Happy Birth day Akshay: ବଲିଉଡ଼ର ଅପ୍ରତିଦ୍ୱନ୍ଦ୍ୱୀ ନାୟକ ଅକ୍ଷୟ
Advertisement
Article Detail0/zeeodisha/odisha1344296

Happy Birth day Akshay: ବଲିଉଡ଼ର ଅପ୍ରତିଦ୍ୱନ୍ଦ୍ୱୀ ନାୟକ ଅକ୍ଷୟ

 ଅକ୍ଷୟ କୁମାର ନିଜର ଚମତ୍କାର ଅଭିନୟ ମାଧ୍ୟମରେ ସେ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି।  ସେ ଜଣେ ବରିଷ୍ଠ ଅଭିନେତା ଓ ଫିଲ୍ମ ପ୍ରଡ୍ୟୁସର ଭାବରେ ବେଶ ଜଣାଶୁଣା।

ପ୍ରତିକାତ୍ମକ ଫଟୋ

Happy Birth Day Akshya: ନୂଆଦିଲ୍ଲୀ:  ୫୬ ବର୍ଷରେ ପାଦ ଥାପିଲେ ଅକ୍ଷୟ କୁମାର (Akshay Kumar birthday)। ପଞ୍ଜାବ ଅମୃତସହରରେ ୧୯୬୭ ମସିହା ସେପ୍ଟେମ୍ବର ୯ ତାରିଖରେ ଜନ୍ମ ନେଇଥିଲେ ଅକ୍ଷୟ। ଜନ୍ମଦିନ ଅବସରରେ ସେଲିବ୍ରିଟିଙ୍କ ସହ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ତାଙ୍କ ପାଖକୁ ଛୁଟୁଛି । ଅକ୍ଷୟ କୁମାର ନିଜର ଚମତ୍କାର ଅଭିନୟ ମାଧ୍ୟମରେ ସେ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି।  ସେ ଜଣେ ବରିଷ୍ଠ ଅଭିନେତା ଓ ଫିଲ୍ମ ପ୍ରଡ୍ୟୁସର ଭାବରେ ବେଶ ଜଣାଶୁଣା।

କ୍ୟାରିୟର... 
ଖିଲାଡି କୁମାର ୧୯୯୧ ମସିହାରେ ବଲିଉଡରେ ପାଦ ଥାପିଥିଲେ । ତାଙ୍କର ପ୍ରଥମ ମୁଭି ଥିଲା ସୌଗନ୍ଦ (Saugandh)। ସେବେଠାରୁ ସେ ଆଉ ଆଉ ପଛକୁ ଫେରି ନ ଥିଲେ। ୧୯୯୨ରେ ଖିଲାଡି (Khiladi) ରେ ନଜର ଆସିଥିଲେ। ପରେ ୧୯୯୪ରେ ୟେ ଦିଲ ଲାଗି (Yeh Dillagi) ଫିଲ୍ମରେ ଲିଡ ରୋଲରେ ଥିଲେ ଅକ୍ଷୟ। ପରେ ୨୦୦୦ ମସିହାରେ ରୋମାଣ୍ଚିକ ଫିଲ୍ମ ଧଡକନରେ ( Dhadkan) ନିଜର ଚମତ୍କାର ଅଭିନୟ ଦେଖାଇଥିଲେ ଅକ୍ଷୟ। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଶିଳ୍ପା ଶେଟ୍ଟି। ସେହିପରି ୨୦୦୩ର ଫିଲ୍ମ ଅନ୍ଦାଜ (Andaaz ) ଓ ୨୦୦୭ରେ ନମସ୍ତେ ଲଣ୍ତନରେ (Namastey London) ଅଭିନୟ କରିଥିଲେ ଅକ୍ଷୟ। ସେହିପରି ୨୦୦୦ ମସିହାରେ କମେଡି ଫିଲ୍ମ ହେରା ଫେରି (Hera Pheri)ରେ ଦର୍ଶକଙ୍କୁ ଖୁବ ହସେଇ ଥିଲେ ଅକ୍ଷୟ ।  ୨୦୦୪ରେ ମୁଝସେ ସାଦି କରୋଗି (Mujhse Shaadi Karogi) , ୨୦୦୭ରେ ହରର ମୁଭି ଭୁଲ ଭୁଲେୟା (Bhool Bhulaiyaa ), ୨୦୦୮ରେ ସିଙ୍ଗ ଇଜ କିଙ୍ଗ ମୁଭି (Singh Is Kinng) ରେ ନଜର ଆସିଥିଲେ। ପରେ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ ମୁଭି ଦେଇଥିଲେ ଖିଲାଡି କୁମାର ।

