷ ଲକ୍ଷ ପ୍ରାର୍ଥୀ UPSC ସିଭିଲ ସର୍ଭିସ ପରୀକ୍ଷାରେ ଉପସ୍ଥିତ ହୁଅନ୍ତି । ସମସ୍ତେ IAS ଓ IPS ହେବାର ସ୍ୱପ୍ନ ଦେଖନ୍ତି । ଆସନ୍ତୁ ଜାଣିବା ପ୍ରତିବର୍ଷ ଦେଶରେ କେତେ IAS ଚୟନ କରାଯାଏ ଓ ସେମାନଙ୍କର ପ୍ରଶିକ୍ଷଣ କିପରି କରାଯାଏ ।

UPSC ପାଇଁ କ୍ରେଜ୍ ଦେଶରେ ଏତେ ଅଧିକ ଯେ ଯୁବକମାନେ ଆଇଆଇଟି ଛାଡି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ପ୍ୟାକେଜ୍ ସହିତ ଚାକିରି ଛାଡି ଏଥିପାଇଁ ପ୍ରସ୍ତୁତ ହୁଅନ୍ତି ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେମାନେ ଆଇଏଏସ୍ ହୁଅନ୍ତି । UPSC ଦ୍ୱାରା ପ୍ରତିବର୍ଷ ମନୋନୀତ IAS ଅଧିକାରୀଙ୍କ ସଂଖ୍ୟା ୧୮୦ ରେ ସ୍ଥିର କରାଯାଇଛି । ବସୱାନ କମିଟି ରିପୋର୍ଟରେ ଏହା ସୁପାରିଶ କରାଯାଇଥିଲା । UPSC CSE ପରୀକ୍ଷାର ଫର୍ମାଟ୍, ବୟସ ସୀମା, ଚୟନ ଇତ୍ୟାଦି ଉପରେ ସୁପାରିଶ କରିବାକୁ କେନ୍ଦ୍ର ସରକାର ଏହି କମିଟି ଗଠନ କରିଥିଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ଅନେକ ପର୍ଯ୍ୟାୟ ତାଲିମ ନେବାକୁ ପଡିଥାଏ ଓ ଏହା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଏ ।

କେଉଁଠାରେ ହୁଏ IAS ତାଲିମ?
ମୁସୋରିରେ ଅବସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ଆଇଏଏସ୍ ଟ୍ରେନିଂ କରାଯାଏ । IAS ପଦବୀ ପାଇଁ ମନୋନୀତ ଯୁବକମାନଙ୍କୁ ଦୁଇ ବର୍ଷର ତାଲିମ ଦିଆଯାଏ । ଟ୍ରେନିଂର ପ୍ରଥମ ତିନିମାସରେ IAS ଓ IPS କୁ ସାଥିରେ ତାଲିମ ଦିଆଯାଏ । ଏହା ପରେ IAS ଓ IPS ର ପ୍ରଶିକ୍ଷଣ ଅଲଗା ହୋଇଥାଏ । ପରବର୍ତ୍ତୀ ତାଲିମ ପାଇଁ ଆଇପିଏସ୍ ଟ୍ରେନି ମାନଙ୍କୁ ହାଇଦ୍ରାବାଦକୁ ପଠାଯାଏ ।

ତିନିଟି ପର୍ଯ୍ୟାୟରେ ହୋଇଥାଏ ଟ୍ରେନିଂ
ଟ୍ରେନିଂର ପ୍ରଥମ ପର୍ଯ୍ୟାୟରେ ଫାଉଣ୍ଡେସନ୍ ପାଠ୍ୟକ୍ରମ ଅନୁଷ୍ଠିତ ହୁଏ । ଏଥିରେ IAS ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ପ୍ରଶାସନିକ ଦକ୍ଷତା ଉପରେ ଟ୍ରେନିଂ ଦିଆଯାଏ । ଏହା ସହିତ ଅନେକ କାର୍ଯ୍ୟକଳାପ ମଧ୍ୟ ସଂଗଠିତ ହୋଇଥାଏ । ସମସ୍ତରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ଅଟେ । ଦ୍ୱିତୀୟ ପର୍ଯ୍ୟାୟରେ ଟ୍ରେନିଂରେ, ସେମାନଙ୍କୁ ବୃତ୍ତିଗତ ତାଲିମ ଦିଆଯାଏ । ଏଥିରେ ପ୍ରାର୍ଥୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଏ । ସମସ୍ତ କ୍ଷେତ୍ର ଏଥିରେ ଅନ୍ତର୍ଭୁକ୍ତ ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ କଥା କହୁଛୁ, ଯେଉଁଥିରେ ମନୋନୀତ ପ୍ରାର୍ଥୀମାନେ ସେମାନଙ୍କ ରାଜ୍ୟ କ୍ୟାଡରକୁ ପଠାଯାଏ, ଯେଉଁଠାରେ ସେମାନେ ସେହି ରାଜ୍ୟର ଭାଷା ଓ ସେଠାରେ ଥିବା ଲୋକଙ୍କ ଭାଷାରେ ତାଲିମ ନିଅନ୍ତି, ଯାହା ଦ୍ୱାରା ସେମାନେ ସେଠାରେ ନିୟୋଜନ ପରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଏବଂ ସେମାନେ ସହଜରେ ଲୋକଙ୍କ ସମସ୍ୟା ବୁଝିପାରିବେ ଓ ସମାଧାନ କରିପାରିବେ । ରାଜ୍ୟ କ୍ୟାଡର ତାଲିମ ପରେ ସେମାନଙ୍କୁ ପୁନର୍ବାର ମୁସୁରୀକୁ ଆସିବାକୁ ପଡ଼ିଥାଏ 
ଓ ସେମାନଙ୍କୁ ବିଭିନ୍ନ ସ୍ଥାନରେ ପୋଷ୍ଟିଂ କରାଯାଏ ।