ଦୀର୍ଘଦିନ ପରେ ସ୍କ୍ରିନ ସେୟାର କରିବେ ପତିପତ୍ନୀ
Advertisement
Article Detail0/zeeodisha/odisha1134085

ଦୀର୍ଘଦିନ ପରେ ସ୍କ୍ରିନ ସେୟାର କରିବେ ପତିପତ୍ନୀ

ତୁଝେ ମେରି କସମ୍ ' ( Tujhe meri kasam ) ଫିଲ୍ମ ଜରିଆରେ ଉଭୟ ବଲିଉଡରେ ଡେବ୍ୟୁ କରିଥିଲେ । ପୁଣି ଏକା ସାଙ୍ଗରେ ସ୍କ୍ରିନ୍ ସେୟାର କରିବେ ବଲିଉଡ୍ ର ଚର୍ଚ୍ଚିତ କପଲ ରିତେଶ ଦେଶମୁଖ୍ ଓ ଜେନେଲିଆ ଡିଜୁସା। ଏକ ଭିନ୍ନ ଅନ୍ଦାଜ୍‌ରେ ନଜର ଆସିବେ ଉଭୟ । ଦୀର୍ଘଦିନ ପରେ  ସିଲଭର ସ୍କ୍ରିନ୍ କୁ କମବ୍ୟାକ୍ କରିଛନ୍ତି ରିତେଶ ଓ ଜେନେଲିଆ ।

ଦୀର୍ଘଦିନ ପରେ ସ୍କ୍ରିନ ସେୟାର କରିବେ ପତିପତ୍ନୀ

ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ବଲିଉଡ ଅଭିନେତ୍ରୀ ଜେନେଲିଆ ଡିସୁଜା ପୁଣିଥରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି ।  ଏକୁଟିଆ ନୁହେଁ ବରଂ ନିଜ ସ୍ୱାମୀ ରିତେଶ ଦେଶମୁଖ ( Riteish Deshmukh ) ଙ୍କ ସହ ଫିଲ୍ମ  ( Film ) ଜଗତରେ ପୁଣିଥରେ ଏଣ୍ଟ୍ରି କରିଛନ୍ତି ଜେନେଲିଆ ।  କହିବାକୁ ଗଲେ
ଦୀର୍ଘ ୧୦ ବର୍ଷ ପରେ ଏକାଠି ପରଦା ଉପରେ ନଜର ଆସିବେ ରିତେଶ-ଜେନେଲିଆ ।

ଫିଲ୍ମ ମିଷ୍ଟର ମମି ( Mister Mummy )ରେ ଉଭୟେ ନଜର ଆସିବେ ।  ରିତେଶ-ଜେନେଲିଆଙ୍କ ଅପକମିଂ ଫିଲ୍ମ ମିଷ୍ଟର ମମିର ସୁଟିଂ ବି ଆରମ୍ଭ ହୋଇଯାଇଛି ।  ଇଂଲଣ୍ଡରେ ମିଷ୍ଟର ମମି ସୁଟିଂ ଆରମ୍ଭ କରିଛନ୍ତି ପୁରା ପ୍ରଡକ୍ସନ ଟିମ୍ । ପୂର୍ବରୁ ଉଭୟ ନିଜ ବିବାହ ବାର୍ଷିକୀ ଅବସରରେ ନିଜ ଅପକମିଂ ଫିଲ୍ମ ନେଇ ଘୋଷଣା କରିଥିଲେ ।   ଦର୍ଶକ ବେଶ ଏକ୍ସାଇଟେଡ୍ ଅଛନ୍ତି ଏହି ଫିଲ୍ମ ଦେଖିବା ପାଇଁ , କାହିଁକି ନା ଦୀର୍ଘ ୧୦ ବର୍ଷ ପରେ ପରଦାରେ ଛାଇବ ଏହି ଆଡରେବଲ କପଲଙ୍କ ଜଲୱା ।   

Also Read: ଦବଙ୍ଗ ଖାନଙ୍କୁ ମିଳିଲା ଆଶ୍ୱସ୍ତି...

