Akshay Kumar: କାନାଡୀୟ ନାଗରିକତ୍ୱ ତ୍ୟାଗ କରିବା ପରେ କାହିଁକି ତାଙ୍କର ନାହିଁ ଭାରତୀୟ ନାଗରିକତା ?
Advertisement
Article Detail0/zeeodisha/odisha1441290

Akshay Kumar: କାନାଡୀୟ ନାଗରିକତ୍ୱ ତ୍ୟାଗ କରିବା ପରେ କାହିଁକି ତାଙ୍କର ନାହିଁ ଭାରତୀୟ ନାଗରିକତା ?

Akshay Kumar: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର । ନିଜର ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ 'ରାମସେତୁ' ରିଲିଜ୍ ହୋଇଥିଲା । ଗୋଟିଏ ବର୍ଷରେ ଅକ୍ଷୟଙ୍କ ୪ଟି ଫିଲ୍ମ ରିଲିଜ୍ ହୋଇଛି । ହେଲେ, ସମସ୍ତ ଫିଲ୍ମ ପ୍ଲପ ହୋଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Akshay Kumar: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର । ନିଜର ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ 'ରାମସେତୁ' ରିଲିଜ୍ ହୋଇଥିଲା । ଗୋଟିଏ ବର୍ଷରେ ଅକ୍ଷୟଙ୍କ ୪ଟି ଫିଲ୍ମ ରିଲିଜ୍ ହୋଇଛି । ହେଲେ, ସମସ୍ତ ଫିଲ୍ମ  ପ୍ଲପ ହୋଇଛି । ଏପରିକି, ଅକ୍ଷୟ କୁମାରଙ୍କୁ 'ହେରା ଫେରି'ରେ ଦେଖିବାକୁ ମିଳିବ ନାହିଁ ବୋଲି ଆଲୋଚନା ହେଉଛି। ଏହି ଫିଲ୍ମରେ ତାଙ୍କର ସ୍ଥାନ ନେଇଛନ୍ତି କାର୍ତ୍ତିକ ଆର୍ଯ୍ୟାନ । ଗୋଟିଏ ବର୍ଷରେ ଅକ୍ଷୟଙ୍କ ଚୋରୋଟି ଫିଲ୍ମ ଫ୍ଲପ୍ ହୋଇ ଥିବାରୁ, 'ହେରା ଫେରି'ରେ ନିର୍ମାତା ତାଙ୍କୁ  ଏହି ପ୍ରୋଜେକ୍ଟରେ ସାଇନ କରାଇ ନ ଥିବା ଚର୍ଚ୍ଚା ହେଉଛି । ତେବେ, ଏହାରି ଭିତରେ ଅନ୍ୟ ଏକ ବଡ ଖବର ମଧ୍ୟ ସାମ୍ନାକୁ ଆସିଛି । ତାଙ୍କ ନାଗରିକତ୍ୱକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି । ସୋସିଆଲ ମିଡିଆରେ ଅକ୍ଷୟ କୁମାରଙ୍କୁ 'କାନାଡା କୁମାର କିମ୍ବା 'କାନାଡିୟ କୁମାର' ବୋଲି କହି ଟ୍ରୋଲ୍‌ କରାଯାଇଛି। ଯାହାକୁ ଅକ୍ଷୟ କୁମାର ସହଜରେ ଗ୍ରହଣ କରୁ ନାହାଁନ୍ତି। ଏନେଇ ସେ ଟ୍ରୋଲର୍ସଙ୍କୁ କଡା ଜବାବ ମଧ୍ୟ ଦେଇଛନ୍ତି । 

ଅକ୍ଷୟ କହିଛନ୍ତି ଯେ, ' କାନାଡାର ନାଗରିକ ହୋଇଥିଲେ ମଧ୍ୟ ସେ ଭାରତରେ ତାଙ୍କର ସମସ୍ତ ଟିକସ ଦିଅନ୍ତି। ବହୁ ବର୍ଷ ପୂର୍ବେ, ଯେତେବେଳେ ତାଙ୍କର ଚଳଚ୍ଚିତ୍ର ଗୁଡିକ ଫ୍ଲପ୍ ହୋଇଥିଲା। କାନାଡିୟ ନାଗରିକତ୍ୱ ପାଇଁ ସେ ଆବେଦନ କରିଥିଲେ । ଏବଂ ଏହା ସଫଳ ମଧ୍ୟ ହୋଇଥିଲା । "କାନାଡାର ପାସପୋର୍ଟ ରହିବା ଅର୍ଥ ନୁହେଁ ଯେ ମୁଁ ଜଣେ ଭାରତୀୟ ନୁହେଁ , ମୁଁ ସମ୍ପୁର୍ଣ୍ଣ ଭାରତୀୟ ଅଟେ। ମୋତେ ପାସପୋର୍ଟ ମିଳିବାର ୯ ବର୍ଷ ବିତି ଗଲାଣୀ'। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ, ତାଙ୍କର ୧୪-୧୫ଟି ଫିଲ୍ମ ଫ୍ଲପ୍ ହୋଇଥିଲା । ଚଳଚ୍ଚିତ୍ର ଫ୍ଲପ୍ ହେବାରୁ ସେ ଅନ୍ୟତ୍ର ଚାକିରି କରିବାକୁ ଉଚିତ୍ ବୋଲି ଭାବିଥିଲେ । ସେହି ସମୟରେ ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କର ଜଣେ ବନ୍ଧୁ କାନାଡାର ବାସିନ୍ଦା ଏବଂ ତାଙ୍କୁ ଭାରତ ଛାଡି କାନାଡା ଯିବାକୁ ପରାମର୍ଶ ଦେଇଥିଲେ । ଚାକିରୀ ଖୋଜିବା ପାଇଁ ଅନେକ କାନାଡାକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ସେମାନେ ଭାରତୀୟ ଅଟନ୍ତି ବୋଲି ଅକ୍ଷୟ କହିଛନ୍ତି। କାନାଡାର ନାଗରିକତ୍ୱ ପାଇବା ପରେ ଅକ୍ଷୟ ପୁଣି ଥରେ ବୃତ୍ତିଗତ ସଫଳତା ପାଇଲେ । ଏବଂ ତା’ପରେ ସେ ଭାରତରେ ରହିବାକୁ ସ୍ଥିର କଲେ।

ଏହାବି ପଢନ୍ତୁ : Mahesh Babu: ମାନସିକ ଅଶାନ୍ତିରେ ମହେଶ ବାବୁ, ପ୍ରଥମେ ମାଆ, ଏବେ ବାପା...

 

ଯଦି ଆମେ ଅକ୍ଷୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲି(Rakul Preet Singh)ରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା ।  ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଅଛି ।  ସେ 'ସେଲଫି', ସୋରାରାଇ,ପୋଟରୁ ରିମେକ୍, ଓମାଇଗଡ ୨(OMG 2), ଜଲିଏଲଏଲବି ୩,ସ୍କାଏଫୋର୍ଟ ଓ ଖେଲ ଖେଲ ମେଁ ନଜର ଆସିବେ ।