Political fund through bond:5 ବର୍ଷ ଭିତରେ ଇଲେକ୍ଟ୍ରୋରାଲ ବଣ୍ଡ୍ ମାଧ୍ୟମରେ କେଉଁ ଦଳ କେତେ ଟଙ୍କା ପାଇଛନ୍ତି ?
Advertisement
Article Detail0/zeeodisha/odisha2112640

Political fund through bond:5 ବର୍ଷ ଭିତରେ ଇଲେକ୍ଟ୍ରୋରାଲ ବଣ୍ଡ୍ ମାଧ୍ୟମରେ କେଉଁ ଦଳ କେତେ ଟଙ୍କା ପାଇଛନ୍ତି ?

ସୁପ୍ରିମକୋର୍ଟ୍ ଇଲେକ୍ଟ୍ରୋରାଲ ବଣ୍ଡ୍ ବା ନିର୍ବାଚନୀ ବଣ୍ଡକୁ ଅସିଦ୍ଧ ଘୋଷଣା କରିଛନ୍ତି । ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ 2019 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଆୟକର

SOCIAL MEDIA

Political fund through bond:

ସୁପ୍ରିମକୋର୍ଟ୍ ଇଲେକ୍ଟ୍ରୋରାଲ ବଣ୍ଡ୍ ବା ନିର୍ବାଚନୀ ବଣ୍ଡକୁ ଅସିଦ୍ଧ ଘୋଷଣା କରିଛନ୍ତି । ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ 2019 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଆୟକର ଅଧିନିୟମର ଧାରା ୧୩୯ ଦ୍ୱାରା ସଂସୋଧିତ ଧାରା ୨୯(୧)(ଗ) ଆର୍ଥିକ ଅଧିନିୟମ ୨୦୧୭ ଦ୍ୱାରା ସଂସୋଧିତ ଧାରା ୧୩(ଖ)ର ପ୍ରାବଧାନା ଅନୁଛେଦ ୧୯(୧)(ଏ)ର ଉଲ୍ଲଂଘନ ଅଟେ ।  ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ ନିର୍ବାଚନ ବଣ୍ଡ ପ୍ରଦାନ କରୁଥିବା ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିର୍ବାଚନ ବଣ୍ଡ ଗ୍ରହଣ କରୁଥିବା ରାଜନନୈତିକ ଦଳର ସମସ୍ତ ବିବରଣୀ ଏବଂ ତଥ୍ୟ ପ୍ରକାଶ କରିବ। ମାର୍ଚ୍ଚ 6 ସୁଦ୍ଧା ଏହି ସବୁ ତଥ୍ୟକୁ  ନିର୍ବାଚନ ଆୟୋଗ (ECI)କୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ୍ ଆଦେଶ ଦେଇଛନ୍ତି । ମାର୍ଚ୍ଚ 13 ସୁଦ୍ଧା ECI ଏହାକୁ ନିଜର ଅଫିସିଆଲ୍ ୱେବସାଇଟରେ ପ୍ରକାଶ କରିବ । ଏଥିସହ ରାଜନୈତିକ ଦଳଗୁଡିକ ଯେଉଁ ଖାତାରୁ ଟଙ୍କା ଆସିଥିଲା ସେହି ଖାତାକୁ ଟଙ୍କା  ଫେରସ୍ତ କରିବେ ବୋଲି ଅଦାଲତ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ପରେ ଗୋଟିଏ କଥା ମନକୁ ଆସୁଥିବ ଯେ, ଗତ ୫ ବର୍ଷ ମଧ୍ୟରେ ରାଜନୈତିକ ଦଳ ମାନେ ଇଲେକ୍ଟ୍ରୋରାଲ ବଣ୍ଡ୍ ଜରିଆରେ କେତେ ଟଙ୍କା ପାଇଛନ୍ତି । ଆଉ କେଉଁ ଦଳ ସର୍ବାଧିକ ଚାନ୍ଦା ଏଭଳି ବଣ୍ଡ୍ ଜରିଆରେ ସଂଗ୍ରହ କରିଛି । ଆସନ୍ତୁ ଜାଣିବା ଏହାର ଉତ୍ତର । ADR ବା ଆକ୍ସନ ଫର ଡେମୋକ୍ରାଟିକ ରିଫର୍ମସର ଏକ ରିପୋର୍ଟ ଅନୁସାରେ ନିର୍ବାଚନ ବଣ୍ଡ ପ୍ରବର୍ତ୍ତନ ପରେ ଗତ ପାଞ୍ଚ ବର୍ଷ ମଧ୍ୟରେ ବଣ୍ଡ ମାଧ୍ୟମରେ ସର୍ବାଧିକ ଚାନ୍ଦା ଭାରତୀୟ ଜନତା ପାର୍ଟିକୁ ମିଳିଥିଲା । ବଣ୍ଡ୍ ଜରିଆରେ ଆସିଥିବା ଚାନ୍ଦାର  57 ପ୍ରତିଶତ  ଅର୍ଥାତ୍ ଅଧାରୁ ଅଧିକ ଅର୍ଥ ବିଜେପିକୁ ଯାଇଥିଲା ।