ଏହି ଫିଲ୍ମରେ କମେଡି ( Comedy ) , ଡ୍ରାମା ( Drama ) , ଟ୍ୱିଷ୍ଟ ( Twist )  ଏବଂ ଇମୋସନ୍  ( Emotion )  ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି  ଶାଦ ଅଲ୍ଲି  ( Shad Alli ) ଅଛନ୍ତି। ଭୂଷଣ କୁମାର ( Bhusan Kumar ) , କ୍ରିଷ୍ଣା କୁମାର ( Krishna Kumar ) , ଶାଦ ଅଲ୍ଲି ଏବଂ ଶିବ ଅନଙ୍ଗ ଏହାର ପ୍ରଯୋଜନା କରିଛନ୍ତି ।  ବଲିଉଡ୍  ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଦେଶମୁଖ ଇଂଲଣ୍ଡରେ ମିଷ୍ଟର ମମି  ସୁଟିଂ ଆରମ୍ଭ କରିଛନ୍ତି। ୧୦ ବର୍ଷ ପୂର୍ବରୁ ଏହି ଯୋଡ଼ି 'ତେରେ ନାଲ ଲଭ ହୋ ଗୟା' ( Tere Naal Love Ho Gaya ) ରେ  ନଜର ଆସିଥିଲେ । 

Also Read: କଫି କହିବ ବ୍ୟକ୍ତିତ୍ୱ, ଆପଣ ପସନ୍ଦ କରୁଥିବା କଫିରେ ରହିଛି ଏସବୁ ଗୁଣ

ସେହିପରି ତୁଝେ ମେରି କସମ୍ ' ( Tujhe meri kasam ) ଫିଲ୍ମ ଜରିଆରେ ଉଭୟ ବଲିଉଡରେ ଡେବ୍ୟୁ କରିଥିଲେ । ପୁଣି ଏକା ସାଙ୍ଗରେ ସ୍କ୍ରିନ୍ ସେୟାର କରିବେ ବଲିଉଡ୍ ର ଚର୍ଚ୍ଚିତ କପଲ ରିତେଶ ଦେଶମୁଖ୍ ଓ ଜେନେଲିଆ ଡିଜୁସା। ଏକ ଭିନ୍ନ ଅନ୍ଦାଜ୍‌ରେ ନଜର ଆସିବେ ଉଭୟ । ଦୀର୍ଘଦିନ ପରେ  ସିଲଭର ସ୍କ୍ରିନ୍ କୁ କମବ୍ୟାକ୍ କରିଛନ୍ତି ରିତେଶ ଓ ଜେନେଲିଆ  । ନିକଟରେ ନିଜ ବିବାହ ବାର୍ଷିକୀ ଅବସରରେ ଏହି ଯୋଡ଼ି ନିଜ ନୂଆ ଫିଲ୍ମ ନେଇ ଘୋଷଣା କରିଥିଲେ । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ତେବେ ଏହି ପୋଷ୍ଟରରେ ରିତେଶ ପ୍ରେଗନେଣ୍ଚ ଥିବା ନଜର ଆସିଥିଲେ ।ତେବେ ଏହି ଫିଲ୍ମ ବେଶ ରୋମାଞ୍ଚରେ ଭରପୁର ବୋଲି ଏହି ପୋଷ୍ଟରରୁ ଦର୍ଶକ ଅନୁମାନ କରୁଛନ୍ତି । ଏପରିକି  ସମାଜରେ ଏହା ଏକ ନୂଆ ଉଦାହରଣ ସୃଷ୍ଟି କରିପାରିବ ବୋଲି ଫିଲ୍ମ ମେକର୍ସ ଆଶା ରଖିଛନ୍ତି । ପୁରୁଷ ମାନେ ବି ଗର୍ଭଧାରଣ କରିପାରିବେ ତାକୁ ନେଇ ଏହି ସିନେମାଟି ପ୍ରସ୍ତୁତ କରାଯାଉଛି । ଏହି ଫିଲ୍ମର ସୁଟିଂ ଇଂଲଣ୍ଡରେ ଆରମ୍ଭ ହୋଇଯାଇଛି । ଫିଲ୍ମ ସୁଟିଂ ସେଟରୁ ଅନେକ ଫଟୋ ବି ଏବେ ସାମ୍ନାକୁ ଆସିଛି।