Electoral Bond:ନିର୍ବାଚନୀ ବଣ୍ଡ୍ କ’ଣ ? କାହିଁକି ଏହା ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ୍ ?
Advertisement
Article Detail0/zeeodisha/odisha2112587

Electoral Bond:ନିର୍ବାଚନୀ ବଣ୍ଡ୍ କ’ଣ ? କାହିଁକି ଏହା ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ୍ ?

ନିର୍ବାଚନ ବଣ୍ଡ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ନିର୍ବାଚନ ବଣ୍ଡକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। ନିର୍ବାଚନ ବଣ୍ଡ ବିକ୍ରି ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନିଷେଧାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ 5 ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ ଗ

SOCIAL MEDIA

Electoral Bond:

ନିର୍ବାଚନ ବଣ୍ଡ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ନିର୍ବାଚନ ବଣ୍ଡକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। ନିର୍ବାଚନ ବଣ୍ଡ ବିକ୍ରି ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନିଷେଧାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ 5 ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ ଗୁରୁବାର ଦିନ ଏହି ରାୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ 2019 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ପଡିବ। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଆୟକର ଅଧିନିୟମର ଧାରା ୧୩୯ ଦ୍ୱାରା ସଂସୋଧିତ ଧାରା ୨୯(୧)(ଗ) ଆର୍ଥିକ ଅଧିନିୟମ ୨୦୧୭ ଦ୍ୱାରା ସଂସୋଧିତ ଧାରା ୧୩(ଖ)ର ପ୍ରାବଧାନା ଅନୁଛେଦ ୧୯(୧)(ଏ)ର ଉଲ୍ଲଂଘନ ଅଟେ ।  ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ ନିର୍ବାଚନ ବଣ୍ଡ ପ୍ରଦାନ କରୁଥିବା ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିର୍ବାଚନ ବଣ୍ଡ ଗ୍ରହଣ କରୁଥିବା ରାଜନନୈତିକ ଦଳର ସମସ୍ତ ବିବରଣୀ ଏବଂ ତଥ୍ୟ ପ୍ରକାଶ କରିବ। ମାର୍ଚ୍ଚ 6 ସୁଦ୍ଧା ଏହି ସବୁ ତଥ୍ୟକୁ  ନିର୍ବାଚନ ଆୟୋଗ (ECI)କୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ୍ ଆଦେଶ ଦେଇଛନ୍ତି । ମାର୍ଚ୍ଚ 13 ସୁଦ୍ଧା ECI ଏହାକୁ ନିଜର ଅଫିସିଆଲ୍ ୱେବସାଇଟରେ ପ୍ରକାଶ କରିବ । ଏଥିସହ ରାଜନୈତିକ ଦଳଗୁଡିକ ଯେଉଁ ଖାତାରୁ ଟଙ୍କା ଆସିଥିଲା ସେହି ଖାତାକୁ ଟଙ୍କା  ଫେରସ୍ତ କରିବେ ବୋଲି ଅଦାଲତ କହିଛନ୍ତି। ଆସନ୍ତୁ ଜାଣିବା ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ଅର୍ଥ କ’ଣ? ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସରକାରଙ୍କ ଉପରେ କି ପ୍ରଭାବ ପକାଇବ?

ଇଲେକ୍ଟ୍ରୋରାଲ ବଣ୍ଡ୍ କ’ଣ?

