Krishna Passes Away: ମହେଶ ବାବୁଙ୍କ ମୁଣ୍ଡ ଉପରୁ ଚାଲିଗଲା ପିତାଙ୍କ ହାତ, ତିନି ବର୍ଷରେ ନିଶ୍ଚିହ୍ନ ହେଲା ପୂରା ପରିବାର
Advertisement
Article Detail0/zeeodisha/odisha1441972

Krishna Passes Away: ମହେଶ ବାବୁଙ୍କ ମୁଣ୍ଡ ଉପରୁ ଚାଲିଗଲା ପିତାଙ୍କ ହାତ, ତିନି ବର୍ଷରେ ନିଶ୍ଚିହ୍ନ ହେଲା ପୂରା ପରିବାର

Krishna Passes Away: ମହେଶ ବାବୁଙ୍କ ପିତା ତଥା ଭେଟେରାନ୍ ଅଭିନେତା କ୍ରିଷ୍ଣା (Krishna) ଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ସକାଳ ପ୍ରାୟ ୪ଟା ବେଳେ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଥିବା ହାଇଦ୍ରାବାଦ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତିନି ବର୍ଷ ମଧ୍ୟରେ ମହେଶ ବାବୁ ତାଙ୍କ ପରିବାରର ଚାରି ଜଣଙ୍କୁ ହରାଇଛନ୍ତି।

Krishna Passes Away: ମହେଶ ବାବୁଙ୍କ ମୁଣ୍ଡ ଉପରୁ ଚାଲିଗଲା ପିତାଙ୍କ ହାତ, ତିନି ବର୍ଷରେ ନିଶ୍ଚିହ୍ନ ହେଲା ପୂରା ପରିବାର

Krishna Passes Away, ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ପିତା ତଥା ଭେଟେରାନ୍ ଅଭିନେତା କ୍ରିଷ୍ଣା (Krishna) ଙ୍କ ଦେହାନ୍ତ ହୋଇଛି। ବିଳମ୍ବିତ ରାତିରେ ହାଇଦ୍ରାବାଦର କଣ୍ଟିନେଣ୍ଟାଲ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ରିଷ୍ଣା ରୁଟିନ୍ ଚେକଅପ୍ ପାଇଁ ଡାକ୍ତରଖାନା ଯାଇଥିବା କୁହାଯାଉଥିଲା। ମୃତ୍ୟୁ ବେଳକୁ ଭେଟେରାନ ସାଉଥ ଅଭିନେତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ମଙ୍ଗଳବାର ସକାଳ ପ୍ରାୟ ୪ଟା ବେଳେ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଥିବା ହାଇଦ୍ରାବାଦ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କ୍ରିଷ୍ଣାଙ୍କ ପୂରା ନାମ ହେଉଛି- ଘତାମନାନେନୀ ଶିବା ରାମ କ୍ରିଷ୍ଣା ମୂର୍ତ୍ତି। ଏକ ମେଡିକାଲ ଟିମ ଭେଟାରାନ ଅଭିନେତାଙ୍କ ଚିକିତ୍ସାରେ ଲାଗିଥିଲେ ମଧ୍ୟ ତାଙ୍କର ଜୀବନ ବଞ୍ଚି ପାରିଲା ନାହିଁ। କ୍ରିଷ୍ଣାଙ୍କ ମୃତ୍ୟୁ ପରେ ଅଭିନେତା ମହେଶ ବାବୁଙ୍କ ଉପରେ ଦୁଃଖର ପାହାଡ ଖସି ପଡିଛି। ପ୍ରଥମେ ମାଁ, ଭାଇ ପରେ ଏବେ ସେ ପିତାଙ୍କୁ ହରାଇଛନ୍ତି। ଅନ୍ୟପଟେ କ୍ରିଷ୍ଣାଙ୍କ ମୃତ୍ୟୁ ପରେ ଦକ୍ଷିଣ ଭାରତର କଳା ଜଗତରେ ଶୋକର ଛାୟା ଖେଳିଯାଇଛି।

Also Read: Mahesh Babu: ମାନସିକ ଅଶାନ୍ତିରେ ମହେଶ ବାବୁ, ପ୍ରଥମେ ମାଆ, ଏବେ ବାପା...

ହସ୍ପିଟାଲ କର୍ତ୍ତୃରପକ୍ଷଙ୍କ କହିବା ଅନୁସାରେ, ପୂର୍ବରୁ କ୍ରିଷ୍ଣାଙ୍କୁ ଦୃଦଘାତ ହୋଇଥିଲା, ତେଣୁ ତାହାର ଚିକିତ୍ସା ଚାଲିଥିଲା। ତାଙ୍କୁ ସିପିଆର ଦିଆଗଲା ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏକ ଡାକ୍ତରୀ ଟିମ କ୍ରିଷ୍ଣାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ଡାକ୍ତରମାନେ ତାଙ୍କୁ ଉତ୍କୃଷ୍ଟ ଚିକିତ୍ସା କରି ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଙ୍ଗଳବାର ସକାଳ ପ୍ରାୟ ୪ଟା ବେଳେ କ୍ରିଷ୍ଣାଙ୍କର ମୃତ୍ୟୁ ହୋଇଥିଲା।  ନଭେମ୍ବର ୧୩ ରବିବାରରେ ରୁଟିନ୍ ଚେକଅପ୍ ପାଇଁ କ୍ରିଷ୍ଣାଙ୍କ ଡାକ୍ତରଖାନା ଅଣାଯାଇଥିଲା। ଶ୍ୱାସକ୍ରିୟାରେ ସମସ୍ୟା ଏବଂ ତାଙ୍କ ବୟସକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। 

ମହେଶ ବାବୁଙ୍କ ମୁଣ୍ଡ ଉପରେ ଗୋଟିଏ ପରେ ଗୋଟିଏ ଚଡକ ପଡିଛି। ତିନି ବର୍ଷ ମଧ୍ୟରେ ସେ ପରିବାରର ଚାରି ଜଣଙ୍କୁ ହରାଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କ ମାଆ ଇନ୍ଦିରା ଦେବୀଙ୍କ ଦେହାନ୍ତ ହୋଇଥିଲା। ତା ପୂର୍ବରୁ ଜାନୁଆରୀରେ ସାବତ ଭାଇ ରମେଶ ବାବୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ କ୍ରିଷ୍ଣାଙ୍କ ଦ୍ୱିତୀୟ ପତ୍ନୀ ବିଜୟ ନିର୍ମଳାଙ୍କ ଦେହାନ୍ତ ହୋଇଥିଲା। ଭେଟେରାନ ଆକ୍ଟର ନିଜ ପତ୍ନୀ ଓ ପୁଅଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବାବେଳେ ଏବେ ତାଙ୍କର ଦେହାନ୍ତ ହୋଇଛି। କ୍ରିଷ୍ଣା ତାଙ୍କ ସମୟରେ ଜଣେ ସଫଳ ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ ଥିଲେ। ସେ ୧୯୬୦ ମସିହାରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଥିବା ବେଳେ ସେ ୩୫୦ଟି ଫିଲ୍ମରେ କାମ କରିଛନ୍ତି।

Also Read: Yashoda Box Office Collection: ବକ୍ସ ଅଫିସରେ ଏତିକି କୋଟି କଲେକସନ୍ କଲା 'ୟଶୋଦା'

Also Read: Akshay Kumar: କାନାଡୀୟ ନାଗରିକତ୍ୱ ତ୍ୟାଗ କରିବା ପରେ କାହିଁକି ତାଙ୍କର ନାହିଁ ଭାରତୀୟ ନାଗରିକତା