Actor Death:ନିଖୋଜ ପରେ ମିଳିଲା ମୃତଦେହ, କଳାଜଗତକୁ ଦୋହଲାଇ ଦେଲା ଏହି ଅଭିନେତାଙ୍କ ମୃତ୍ୟୁ ଖବର
Advertisement
Article Detail0/zeeodisha/odisha2430247

Actor Death:ନିଖୋଜ ପରେ ମିଳିଲା ମୃତଦେହ, କଳାଜଗତକୁ ଦୋହଲାଇ ଦେଲା ଏହି ଅଭିନେତାଙ୍କ ମୃତ୍ୟୁ ଖବର

Actor Death: ସାନ ଭାଇ ତୁମେ ସବୁବେଳେ ଆମ ହୃଦୟରେ ଉପସ୍ଥିତ ରହିବ । ଜେମ୍ସଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ମେକ୍ସିକୋ ସିଟିର ତିଜ୍ଜାସ୍ଥିତ ଘରକୁ ଫେରୁଥିବା ବେଳେ ସେ ନିଖୋଜ ହୋଇଯାଇଥିବା ସ୍ପଷ୍ଟ ହୋଇଛି। 

Actor Death:ନିଖୋଜ ପରେ ମିଳିଲା ମୃତଦେହ, କଳାଜଗତକୁ ଦୋହଲାଇ ଦେଲା ଏହି ଅଭିନେତାଙ୍କ ମୃତ୍ୟୁ ଖବର
Actor Death: ଟେଲିଭିଜନ ଧାରାବାହିକ 'କୋମୋ ଡାଇସ୍ ଏଲ୍ ଡାଇଚୋ'ରେ ଅଭିନୟ କରି ଜଣାଶୁଣା ଅଭିନେତା ଜେମ୍ସ ହଲକ୍ରଫ୍ଟ ୨୦୨୪ ସେପ୍ଟେମ୍ବର ୩ ତାରିଖରେ ନିଖୋଜ ହୋଇଯାଇଥିଲେ। ଏବେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଦୁଃଖଦ ଖବରକୁ ତାଙ୍କ ଭଉଣୀ ଜେନ୍ ହଲକ୍ରଫ୍ଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ନିଶ୍ଚିତ କରିଛନ୍ତି। ଏହା ସହ ସେ ତାଙ୍କ ଭାଇଙ୍କୁ ଏକ ଭାବପ୍ରବଣ ଚିଠି ଦେଇ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଦେଇଥିବାର ଦେଖିବାକୁ ମିଳିଛି। 
 
ଜେମ୍ସ ହଲ କ୍ରଫ୍ଟଙ୍କୁ ମନେ ପକାଇ ଭଉଣୀ ହେଲେ ଭାବପ୍ରବଣ
ଏହି ପୋଷ୍ଟରେ ଜେନ୍ ନିଜର ଦୁଃଖ ବ୍ୟକ୍ତ କରିବା ସହ ଲେଖିଛନ୍ତି, 'ମୁଁ ତୁମକୁ ସବୁବେଳେ ଭଲ ପାଇବି। ଏତେ ବର୍ଷ ଧରି ତୁମ ସହିତ ରହିବା ଏବଂ ମୋତେ ସବୁଠାରୁ ଆଶ୍ଚର୍ଯ୍ୟଜନକ ମୁହୂର୍ତ୍ତ ଦେଇଥିବାରୁ ଧନ୍ୟବାଦ । ସାନ ଭାଇ ତୁମେ ସବୁବେଳେ ଆମ ହୃଦୟରେ ଉପସ୍ଥିତ ରହିବ । ଜେମ୍ସଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ମେକ୍ସିକୋ ସିଟିର ତିଜ୍ଜାସ୍ଥିତ ଘରକୁ ଫେରୁଥିବା ବେଳେ ସେ ନିଖୋଜ ହୋଇଯାଇଥିବା ସ୍ପଷ୍ଟ ହୋଇଛି। 
 
 
 
 
 
 

 
 
 
 
 
 
 
 
 
 
 

A post shared by James Hollcroft (@jameshollcroft)

ଜେମ୍ସ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ
ଜେନଙ୍କ ଦୁଃଖଦ ଖବର ନିଶ୍ଚିତ ହେବା ପରେ ଜେମ୍ସଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଜେମ୍ସଙ୍କ ଭିଣୋଇ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, 'ମୁଁ ଚାହେଁ ଏସବୁ କେବଳ ଏକ ସ୍ୱପ୍ନ ହୋଇଯାଉ। ତୁମେ ଜଣେ ବଡ଼ ଭାଇ ଓ ମାମୁଁ ହେବା ସହ ଜଣେ ମହାନ ପୁତ୍ର ମଧ୍ୟ ଥିଲ । ଆମେ ତୁମକୁ ବହୁତ ମିସ୍ କରିବୁ, ତୁମ ଚିରକାଳ ବିଦାୟ ମୋ ହୃଦୟକୁ ଭାଙ୍ଗି ଦେଇଛି । ବାସ୍ତବ ଜୀବନ କାହାଣୀ ଉପରେ ଆଧାରିତ 'କୋମୋ ଡାଇସ୍ ଏଲ୍ ଡିଚୋ'ରେ ଅଭିନୟ କରି ଜେମ୍ସ ପ୍ରସିଦ୍ଧ ଥିଲେ। 'ଡାଇମେ କ୍ୟୁ ସି' (ଟେଲ୍ ମି ୟେସ୍)ର ୧୧ତମ ସିଜିନ୍ ରେ ଅଭିନୟ କରି ସେ ହୃଦୟ ଜିତିଥିଲେ।