ଇଲେକ୍ଟ୍ରୋରାଲ ବଣ୍ଡ୍ ସୁଧମୁକ୍ତ ଧାରକ ବଣ୍ଡ୍ ବା ମନି ଇନଷ୍ଟ୍ରୁମେଣ୍ଟ୍ ହୋଇଥାଏ । ଯାହାକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ଗୁଡିକ ଜାରି କରୁଥିଲେ । ଭାରତୀୟ ନାଗରିକ କିମ୍ବା କମ୍ପାନୀ ଏହାକୁ କିଣି ପାରୁଥିଲେ । ୧୦୦୦,୧୦,୦୦୦., ୧ ଲକ୍ଷ.୧୦ ଲକ୍ଷ ଓ ୧ କୋଟି ଟଙ୍କାର ବଣ୍ଡରେ ଏହା ବିକ୍ରି ହେଉଥିଲା । କେୱଇସି ହୋଇଥିବା ବ୍ୟାଙ୍କ ଖାତା ଜରିଆରେ ଏହାକୁ କିଣାଯାଉଥିଲା । ରାଜନୈତିକ ଦଳଙ୍କୁ ଏହାକୁ ଏହି ବଣ୍ଡକୁ ଏକ ନିର୍ଧାରିତ ସମୟସୀମା ମଧ୍ୟରେ ଭଙ୍ଗାଇବାକୁ ପଡୁଥିଲା । ବଣ୍ଡରେ ଦାତାଙ୍କ ନାମ ଓ ଠିକଣା ରହୁନଥିବାରୁ ଏହାକୁ ଅଜ୍ଞାତ ସ୍ରୋତରୁ ଚାନ୍ଦା ଭାବେ ଗ୍ରହଣ କରାଯାଉଥିଲା । ଗୋଟିଏ କମ୍ପାନୀ କିମ୍ବା ବ୍ୟକ୍ତି କେତେ ସଂଖ୍ୟକ ବଣ୍ଡ୍ କିଣିପାରିବେ ତାକୁ ନେଇ କୌଣସି ସୀମା ନଥିଲା । ୨୦୧୬ ଓ ୨୦୧୭ ଆର୍ଥିକ ଆଇନ ମାଧ୍ୟମରେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ ପ୍ରବର୍ତ୍ତନ ପାଇଁ ସରକାର ୪ଟି ସଂଶୋଧନ କରିଥିଲେ । ୨୦୧୭ରେ କେନ୍ଦ୍ର ସରକାର ଇଲେକ୍ଟୋରାଲ ବଣ୍ଡ୍ ସ୍କିମକୁ ଆର୍ଥିକ ବିଧେୟକ ଭାବେ ସଦନରେ ରଖିଥିଲେ । ସଂସଦରୁ ପାସ୍ ହେବା ପରେ ୨୯ ଜାନୁଆରୀ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ ଅଧି ସୂଚନା ଜାରି ହୋଇଥିଲା ।

ସୁପ୍ରିମକୋର୍ଟଙ୍କ ଆଦେଶରେ କ’ଣ କହିଛନ୍ତି ?

•              ନିର୍ବାଚନୀ ବଣ୍ଡ୍,ଆୟକର ଅଧିନିୟମର ଧାରା ୧୩୯ ଦ୍ୱାରା ସଂଶୋଧିତ ଧାରା ୨୯(୧) (ଗ) ଓ ଆର୍ଥିକ ଅଧିନିୟମ ୨୦୧୭ ଦ୍ୱାରା ସଂଶୋଧିତ ଧାରା ୧୩(ବି)ର ପ୍ରାବଧାନ ଅନୁଛେଦ ୧୯(୧)(କ)ର ଉଲ୍ଲଂଘନ

•              ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିର୍ବାଚନୀ ବଣ୍ଡ୍ ପାଇଥିବା ରାଜନୈତିକ ଦଳ ଓ ସେମାନଙ୍କଠାରୁ ମିଳିଥିବା ସମ୍ପୂର୍ଣ୍ଣ ତଥ୍ୟକୁ ଜାରି କରିବା ସହିତ ଭାରତୀୟ ନିର୍ବାଚନ ଆୟୋଗକୁ ପ୍ରଦାନ କରୁ ।

•              ୧୩ ମାର୍ଚ୍ଚ ସୁଧା ନିର୍ବାଚନ ଆୟୋଗ ଏହି ତଥ୍ୟକୁ ନିଜ ଆଧିକାରିକ ୱେବସାଇଟରେ ପ୍ରକାଶିତ କରିବେ ।

•              ରାଜନୈତିକ ଦଳ ଏହାପରେ ଯେଉଁଖାତାରୁ ଚାନ୍ଦା ଆସିଥିବ ସେହି ଖାତାକୁ ଚାନ୍ଦା ଫେରାଇ ଦେବେ ।

•              ଏହି ଯୋଜନାର ଫାଇଦା କ୍ଷମତାରେ ଥିବା ଦଳ ଉଠାଇବା ଆଶଙ୍କା

•              ନିର୍ବାଚନୀ ବଣ୍ଡ ଯୋଜନା ଦ୍ୱାରା କଳା ଧନ ଉପରେ ଅଂକୁଶ ଲାଗି ପାରିବ ବୋଲି କହି ଏହାକୁ ବୈଧ କରାଯାଇ ପାରିବ ନାହିଁ ।

•              ଦାତାଙ୍କ ଗୋପନୀୟତା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ସମ୍ପୂର୍ଣ୍ଣ ରିହାତି ଦେଇ ରାଜନୈତିକ ପାଣ୍ଠି ସଂଗ୍ରହରେ ପାରଦର୍ଶିତା ହାସଲ କରାଯାଇ ପାରିବ ନାହିଁ ।