Advertisement
Article Detail0/zeeodisha/odisha1648354
Zee OdishaOdisha EntertainmentAishwarya Rai Bachchan: ପବ୍ଲିକ୍ ପ୍ଲେସରେ ଅଭିଷେକଙ୍କୁ ଏମିତି ବ୍ୟବହାର ଦେଖାଇଲେ ଐଶ୍ବର୍ଯ୍ୟା

Aishwarya Rai Bachchan: ପବ୍ଲିକ୍ ପ୍ଲେସରେ ଅଭିଷେକଙ୍କୁ ଏମିତି ବ୍ୟବହାର ଦେଖାଇଲେ ଐଶ୍ବର୍ଯ୍ୟା

Aishwarya Rai Bachchan News In Odia: ଅଭିଷେକ ବଚ୍ଚନ (abhishek bachchan) ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନ (Aishwarya Rai Bachchan) ଉଭୟଙ୍କ ମଧ୍ୟରେ ଏବେବି ବେଶ ଭଲ ପାଇବା ରହିଛି । ବିବାହକୁ ଦିର୍ଘ ବର୍ଷ ବିତି ଯାଇଥିଲେ ବି ଆଜିବି ସେମାନଙ୍କ ଭିତରେ ପୂର୍ବପରି ଭଲପାଇବା ରହିଛି । କିନ୍ତୁ ଏଦି ଦମ୍ପତିଙ୍କ ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ( VIDEO VIRAL) ବେଶ ଭାଇରାଲ ହେବାରେ ଲାଗିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ
ସୌଜନ୍ୟ- ସୋସିଆଲ ମିଡ଼ିଆ

Aishwarya Rai Bachchan News In Odia: ଅଭିଷେକ ବଚ୍ଚନ (abhishek bachchan) ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନ (Aishwarya Rai Bachchan) ଉଭୟଙ୍କ ମଧ୍ୟରେ ଏବେବି ବେଶ ଭଲ ପାଇବା ରହିଛି । ବିବାହକୁ ଦିର୍ଘ ବର୍ଷ ବିତି ଯାଇଥିଲେ ବି ଆଜିବି ସେମାନଙ୍କ ଭିତରେ ପୂର୍ବପରି ଭଲପାଇବା ରହିଛି । କିନ୍ତୁ ଏଦି ଦମ୍ପତିଙ୍କ ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ( VIDEO VIRAL) ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିଷେକଙ୍କ ଉପରେ କିଭଳି ପାଚିକି ଲାଲ ହେଉଛନ୍ତି ନୀଳ ନୟନା । ତାହା ପୁଣି ପବ୍ଲିକ୍ ପ୍ଲେସରେ । ତେବେ,ବର୍ତ୍ତମାନ ଏହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେବେ, ଉଭୟ ପତି-ପତ୍ନୀଙ୍କର ଏହି ଭିଡିଓ (reddit website)ରେଡଇଟ୍ ଓ୍ବେବସାଇଟରେ ସେୟାର କରାଯାଇଛି । 

ଭିଡିଓରେ ( VIDEO VIRAL)  ଆପଣ ଦେଖିପାରିବେ ଯେ, ଐଶ୍ବର୍ଯ୍ୟା, ଅଭିଷେକ, ଆରାଧ୍ୟା, ନବ୍ୟା (navya naveli nanda) ଏବଂ ଅଭିନେତା ସିକନ୍ଦର ଖେର(Sikandar Kher) ବସି ଏକ କବାଡି ମ୍ୟାଚ୍ ଦେଖୁଛନ୍ତି। ଏହି ସମୟରେ କିଛି ଘଟଣା ଘଟୁଛି । ଯାହାକୁ ନେଇ ଐଶ୍ବର୍ଯ୍ୟା ଅଭିଷେକଙ୍କ ଉପରେ ରାଗି ଯାଇଛନ୍ତି (aishwarya rai angry on abhishek bachchan)। ଭିଡିଓରେ,ଆପଣ ଦେଖିପାରିବେ ଯେ,ଐଶ୍ୱର୍ଯ୍ୟା ଅଭିଷେକଙ୍କୁ କିଛି କୁହନ୍ତି ଏବଂ ତା’ପରେ ତାଙ୍କର ଫେସ୍ ଏକ୍ସପ୍ରେସନ ପୁରା ଚେଞ୍ଚ୍ ହୋଇ ଯାଉଛି । ବାପା ମାଆଙ୍କ ଏଭଳି ହରକତ୍ ଦେଖି ଆରାଧ୍ୟା ମଧ୍ୟ ବିରକ୍ତ ହୋଇଯାଉଛି । ତେବେ, ଘଟଣା କଣ ହୋଇଛି ବୋଲି ବୁଝିବାକୁ ଚେଷ୍ଟା କରନ୍ତି ନବ୍ୟା । କିନ୍ତୁ ଐଶ୍ବର୍ଯ୍ୟାଙ୍କ ଏକ୍ସପ୍ରେସନ୍ ଦେଖି ନବ୍ୟା ମଧ୍ୟ ନିଜେ ଅଜିବ ରିଆକ୍ସନ୍ ଦିଅନ୍ତି । ତେବେ,କଣ ସେହି ଘଟଣା ଜଣାପଡିନ ଥିବା ବେଳେ , ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଥଟ୍ଟା କରିବା ଆରମ୍ଭ କରି ଦେଇଛନ୍ତି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, "ସିକନ୍ଦର ଖେରଙ୍କ ପାଇଁ ଅଶୁଭ ମୁହୂର୍ତ୍ତ"। ତେଣୁ ଅନ୍ୟ ଜଣେ ଲେଖିଛନ୍ତି, "ସିକନ୍ଦର ନିଶ୍ଚୟ କହୁଛନ୍ତି ମୋତେ ଏଠାରୁ ନେଇ ଯାଆ "। ଅନ୍ୟ ଜଣେ ଲେଖିଛନ୍ତି, "ମୁଁ ଏହି ପରିବାର ବିଷୟରେ କିଛି ବୁଝି ପାରୁ ନାହିଁ । 

