Actress Anushka Sharma: ଅନୁଷ୍କା ଖାଇଲେ କୋଲକାତାର ଏହି ଫେମସ୍ ଫୁଡ୍, ଆଉ କହିଲେ....
Advertisement

Actress Anushka Sharma: ଅନୁଷ୍କା ଖାଇଲେ କୋଲକାତାର ଏହି ଫେମସ୍ ଫୁଡ୍, ଆଉ କହିଲେ....

Actress Anushka Sharma: ବଲିଉଡ ଅଭିନେତ୍ରୀନ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି । ଏହି ପାଓ୍ବାରପୁଲ କପୁଲ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ନିଜ ଫ୍ୟାନ୍ସଙ୍କୁ ସବୁବେଳ କିଛିନା କିଛି ଅପଡେଟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଅଭିନେତ୍ରୀ ଅନୁଷ୍କା ନିଜର ଆଗାମୀ ଫିଲ୍ମ 'ଚକଡା ଏକ୍ସପ୍ରେସ' (Chakda Xpress) ସୁଟିଂରେ ବ୍ୟସ୍ତ ଅଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Actress Anushka Sharma: ବଲିଉଡ ଅଭିନେତ୍ରୀନ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି । ଏହି ପାଓ୍ବାରପୁଲ କପୁଲ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ନିଜ ଫ୍ୟାନ୍ସଙ୍କୁ ସବୁବେଳ କିଛିନା କିଛି ଅପଡେଟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଅଭିନେତ୍ରୀ ଅନୁଷ୍କା ନିଜର ଆଗାମୀ ଫିଲ୍ମ 'ଚକଡା ଏକ୍ସପ୍ରେସ' (Chakda Xpress) ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର କିଛି ସୁଟିଂ ବିଦେଶରେ କରାଯାଇଥିବା ବେଳେ ଭାରତରେ ମଧ୍ୟ ଏହାର ଅବଶିଷ୍ଟ ସୁଟିଂ ଆରମ୍ଭ ହୋଇଛି । କୋଲକାତାରେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ଅନୁଷ୍କା । ଫିଲ୍ମର ସୁଟିଂ ସମୟରେ ଫୁଡ୍ ଲଭର ଅନୁଷ୍କା ଘୁଘନି ସହିତ ବ୍ରେଡ (Ghugni and bread) ମଧ୍ୟ ଖାଇଛନ୍ତି ।  ଯାହାକୁ ସେ ନିଜ ଇନଷ୍ଟା ଷ୍ଟାଟସରେ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ଯେ, "ମଇଦାନ କ୍ୟାଣ୍ଟିନର ଘୁଘନି ଓ ବ୍ରେଡ୍, ଏହା କୋଲକାତାର " । ଏହାସହ ସେ ରାସ୍ତା କଡରେ ବିକ୍ରି ହେଉଥିବା ଝାଲମୁଢି ଓ ପିଜୁଳି ମଧ୍ୟ ଖାଇଛନ୍ତି । 

'ଚକଡା ଏକ୍ସପ୍ରେସ' (Chakda Xpress) ଫିଲ୍ମଟି  ମିହିଳା କ୍ରିକେଟର ଝୁଲଣ ଗୋସ୍ବାମୀ(former Indian cricketer Jhulan Goswami)ଙ୍କ ଉପରେ ଆଧାରିତ । ଯେଉଁଥିରେ ଲିଡ୍ ରୋଲରେ ନଜର ଆସିବେ ଅନୁଷ୍କା ଶର୍ମା । ପ୍ରୋସିଟ୍ ରୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ରିଲିଜ୍ ଡେଟ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନ ଥିବା ବେଳେ ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି । ଅନୁଷ୍କା ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ ଏବଂ ବାଙ୍ଗାଲୋରରେ ତାଙ୍କର ପିଲାଦିନ କଟିଥିଲା । ଅନୁଷ୍କା ୨୦୦୭ରେ ମଡେଲିଂରେ ଯୋଗଦେଲେ ଏବଂ ପରେ ସେ ମଡେଲିଂକୁ ପେଷା ଭାବରେ ଆପଣେଇବା ପାଇଁ ମୁମ୍ବାଇ ଯାଇଥିଲେ । ଅନୁଷ୍କା ୨୦୦୮ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ହିନ୍ଦୀ କଥାଚିତ୍ର ଅଭିନେତା ଶାହାରୁଖ ଖାଁଙ୍କ ସ‌ହ ରବ୍ ନେ ବନା ଦି ଯୋଡ଼ିରେ ଅଭିନୟ କରିଥିଲେ ।

 

ଏହି କଥାଚିତ୍ର ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ ହୋଇଥିଲେ । ଏହାପରେ ସେ ୟଶ୍ ରାଜ୍ ଫିଲ୍ମସ୍‌ର ବିଭିନ୍ନ ଚଳଚ୍ଚିତ୍ର ବ୍ୟାଣ୍ଡା ବାଜା ବରାତ୍, ଜବ୍ ତକ୍ ହୈ ଜାନ୍ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୨୦୧୨ରେ ଜବ୍ ତକ୍ ହୈ ଜାନ୍ ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପିକେରେ ତାଙ୍କର ସାମ୍ବାଦିକ ଭୂମିକା ସବୁଠାରୁ ବଡ଼ ସଫଳତା ଦେଇଥିଲା ତାଙ୍କୁ, ଏହାପରେ ସେ ୨୦୧୬ରେ ସଲମାନ ଖାଁଙ୍କ ସ‌ହ ସୁଲ୍‌ତାନ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୫ରେ ଅନୁଷ୍କା ତାଙ୍କର ପ୍ରଯୋଜନା ସଂସ୍ଥା ଖୋଲିଥିଲେ । ତାଙ୍କ ପ୍ରଯୋଜନାରେ ପ୍ରଥମ ଚଳଚ୍ଚିତ୍ର ଥିଲା NH10, ଏହି ଚଳଚ୍ଚିତ୍ରଟି ଏକ ଅପରାଧଭିତ୍ତିକ ଚଳଚ୍ଚିତ୍ର ଥିଲା ।