Mahesh Babu: ମାନସିକ ଅଶାନ୍ତିରେ ମହେଶ ବାବୁ, ପ୍ରଥମେ ମାଆ, ଏବେ ବାପା...
Advertisement
Article Detail0/zeeodisha/odisha1440861

Mahesh Babu: ମାନସିକ ଅଶାନ୍ତିରେ ମହେଶ ବାବୁ, ପ୍ରଥମେ ମାଆ, ଏବେ ବାପା...

Mahesh Babu: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ପିତା କ୍ରିଷ୍ଣାଙ୍କ ବିଷୟରେ ଏକ ବଡ ଖବର ଆସୁଛି। ଭେଟେରାନ୍ ଅଭିନେତା କ୍ରିଷ୍ଣା (Krishna)ଙ୍କର ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି । ଏହି କାରଣରୁ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 Mahesh Babu: ମାନସିକ ଅଶାନ୍ତିରେ ମହେଶ ବାବୁ, ପ୍ରଥମେ ମାଆ, ଏବେ ବାପା...

Mahesh Babu: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ପିତା କ୍ରିଷ୍ଣାଙ୍କ ବିଷୟରେ ଏକ ବଡ ଖବର ଆସୁଛି। ଭେଟେରାନ୍ ଅଭିନେତା କ୍ରିଷ୍ଣା (Krishna)ଙ୍କର ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି । ଏହି କାରଣରୁ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ କ୍ରିଷ୍ଣାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ହେଲେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି ।

ରୁଟିନ୍ ଚେକଅପ ପାଇଁ ତାଙ୍କୁ ହସପିଟାଲ ନିଆଯାଇଥିଲା :

ଖବର ଅନୁଯାୟୀ କ୍ରିଷ୍ଣା ,ତାଙ୍କର ରୁଟିନ୍ ଚେକଅପ୍ ପାଇଁ ଡାକ୍ତରଖାନା ଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ଚେକଅପ୍ କରିଥିଲେ ଡାକ୍ତର । ବର୍ତ୍ତମାନ ସେ ଭଲ ଅଛନ୍ତି। କ୍ରିଷ୍ଣା, ବାଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାରୁ ତାଙ୍କର ପୂର୍ବରୁ ଚିକିତ୍ସା ଜାରି ରହିଛି । ଭେଟେରାନ ଅଭିନେତା ନଭେମ୍ବର ୧୩ ରବିବାର ଦିନ, ରୁଟିନ୍ ଚେକଅପ୍ ପାଇଁ ଡାକ୍ତରଖାନା ଯାଇଥିଲେ। ଶ୍ୱାସକ୍ରିୟାରେ ସମସ୍ୟା ଏବଂ ତାଙ୍କ ବୟସକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଯାଞ୍ଚ କରୁଛନ୍ତି । 

ଏହାବି ପଢନ୍ତୁ :  Pushpa 2: 'ପୁଷ୍ପା ୨'କୁ ନେଇ ଆସିଲା ବଡ ଅପଡେଟ୍, ଏହି ଦିନ ଦେଖିବେ ଫିଲ୍ମ ଝଲକ୍

ଏହାବି ପଢନ୍ତୁ :Varun Dhawan: ନୂଆବର୍ଷରେ ଗୁଡ୍ ନ୍ୟୁଜ୍ ଦେଇପାରନ୍ତି ବରୁଣ-ନତାଶା, ସଲମାନ ଖାନ୍ କଲେ ବଡ ଖୁଲାସା

ଏହାବି ପଢନ୍ତୁ :  Alia Bhatt: ମାଆ ହେବାର ସପ୍ତାହକ ପରେ ପୁଣି ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଲେ ଆଲିଆ

୨୦୧୯ ରେ କ୍ରିଷ୍ଣାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା :

ଏଠାରେ ଆମେ, ଆପଣଙ୍କୁ କହି ରଖିବୁ ଯେ,ଗତ କିଛି ଦିନ ପୂର୍ବରୁ,କ୍ରିଷ୍ଣାଙ୍କ ପତ୍ନୀ, ଇନ୍ଦିରା ଦେବୀଙ୍କ ଦେହାନ୍ତ ହୋଇଥିଲା । ଭେଟେରାନ ଆକ୍ଟର ନିଜ ପତ୍ନୀଙ୍କୁ ହରାଇ  ଦୁଃଖରେ ଭାଙ୍ଗି ପଡିଥିଲେ। ଏ ପର୍ଯ୍ୟନ୍ତ ସେ ଦୁଖଃରୁ , ନିଜକୁ ମୁକୁଳାଇ ପାରି ନାହାଁନ୍ତି । କ୍ରିଷ୍ଣା ୨୦୧୯ରେ ପ୍ରଥମ ପତ୍ନୀ ନିର୍ମଳାଙ୍କୁ ହରାଇଥିଲେ ।  ସେବେଠାରୁ କ୍ରିଷ୍ଣା ଅଭିନୟ ଜଗତରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିଲେ। ତଥାପି, ସେ ସର୍ବଦା ନିଜ ପିଲାମାନଙ୍କ ପାଇଁ ଛିଡା ହୁଅନ୍ତି ।

ଏହି ବର୍ଷ କୃଷ୍ଣଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି :

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ କୃଷ୍ଣଙ୍କ ବଡ ପୁଅ ରମେଶ ବାବୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ, ରମେଶ ଜାନୁଆରୀ ୮, ୨୦୨୨ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ପରେ କ୍ରିଷ୍ଣାଙ୍କ ଦ୍ବିତୀୟ ପତ୍ନୀ  ଇନ୍ଦିରା ଦେବୀଙ୍କ ମୃତ୍ୟୁ ଚଳିତ ବର୍ଷ ସେପ୍ଚେମ୍ବର ୨୮ରେ ହୋଇଥିଲା। କ୍ରିଷ୍ଣା ତାଙ୍କ ସମୟରେ ଜଣେ ସଫଳ ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ ଥିଲେ । ତାଙ୍କୁ ବର୍ତ୍ତମାନ ୭୯ ବର୍ଷ ବୟସ । ସେ ତେଲୁଗୁ ସିନେମାରେ ବହୁତ ଭଲ କାମ କରିଛନ୍ତି ।