ଅବେଳରେ 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର' ଛାଡିଲେ ଅଭିନେତା ସୋମେଶ ମହାନ୍ତି, ଖୋଲିଲେ ପୋଲ୍
Advertisement
Article Detail0/zeeodisha/odisha2465962

ଅବେଳରେ 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର' ଛାଡିଲେ ଅଭିନେତା ସୋମେଶ ମହାନ୍ତି, ଖୋଲିଲେ ପୋଲ୍

ସୋମେଶଙ୍କ କହିବାନୁଯାୟୀ, ଯାତ୍ରାରେ ଯୋଗ ଦେବା ପୂର୍ବରୁ ପାର୍ଟି ଯେଉଁସବୁ ପ୍ରତିଶୃତି ଦେଇଥିଲା ଯୋଗ ଦେବା ପରେ ତାହା ପୂରଣ କରିନାହିଁ । ଶହେ ପଚାଶ ରାତିରେ ଅଭିନୟ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ଅର୍ଥାତ ମାସକୁ ୧୫ଟା ଶୋ' କରିବା କଥା କିନ୍ତୁ ମାସକୁ ମାତ୍ର ୬ଟି ଶୋ' ରେ ଅଭିନୟ କରିବା ପାଇଁ ସୁଯୋଗ ଦିଆଗଲା । 

ଅବେଳରେ 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର' ଛାଡିଲେ ଅଭିନେତା ସୋମେଶ ମହାନ୍ତି, ଖୋଲିଲେ ପୋଲ୍

ଭୁବନେଶ୍ୱର: ଲୋକପ୍ରିୟ ଅଭିନେତା ସୋମେଶ ମହାନ୍ତି ନିକଟରେ 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର'ରେ ଯୋଗଦେଇଥିବା ସମୟରେ ହଠାତ୍ ପାର୍ଟି ଛାଡିଛନ୍ତି । ଏନେଇ ଜୀ ଓଡ଼ିଶା ନ୍ୟୁଜକୁ ନିଜେ ସୋମେଶ ସୂଚନା ଦେଇଛନ୍ତି । କାହିଁକି ସେ ଯାତ୍ରା ଛାଡିଲେ ପଚାରିବାରୁ ଅଭିଯୋଗର ଲମ୍ୱା ଫର୍ଦ୍ଦ ଦେଇଛନ୍ତି ସୋମେଶ ।

ସୋମେଶଙ୍କ କହିବାନୁଯାୟୀ, ଯାତ୍ରାରେ ଯୋଗ ଦେବା ପୂର୍ବରୁ ପାର୍ଟି ଯେଉଁସବୁ ପ୍ରତିଶୃତି ଦେଇଥିଲା ଯୋଗ ଦେବା ପରେ ତାହା ପୂରଣ କରିନାହିଁ । ଶହେ ପଚାଶ ରାତିରେ ଅଭିନୟ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ଅର୍ଥାତ ମାସକୁ ୧୫ଟା ଶୋ' କରିବା କଥା କିନ୍ତୁ ମାସକୁ ମାତ୍ର ୬ଟି ଶୋ' ରେ ଅଭିନୟ କରିବା ପାଇଁ ସୁଯୋଗ ଦିଆଗଲା । ଅର୍ଥାତ୍ ବର୍ଷକୁ ମାତ୍ର ୬୦ ଟି ଶୋ' ହେବାର ସମ୍ଭାବନା । ସେହିପରି ସର୍ବମୋଟ ତିନୋଟି ବହି ଥାଇ ଆରମ୍ଭ ଦୁଇଟି କ୍ୟାମ୍ପ ପରେ ପାଞ୍ଚଦିନିଆ କ୍ୟାମ୍ପରେ ମାତ୍ର ଗୋଟିଏ ଦିନ ପଡୁଥିଲା ସୋମେଶଙ୍କ ନାଟକ । ଏଥିସହିତ ୧୨ ଘଣ୍ଟା ଓ ୫୦୦କିମିରୁ ଅଧିକ ରାସ୍ତା ପାର୍ କରି ଗଲେ ମଧ୍ୟ ବାରମ୍ବାର କେବଳ ଗୋଟେ ନାଟକ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ କୁହାଗଲା । ନାଟକର ପାଉଣା ସମେତ ଯିବା ଆସିବା ଏବଂ ହୋଟେଲରେ ରହିବା ନେଇ ଅନେକ ଟଙ୍କା 'ଯାତ୍ରା ଜୁଏଲ ସ୍ଵର୍ଣ୍ଣ ମନ୍ଦିର' ଉପରେ ବାକି ଅଛି ବୋଲି ସୋମେଶ କହିଛନ୍ତି । ତାଙ୍କୁ ନଜଣାଇ ତାଙ୍କ ଯାଗାରେ ଅନ୍ୟ ଜଣେ କଳାକାରଙ୍କୁ ଅଭିନୟ ପାଇଁ ପ୍ରସ୍ତୁତ କରାଯାଉଛି । ଯାତ୍ରା ପାର୍ଟି ପକ୍ଷରୁ ମତେ ଆର୍ଥିକ, ମାନସିକ ଓ ଶାରୀରିକ ନିର୍ଯାତନା ମିଳିଲା ବୋଲି ସୋମେଶ ଦୁଃଖର ସହ କହିଛନ୍ତି । ଅଭିଯୋଗ କଲେ ମ୍ୟାନେଜର ବାବୁଲିର ଦୁର୍ବ୍ୟବହାର କରନ୍ତି ଏବଂ ମାଲିକଙ୍କୁ ଜଣାଇବାକୁ କଲ୍ ଏବଂ ମେସେଜ କଲେ ସେ ଉତ୍ତର ଦିଅନ୍ତି ନାହିଁ  । ବାରମ୍ୱାର ଏଗ୍ରିମେଣ୍ଟ ସମ୍ପର୍କରେ କହୁଥିଲେ ମଧ୍ୟ କୌଣସି ଏଗ୍ରିମେଣ୍ଟ ଯାତ୍ରା ପାର୍ଟି ପକ୍ଷରୁ କରାଯାଇନାହିଁ ।

