Advertisement
Article Detail0/zeeodisha/odisha2138735
Zee OdishaOdisha EntertainmentAnant Radhika Wedding: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ପଙ୍କସନ୍ ରେ ୩ ଖାନଙ୍କ ସମତେ ଷ୍ଟାରଙ୍କ ଜଲୱା, ଦେଖନ୍ତୁ ଭିଡ଼ିଓ

Anant Radhika Wedding: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ପଙ୍କସନ୍ ରେ ୩ ଖାନଙ୍କ ସମତେ ଷ୍ଟାରଙ୍କ ଜଲୱା, ଦେଖନ୍ତୁ ଭିଡ଼ିଓ

ଖୁବଶୀଘ୍ର ହେବାକୁ ଯାଉଛି ଚଳିତ ବର୍ଷର ସବୁଠୁ ବଡ଼ ଗ୍ରାଣ୍ତ ୱେଡ଼ିଂ । ଆସନ୍ତା ଜୁଲାଇ ୧୨ ତାରିଖରେ ହାତକୁ ୨ ହାତ ହେବେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଇ ଅନନ୍ତ ଅମ୍ବାନୀ । ଏନେଇ ବିବାହର ୩ ମାସ ପୂର୍ବରୁ ଗୁଜୁରାଟ ଜାମନଗରରେ ଆରମ୍ଭ ହୋଇଛି ୩ ଦିନିଆ ପ୍ରି-ୱେଡ଼ିଂ ପଙ୍କସନ୍ । ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ନେଇ ସା

Anant Radhika Wedding: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ପଙ୍କସନ୍ ରେ ୩ ଖାନଙ୍କ ସମତେ ଷ୍ଟାରଙ୍କ ଜଲୱା, ଦେଖନ୍ତୁ ଭିଡ଼ିଓ

Anant Radhika Wedding: ଖୁବଶୀଘ୍ର ହେବାକୁ ଯାଉଛି ଚଳିତ ବର୍ଷର ସବୁଠୁ ବଡ଼ ଗ୍ରାଣ୍ତ ୱେଡ଼ିଂ । ଆସନ୍ତା ଜୁଲାଇ ୧୨ ତାରିଖରେ ହାତକୁ ୨ ହାତ ହେବେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଇ ଅନନ୍ତ ଅମ୍ବାନୀ । ଏନେଇ ବିବାହର ୩ ମାସ ପୂର୍ବରୁ ଗୁଜୁରାଟ ଜାମନଗରରେ ଆରମ୍ଭ ହୋଇଛି ୩ ଦିନିଆ ପ୍ରି-ୱେଡ଼ିଂ ପଙ୍କସନ୍ । ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ନେଇ ସାଜସଜାରେ ଝଲସୁଛି ପୂରା ଜାମନଗର । ପ୍ରଥମ ଦିନରେ ଅମ୍ବାନୀ ପରିବାର ପକ୍ଷରୁ କକଟେଲ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ପାର୍ଟରେ ଦେଶ ବିଦେଶର ବହୁ ହାଇପ୍ରୋଫାଇଲ ଅତିଥି ଯଥା- ଇଭାଙ୍କା ଟ୍ରମ୍ପ, ବିଲ ଗେଟ୍ସ, ସୁନ୍ଦର ପିଚାଇ, ମାର୍କ ଜୁକରବର୍ଗ, ଭୁଟାନ ରାଣୀ, କାତାର ପ୍ରିନ୍ସ ସାମିଲ ହୋଇଥିଲେ । ସେପଟେ ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ପାଇଁ ଜାମନଗରରେ ପହଁଞ୍ଚିଥିଲା ପୂରା ବଲିଉଡ଼ ।

ର୍କଷଣ ସାଜିଥିଲା ୩ ଖାଁଙ୍କ ଡ୍ୟାନ୍ସ

ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡ଼ିଂ ପଙ୍କସନ୍ ର ଦ୍ବିତୀୟ ଦିନରେ ବଲିଉଡ଼ର ତିନି 'ଖାନ' ଅର୍ଥାତ୍ ଶାହାରୁଖ, ସଲମାନ ଓ ଆମୀର ଖାନଙ୍କ ଜଲୱା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଶାହାରୁଖ, ସଲମାନ ଓ ଆମୀରଙ୍କ ଧୁଆଁଧାର ଡ୍ୟାନ୍ସ ଦେଖିବାକୁ ମିଳିଛି । ବଲିଉଡ଼ର ଏହି ତିନି ଖାନ 'ଆରଆରଆର' ଫିଲ୍ମର ପ୍ରସିଦ୍ଧ ଗୀତ' ନାଟୁ-ନାଟୁ'ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି ।  

Add Zee News as a Preferred Source

 

 

ସେପଟେ ପ୍ରଥମ ଥର ପିତାମାତା ହେବାକୁ ଯାଉଥିବା ଦୀପିକା ପାଦୁକୋନ ଓ ରଣଭୀର ସିଂଙ୍କ ଡ୍ୟାନ୍ସ ମଧ୍ଯ ଦେଖିବାକୁ ମିଳିଥିଲା । ଗର୍ଭବତୀ ଥିବା ସତ୍ତ୍ବେ ଷ୍ଟେଜ ଉପରେ ନାଚିଥିଲେ ଦୀପିକା । କେବଳ ଏତିକି ନୁହେଁ, ଉଭୟଙ୍କୁ ଗାରବା ଖେଳୁଥିବାର ମଧ୍ଯ ଦେଖିବାକୁ ମିଳିଥିଲା ।

 

 

ଅନ୍ୟପଟେ ଜାନଭୀ କପୁର, ସାରା ଅଲ୍ଲୀ ଖାନ, ଅନନ୍ୟା ପାଣ୍ଡେ, ଖୁସି କପୁର ଓ ମନୀଷ ମଲହୋତ୍ରା 'ବୋଲୋ ଚୁଁଡିୟାନ୍' ଗୀତରେ ଏକାଠି ଡ୍ୟାନ୍ସ କରିଥିଲେ ।

 

 

ଅନ୍ୟପଟେ କ୍ରୀଡା, ବ୍ୟବସାୟ, ମୁମ୍ବାଇ ପୋଲିସ, ରାଜନୀତି ଓ ବିଭିନ୍ନ କ୍ଷେତ୍ରର ଜଣାଶୁଣା ନାମୀଦାମୀ ଚେହେରା ମଧ୍ଯ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୩ ଦିନର କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଜାମନଗର କାର୍ଯ୍ୟକ୍ରମରେ ପହଁଚିଥିବା ଅତିଥିଙ୍କ ଯାତ୍ରାଠୁ ନେଇ ରହଣୀ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ଆକାଶ ଅମ୍ବାନୀ ଓ ଇଷା ଅମ୍ବାନୀଙ୍କ ବାହାଘର ମଧ୍ଯ ବେଶ୍ ଧୁମ୍ ଧାମ୍ ରେ ଆୟୋଜିତ ହୋଇଥିଲା। ଏବେ ଅନନ୍ତ ଅମ୍ବାନୀ ପ୍ରି-ୱେଡିଂ ଫଙ୍କସନ ଚର୍ଚ୍ଚାର ବିଷୟ ପାଲଟିଛି ।

 

 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author