2017 ଏବଂ 2021 ଆର୍ଥିକ ବର୍ଷ ମଧ୍ୟରେ ରାଜନୈତିକ ଦଳଗୁଡିକ ନିର୍ବାଚନ ବଣ୍ଡ ମାଧ୍ୟମରେ ପ୍ରାୟ 9 ହଜାର 188 କୋଟି ଟଙ୍କା ଦାନ ଗ୍ରହଣ କରିଥିଲେ। ଏହି ଦାନ 7 ଟି ଜାତୀୟ ଦଳ ଏବଂ 24 ଟି ଆଞ୍ଚଳିକ ଦଳକୁ ଯାଇଛି । ଏହି ପାଞ୍ଚ ବର୍ଷ ମଧ୍ୟରେ ନିର୍ବାଚନ ବଣ୍ଡରୁ ବିଜେପି 5,272 କୋଟି ଟଙ୍କା ପାଇଥିବାବେଳେ ସେହି ସମୟ ମଧ୍ୟରେ କଂଗ୍ରେସ ଦଳ 952 କୋଟି ଟଙ୍କା ପାଇଛି। ଅବଶିଷ୍ଟ ଅର୍ଥ ପ୍ରାୟ 3 ହଜାର କୋଟି ଟଙ୍କା 29 ଟି ରାଜନୈତିକ ଦଳଙ୍କୁ ଯାଇଛି । ପାଞ୍ଚ ବର୍ଷ ମଧ୍ୟରେ ନିର୍ବାଚନ ବଣ୍ଡ ଜରିଆରେ ଆସିଥିବା ମୋଟ ଦାନର 57 ପ୍ରତିଶତ ବିଜେପି ଖାତାକୁ ଯାଇଥିବା ବେଳେ କଂଗ୍ରେସ ପାଇଛି ମାତ୍ର 10 ପ୍ରତିଶତ ଅର୍ଥ ।

ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ପରେ ତୃଣମୂଳ କଂଗ୍ରେସ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିଲା। ଏହି ପାଞ୍ଚ ବର୍ଷ ମଧ୍ୟରେ ଟିଏମସି ନିର୍ବାଚନ ବଣ୍ଡରୁ ପ୍ରାୟ 768 କୋଟି ଟଙ୍କା ପାଇଛି। ଏହି ତିନୋଟି ଦଳ ବ୍ୟତୀତ ବିଜେଡି, ଡିଏମକେ, ଏନସିପି, ଏଏପି, ଜେଡିୟୁ ଭଳି ଦଳ ମଧ୍ୟ ସର୍ବାଧିକ ଦାନ ପାଇଥିବା ଟପ୍ ଟେନ୍ ତାଲିକାରେ ଥିଲେ । ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଅତିକମରେ 622 କୋଟି, ଡିଏମକେ 432 କୋଟି, ଏନସିପି 51 କୋଟି, AAP ପାଖାପାଖି 44 କୋଟି ଏବଂ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ 2017 ରୁ 2021 ଆର୍ଥିକ ବର୍ଷରେ ପ୍ରାୟ 24 କୋଟି ଟଙ୍କା ପାଇଛି।ସିପିଆଇ, ସିପିଏମ୍, ବିଏସପି ଏବଂ ମେଘାଳୟର ଶାସକ ଦଳ ଏନପିପି ଭଳି ହାତଗଣତି କିଛି ରାଜନୈତିକ ଦଳ 2017 ରୁ 2021 ମଧ୍ୟରେ ନିର୍ବାଚନ ବଣ୍ଡ ମାଧ୍ୟମରେ ଟଙ୍କାଟିଏ ମଧ୍ୟ ପାଇନଥିଲେ ।

2022-23ରେ କିଏ କେତେ ପାଇଛି ?