ସୋମେଶ ଏକଥା ମଧ୍ୟ କହିଛନ୍ତି, ଯାତ୍ରା ଜଗତ ବହୁତ ଭଲ ତେଣୁ ଅନେକ ସିନେମା କଳାକାର ବର୍ତ୍ତମାନ ଯାତ୍ରା ମୁହାଁ ହେଉଛନ୍ତି । କିନ୍ତୁ କିଛି ପ୍ରୋଯୋଜକ ଏବଂ ମ୍ୟାନେଜର ଅଛନ୍ତି ଯେଉଁମାନେ ନାମୀଦାମୀ କଳାକାରଙ୍କୁ ବୁକିଂ କରିବା ପରେ ଅଣଦେଖା କରନ୍ତି ଏବଂ ପ୍ରତିଶୃତି ରକ୍ଷା କରନ୍ତିନାହିଁ । କେବଳ ସେମାନଙ୍କ ବ୍ରାଣ୍ଡକୁ ବ୍ୟବହାର କରି ନିଜର ବ୍ୟବସାୟ ବଢାଇବାକୁ ଯୋଜନା କରନ୍ତି । ଅଫର ପାଇବା ପରେ ନିଜର ଅନ୍ୟ କାର୍ଯ୍ୟକ୍ରମକୁ ବନ୍ଦ କରି ଯାତ୍ରାରେ ସାମିଲ ହୋଇଥିଲେ ସୋମେଶ । କିନ୍ତୁ ହଠାତ ଆର୍ଥିକ ବର୍ଷ ନପୁରୁଣୁ ଯାତ୍ରା ପାର୍ଟି ତାଙ୍କ ପ୍ରତି ଏପରି ମନୋଭାବ ପ୍ରଦର୍ଶନ କରିବା କାରଣରୁ ସେ ଏବେ କଣ କରିବେ ସେନେଇ ଚିନ୍ତାରେ ଅଛନ୍ତି । ଅନ୍ୟପଟେ, ଯାତ୍ରା ଜୁଏଲ ସ୍ୱର୍ଣ୍ଣ ମନ୍ଦିର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

ସୂଚନାଯୋଗ୍ୟ, ଯାତ୍ରା ଜଗତ ସୋମେଶଙ୍କ ପାଇଁ ନୂଆ ନୂହେଁ ପୂର୍ବରୁ ୨୦୧୪-୧୫ ରେ ସେ ସିନେମା ଜଗତର ପ୍ରଥମ ହିରୋ ଭାବେ ଯାତ୍ରାରେ ଯୋଗ ଦେଇଥିଲେ । ପ୍ରଥମେ ସେ ଏକ ପରମ୍ପରା ସ୍ରୁଷ୍ଟି କରିବା ପରେ ତାପରେ ଅନେକ ନାୟକ ଯାତ୍ରାକୁ ଆସୁଛନ୍ତି ।

Also Read- Budh Grah Gochar: ଅକ୍ଟୋବର ୧୦ ଗୁରବାର, ଏହି ୩ ରାଶି ରୁହନ୍ତୁ ସାବଧାନ

Also Read- Lucky Zodiac Sign: ୯ ଅକ୍ଟୋବରରେ ଶୋଭନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