Also Read :  Archana Nag: ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ, ଘରେ ଲାଗିବ କି ପୁଣିଥରେ ବଡ଼ବଡ଼ିଆଙ୍କ ଗହଳି !

Add Zee News as a Preferred Source

Also Read : Papaya Disadvantages: ଏହି ଲୋକଙ୍କ ପାଇଁ ବିଷ ସଦୃଷ ହୋଇଥାଏ ଅମୃତଭଣ୍ତା, ଭୁଲରେ ବି ଖାଆନ୍ତୁନି

ନିକଟରେ ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଏବେ ଖବର ମଧ୍ୟ ଆସିଥିଲା । ଜମି କିଣିଛନ୍ତି,କର ଦେଉ ନାହାଁନ୍ତି  । ଆଉ ଯାହାକୁ ନେଇ ଐଶ୍ବର୍ଯ୍ୟାଙ୍କ ଘରେ ପହଁଚିଛି ତଦସିଲଦାରଙ୍କ ନୋଟିସ  ।  ନାଶିକ ତହସିଲଦାର ଘରକୁ ପଠାଇଛନ୍ତି ନୋଟିସ । ଖବର ଅନୁଯାୟୀ ମହାରାଷ୍ଟ୍ରର ନାଶିକ ଅଞ୍ଚଳରେ ଐଶ୍ବର୍ଯ୍ୟାଙ୍କ ନାଁରେ ଏକ ଜମି ରହିଛି  । କିନ୍ତୁ ଦୀର୍ଘ ଦିନ ହେବ ଟିକସ ଦେଉନାହାଁନ୍ତି ବଚ୍ଚନ ପରିବାରର ବଧୂ । ଆଉ ଯାହାକୁ ନେଇ ଖୋଦ ପ୍ରଶାସନ ତାଙ୍କ ଦୁଆରକୁ ଯିବାକୁ ବାଧ୍ୟ ହୋଇଛି  ।   ଏହି ଜମିର ଟିକସ ୨୧,୯୬୦ ଟଙ୍କା ଭରିନାହାଁନ୍ତି ଅଭିନେତ୍ରୀ । ଏନେଇ ନାସିକ୍ ତହସିଲଦାର ତାଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି । ୧୨ ମାସର  ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ  । ୨୧,୯୬୦ ଟଙ୍କା ବାକି ଅର୍ଥ ଲ ପାଇଁ ରାଜସ୍ୱ ବିଭାଗ ନେଇଛି ନିଷ୍ପତ୍ତି  । ପୂର୍ବରୁ ମଧ୍ୟ ଏଭଳି ମାମଲାରେ ଛନ୍ଦି ହୋଇଛନ୍ତି ମିସ ୱାର୍ଲଡ ଐଶ୍ବର୍ଯ୍ୟା  । ପାନାମା ପେପର ଲିକ୍ ମାମଲାରେ ଅଭିନେତ୍ରୀଙ୍କ ସମ୍ପୃକ୍ତି ଚର୍ଚ୍ଚା ଥମିନାହିଁ  । ଇଡିରେ ହାଜର ପାଇଁ ମିଳିଥିଲା ସମନ  । ଆଉ ଏବେ ପୁଣି ଟିକସ ଫାଙ୍କିବା ଅଭିଯୋଗରେ ମିଳିଛି ନୋଟିସ  ।

 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author