ସେହିପରି ୨୦୦୧ ମସିହାରେ ଫିଲ୍ମ ଅଜନବି(Ajnabee) ପାଇଁ ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଥିଲେ ଅକ୍ଷୟ। ପରେ ରୁସ୍ତମ (Rustom) ମୁଭି ପାଇଁ (National Film Award ) ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ। ଫିଲ୍ମ କେଶରୀ(Kesari) ଓ ପ୍ୟାଡ ମ୍ୟାନ୍(Pad Man) ମୁଭିରେ ସାମାଜିକ ବାର୍ତ୍ତା ଦେଇଥିଲେ ଅକ୍ଷୟ। ଅକ୍ଷୟ କୁମାର ଜଣେ କେବଳ କଳାକାର ନୁହେଁ ସେ ଷ୍ଟାଣ୍ତ ଆକ୍ଚର ଭାବରେ ମଧ୍ୟ ବେଶ ଜଣାଶୁଣା। ଅକ୍ଷୟ କୁମାର ଏବେ ସୁଧା ଶହେରୁ ଅଧିକ ମୁଭିରେ ଆକ୍ଟିଂ କରିଛନ୍ତି।

ଶିକ୍ଷାଗତ ଯୋଗ୍ୟତା  ଓ ପରିବାର ...
ଅକ୍ଷୟ କୁମାରଙ୍କ ବାପା ଜଣେ ଆର୍ମି ଅଫିସର। ସେ ମାତୁଙ୍ଗାର ଡନ ବୋସ୍କୋ ହାଇସ୍କୁଲ (Don Bosco High School, Matunga) ରେ ଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ଗୁରୁ ନାନକ ଖାଲସା କଲେଜ ଅଫ ଆର୍ଟସ୍ , ସାଇନ୍ସ ଆଣ୍ତ କମର୍ସ କଲେଜରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ।  ପାଠପଢା ଛାଡି ସେ ବକ୍ସିଂ ଶିଖିବା ପାଇଁ ସେ ବ୍ୟାଙ୍କକକ୍ ଯାଇଥିଲେ। ଥାଇଲାଣ୍ତରେ ପାଞ୍ଚ ବର୍ଷ ରହିବା ପରେ ସେ ଥାଇବକ୍ସିଂ ଶିଖିଥିଲେ। ସେ ତାଇକୋଣ୍ତାରେ ମଧ୍ୟ ଏକ ବାକ୍ଲ ବେଲ୍ଚ ପାଇଥିଲେ। ଏତେ ସହଜ ନ ଥିଲେ ଅକ୍ଷୟଙ୍କ ଫିଲ୍ମ କ୍ୟାରିୟର। ବଲିଉଡକୁ ଆସିବା ପୂର୍ବରୁ ଅକ୍ଷୟ ସେ ଏକ ହୋଟେଲରେ ସେଫ ଭାବେ କାମ ମଧ୍ୟ କରୁଥିଲେ। ବମ୍ବେ ଆସିବା ପରେ ବଦଳିଥିଲା ତାଙ୍କ ଭାଗ୍ୟ । ୨୦୦୧ ଜାନୁଆରୀ ୧୭ରେ ସେ ରାଜେସ ଖାନ୍ନାଙ୍କ ଝିଅ ଟ୍ୱିଙ୍କଲ ଖନ୍ନାଙ୍କୁ (Twinkle Khanna)ଙ୍କୁ ବିବାହ କରିଥିଲେ।