ମାର୍ଚ୍ଚ 2022 ରୁ ମାର୍ଚ୍ଚ 2023 ମଧ୍ୟରେ 2,800 କୋଟି ଟଙ୍କା ମୂଲ୍ୟର ମୋଟ ଇଲେକ୍ଟ୍ରୋରାଲ ବଣ୍ଡ୍ ବିକ୍ରି ହୋଇଥିଲା ।ଏହି ପୁରା ଅର୍ଥର ପ୍ରାୟ 46 ପ୍ରତିଶତ ଭାରତୀୟ ଜନତା ପାର୍ଟିର ଆକାଉଣ୍ଟକୁ ଯାଇଥିଲା ।  2022-23 ଆର୍ଥିକ ବର୍ଷରେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଦଳ ଏହାର ପାଣ୍ଠିରେ 1,294 କୋଟି ଟଙ୍କା ଯୋଡିଛି।

 

ନିର୍ବାଚନ ବଣ୍ଡରୁ ଭାରତୀୟ ଜନତା ପାର୍ଟି ପାଇଥିବା ଅର୍ଥ କଂଗ୍ରେସ ପାଇଥିବା ଅର୍ଥର ପ୍ରାୟ 7 ଗୁଣ ଥିଲା। 2022-23 ମସିହାରେ କଂଗ୍ରେସ ନିଜ ପାର୍ଟି ପାଣ୍ଠିରେ ମାତ୍ର 171 କୋଟି ଟଙ୍କା ଯୋଡିବାକୁ ସକ୍ଷମ ହୋଇଥିବାବେଳେ ସେହି ଦଳ ଗତ ଆର୍ଥିକ ବର୍ଷରେ ନିର୍ବାଚନ ବଣ୍ଡ ମାଧ୍ୟମରେ 236 କୋଟି ଟଙ୍କା ପାଇଥିଲା।

ସେହିପରି 2021-22 ମସିହାରେ ବିଜେପିର ଆୟ 1,917 କୋଟି ଥିଲା,ଯାହା 2022-23 ରେ 2,361 କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ, ଗତ ଆର୍ଥିକ ବର୍ଷରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ମୋଟ ଆୟ 452 କୋଟି ଥିଲା ଯାହା 2021-22 ମସିହାରେ ପ୍ରାୟ 541 କୋଟି ଟଙ୍କା ଥିଲା।

ନିର୍ବାଚନ ଆୟୋଗ ଏବଂ ଆରବିଆଇର ଚିନ୍ତା

ଆରବିଆଇ ଏକଦା ନିର୍ବାଚନ ବଣ୍ଡ ଯୋଜନା ଦ୍ୱାରା ରାଜନୈତିକ ଦଳଙ୍କ ପାଣ୍ଠି ସ୍ୱଛ ହେବାର ଦମ ଅଛି ବୋଲି କହିଥିଲା କିନ୍ତୁ ଏହା ସହିତ ଭୂତ କମ୍ପାନୀଙ୍କ ଜରିଆରେ କଳାଟଙ୍କା ଧଳା କରିବାର ଆଶଙ୍କା ମଧ୍ୟ ବ୍ୟକ୍ତି କରିଥିଲା । ଆରବିଆଇ ଫିଜିକାଲ ଫର୍ମ ପରିବର୍ତ୍ତେ ଡିଜିଟାଲ୍ ଭାବେ ନିର୍ବାଚନ ବଣ୍ଡ ବିକ୍ରୟ କରିବାକୁ ପ୍ରୋତ୍ସାହିତ କରିଥିଲା।

ଅନ୍ୟପକ୍ଷରେ ସ୍ୱାଧନୀ ପ୍ରାର୍ଥୀ, ନୂତନ ଭାବରେ ଗଠିତ ଦଳଙ୍କୁ ନିର୍ବାଚନୀ ବଣ୍ଡ୍ ନମିଳିବା ଓ  ଦାତାମାନଙ୍କ ନାମ ଏବଂ ଠିକଣାକୁ ଅଜ୍ଞାତ ରଖିବା ବ୍ୟବସ୍ତାକୁ ନେଇ  ନିର୍ବାଚନ ଆୟୋଗ କିଛି ଚିନ୍ତା ପ୍ରକଟ କରିଥିଲେ। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ନିର୍ବାଚନ ଆୟୋଗ କହିଥିଲେ ଯେ ଆୟୋଗ ଏଭଳି ବଣ୍ଡ୍କୁ ବିରୋଧ କରନ୍ତି ନାହିଁ କିନ୍ତୁ ଚାନ୍ଦାଦାତ୍ତାଙ୍କ ନାମ ଠିକଣା ଗୁପ୍ତ ରଖାଯିବାକୁ ନେଇ ଚିନ୍ତିତ ଅଛନ୍ତି ।