ଦବଙ୍ଗ ଖାନଙ୍କୁ ମିଳିଲା ଆଶ୍ୱସ୍ତି...
Advertisement
Article Detail0/zeeodisha/odisha1134047

ଦବଙ୍ଗ ଖାନଙ୍କୁ ମିଳିଲା ଆଶ୍ୱସ୍ତି...

ଗତ ସୋମବାର ଦିନ ସୋମବାର ହାଇକୋର୍ଟରେ ସଲମାନ ଖାନଙ୍କ ଓକିଲ ସମ୍ପୂର୍ଣ୍ଣ ପକ୍ଷ ଉପସ୍ଥାପନ କରିଥିଲେ । ଏହା ପରେ କୋର୍ଟ ଏହାର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ଶୁଣାଣି ସମୟରେ ସଲମାନ ଖାନଙ୍କ ଭଉଣୀ ଅଲଭିରା କୋର୍ଟ ପରିସରରେ ଉପସ୍ଥିତ ଥିଲେ।  

 

ଦବଙ୍ଗ ଖାନଙ୍କୁ ମିଳିଲା ଆଶ୍ୱସ୍ତି...

ନୂଆଦିଲ୍ଲୀ: ବ୍ଲାକ୍ ବକ୍ ବା କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ୍ ଙ୍କୁ ମିଳିଛି ଆଶ୍ୱସ୍ତି । ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଆଶ୍ୱସ୍ତି ମିଳିଛି । ରାଜସ୍ଥାନ ହାଇକୋର୍ଟରୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ଆଶ୍ବସ୍ତିର ଖବର ଆସିଛି। ହାଇକୋର୍ଟ ସଲମାନ ଖାନଙ୍କ ପକ୍ଷରୁ ଦିଆଯାଇଥିବା ଟ୍ରାନ୍ସଫର ପିଟିସନକୁ ସ୍ବୀକାର କରିଛନ୍ତି । ଏହାପରେ ହାଇକୋର୍ଟରେ ସମସ୍ତ ମାମଲାର ଶୁଣାଣି ଏକାସାଙ୍ଗରେ ହେବ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ସଲମାନ ଖାନଙ୍କୁ ବାରମ୍ବାର ଆଉ କୋର୍ଟରେ ହାଜର ହେବାକୁ ପଡିବ ନାହିଁ।

ଗତ ସୋମବାର ଦିନ ସୋମବାର ହାଇକୋର୍ଟରେ ସଲମାନ ଖାନଙ୍କ ଓକିଲ ସମ୍ପୂର୍ଣ୍ଣ ପକ୍ଷ ଉପସ୍ଥାପନ କରିଥିଲେ । ଏହା ପରେ କୋର୍ଟ ଏହାର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ଶୁଣାଣି ସମୟରେ ସଲମାନ ଖାନଙ୍କ ଭଉଣୀ ଅଲଭିରା କୋର୍ଟ ପରିସରରେ ଉପସ୍ଥିତ ଥିଲେ।  ସଲମାନ ୧୯୯୮ ମସିହା ସେପ୍ଟେମ୍ବରରେ ରାଜସ୍ଥାନ (Rajasthan) ର ଯୋଧପୁରରେ ସିନେମା 'ହମ ସାଥ୍ ସାଥ୍ ହୈ' (Hum saath saath Hain) ର ସୁଟିଂ କରୁଥିଲେ । ଏହି ସମୟରେ ସେ ଅଭିନେତା ସୈଫଅଲ୍ଲୀ ଖାନ୍, ସୋନାଲି ବିନ୍ଦ୍ରେ, ତବ୍ବୁ ଏବଂ ନୀଲମଙ୍କ ସହ ଶିକାର କରିବାକୁ ଯାଇଥିଲେ । 

Also Read: NATO କୁ କାହିଁକି ଏତେ ଘୃଣା କରେ ଋଷ, ଜାଣନ୍ତୁ ୭ ଦଶନ୍ଧି ପୁରୁଣା ଶତ୍ରୁତାର କାହାଣୀ...

ସେ କୃଷ୍ଣସାର ମୃଗ (Black Buck) କୁ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ସଲମାନ ଖାନଙ୍କୁ ଗିରଫ କରାଯାଇଥିଲା । ତେବେ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ୍ ଏବେ ଜାମିନରେ ଅଛନ୍ତି । ୫ ଏପ୍ରିଲ ୨୦୧୮ରେ ଟ୍ରାଏଲ କୋର୍ଟ ସଲମାନ ଖାନଙ୍କୁ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷର ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ଅଭିନେତା ସୈଫଅଲ୍ଲି ଖାନ (Saif Ali khan) , ଅଭିନେତ୍ରୀ ନୀଲମ, ତବ୍ବୁ ଏବଂ ସୋନାଲି ବିନ୍ଦ୍ରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। 

Also Read: ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଡୋଭାଲଙ୍କ ଜବାବ, ସୀମାରୁ ସେନାକୁ ହଟାନ୍ତୁ, ତେବେ ଯାଇ କଥାବାର୍ତ୍ତା ଆଗକୁ ବଢ଼ିବ

ସଲମାନ ଖାନ (Salman Khan)ଙ୍କୁ ସେହି ସମୟରେ ଗିରଫ କରାଯାଇ ଯୋଧପୁର ଜେଲକୁ ପଠାଯାଇଥିଲା। ଏହାପରେ ତିନି ଦିନ ପରେ କୋର୍ଟ ଦେଇଥିବା ଜାମିନ ଆଧାରରେ ତାଙ୍କୁ ଜେଲ୍ ରୁ ମୁକ୍ତ କରାଯାଇଥିଲା। ସଂକ୍ଷିପ୍ତ ଶୁଣାଣି ପରେ ଜଷ୍ଟିସ୍ ପିଏସ୍ ଭାଟି ଦୁଇଟି ଆବେଦନକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଛନ୍ତି, ଯେଉଁଠାରେ ରାଜ୍ୟର ଗୋଟିଏ  ଆବେଦନ ମଧ୍ୟ ବିଚାରାଧୀନ ଅଛି । ଏହି ସବୁ ମାମଲାର ଶୁଣାଣି ବର୍ତ୍ତମାନ ଗୋଟିଏ ସ୍ଥାନରେ ହେବ, ଯାହାକି ସଲମାନଙ୍କ ପାଇଁ ଆସ୍ୱସ୍ତିର ବିଷୟ ହେବ । ତେବେ ଏହା ମୂଲ୍ୟବାନ ସମୟ ସଞ୍ଚୟ କରିବ ବୋଲି କହିଛନ୍ତି ସଲମାନଙ୍କ ପରାମର୍ଶଦାତା ଏଚଏମ ସାରସ୍ୱତ ।