ବିବାହର ୪୩ ବର୍ଷ ପରେ ଋଷି କପୁର ଓ ନିତୁ ସିଂଙ୍କ ନିମନ୍ତ୍ରଣ କାର୍ଡ ହେଲା ଭାଇରାଲ୍
Advertisement
Article Detail0/zeeodisha/odisha2024134

ବିବାହର ୪୩ ବର୍ଷ ପରେ ଋଷି କପୁର ଓ ନିତୁ ସିଂଙ୍କ ନିମନ୍ତ୍ରଣ କାର୍ଡ ହେଲା ଭାଇରାଲ୍

Bollywood News: ବଲିଉଡର ଲୋକପ୍ରିୟ ନାୟକ ଋଷି କପୁର ଓ ପତ୍ନୀ ନିତୁ ସିଂଙ୍କ ବିବାହ ସମୟର ନିମନ୍ତ୍ରଣ ପତ୍ର ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ଅନେକ ସିନେପ୍ରେମୀ ଏହି କାର୍ଡଟିକୁ ଦେଖି ନିଜର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

ବିବାହର ୪୩ ବର୍ଷ ପରେ ଋଷି କପୁର ଓ ନିତୁ ସିଂଙ୍କ ନିମନ୍ତ୍ରଣ କାର୍ଡ ହେଲା ଭାଇରାଲ୍

Rishi Kapoor Neetu Singh Wedding memory: ଜୀବନରେ ବିବାହକୁ ଏକ ବିଶେଷ ମୁହୂର୍ତ୍ତ ଭାବେ ବିବେଚନା କରାଯାଇଥାଏ । ବିବାହକୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟକ ବ୍ୟକ୍ତିଙ୍କର ଇଚ୍ଛା ଥାଏ । ବର୍ତ୍ତମାନର ବିବାହ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସାଜସଜ୍ଜା ଓ ରୋଷଣୀ ଉପରେ ଗୁରୁତ୍ୱ ଦିଆଯାଉଛି । କେବଳ ସେତିକି ନୁହେଁ ନିମନ୍ତ୍ରଣ ପତ୍ରକୁ ଉଭୟ ଡିଜିଟାଲ୍ ଏବଂ ପତ୍ର ମାଧ୍ୟମରେ ଆକର୍ଷଣୀୟ ଭାବରେ ମୁଦ୍ରିତ କରାଯାଏ ପ୍ରିୟଜନ ତଥା ବନ୍ଧୁବାନ୍ଧବଙ୍କ ନିକଟରେ ପହଞ୍ଚାଉଛନ୍ତି ବିବାହ କରୁଥିବା ବ୍ୟକ୍ତି । ତେବେ ବର୍ତ୍ତମାନ ଯେଉଁ ବିବାହ କାର୍ଡଟି ଭାଇରାଲ୍ ହେଉଛି ତାହା ୪୩ ବର୍ଷର ପୁରୁଣା । 

ବଲିଉଡ ଅଭିନେତା ଋଷି କପୁର ଏବଂ ପତ୍ନୀ ନିତୁ ସିଂଙ୍କ ବିବାହ ୪୩ ବର୍ଷ ପୂର୍ବରୁ ହୋଇଥିଲା । ସେତେବେଳେ ସେମାନଙ୍କ ବିବାହ ନିମନ୍ତ୍ରଣ ପତ୍ର କିପରି ଥିଲା ତାହା ବର୍ତ୍ତମାନ ଭାଇରାଲ୍ ହୋଇଛି । କାର୍ଡଟି ଦେଖିବାକୁ ଏକ ସାଧାରଣ କାଗଜ ପରି ଯେଉଁଥିରେ ଉଭୟ ବର କନ୍ୟାଙ୍କ ନାମ ସହ ପିତାମାଚା ଓ ପରିବାର ସଦସ୍ୟଙ୍କ ନାମ ରହିଛି । ବିବାହ ସ୍ଥାନ ବମ୍ୱେ ସ୍ଥିତ ଆରକେ ଷ୍ଟୁଡିଓ ଲେଖାଯାଇଛି । କେବଳ ସେତିକି ନୁହେଁ ବିବାହ ଭୋଜି ସମୟ ସନ୍ଧ୍ୟା ୬ଟା୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଲେଖାଯାଇଛି । ବର୍ତ୍ତମାନ ନିମନ୍ତ୍ରଣ ପତ୍ରଟି ଭାଇରାଲ୍ ହେବା ପରେ ଋଷି କପୁରଙ୍କ ଫ୍ୟାନ୍ସମାନେ ଏହାକୁ ଦେଖି ଖୁବ୍ ଖୁସିବ୍ୟକ୍ତ କରିଛନ୍ତି । ଏଥିସହ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି ।

Post- 

Also Read- Poonch attack: ଶହୀଦ ଚନ୍ଦନ କୁମାରଙ୍କୁ ଝୁରୁଛି ଗାଁ, ଦେଢ ବର୍ଷ ତଳେ ହୋଇଥିଲା ବିବାହ

Also Read- ରାଉରକେଲାରେ କାୟା ବିସ୍ତାର କରୁଛି ହଇଜା, ନେଲାଣି ୧୫ ମୁଣ୍ଡ !