ପାର୍ବଣକୁ ଅଧିକ ସ୍ପେଶାଲ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଅର୍ଦ୍ଧସତ୍ୟ’
Advertisement

ପାର୍ବଣକୁ ଅଧିକ ସ୍ପେଶାଲ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଅର୍ଦ୍ଧସତ୍ୟ’

ରସୁଲଗଡ଼ ସ୍ଥିତ ଏକ୍ସପ୍ଳାନେଡ ମଲ୍‍ର ସିନେପଲିସ୍‍ଠାରେ ଆୟୋଜିତ ଏହି ସ୍ପେଶାଲ ସ୍କ୍ରିନିଂ ଅବସରରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ଓ ଚଳଚ୍ଚିତ୍ରର ଭୂରି ଭୂରି ପ୍ରଶଂସା କରିଥିଲେ ।

ପାର୍ବଣକୁ ଅଧିକ ସ୍ପେଶାଲ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଅର୍ଦ୍ଧସତ୍ୟ’

ଭୁବନେଶ୍ୱର: ସୌଭାଗ୍ୟ ରଞ୍ଜନ ମିଶ୍ର; କୌସ୍ତଭ ଡ୍ରିମ୍‍ୱାର୍କ୍ସ ପ୍ରାଇଭେଟ ଲି. ବ୍ୟାନରରେ ନିର୍ମିତ ଭିନ୍ନଧରଣର ସିନେମା ‘ଅର୍ଦ୍ଧସତ୍ୟ’ର ସ୍ପେଶାଲ ସ୍କ୍ରିନିଂ ତଥା ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି । ରସୁଲଗଡ଼ ସ୍ଥିତ ଏକ୍ସପ୍ଳାନେଡ ମଲ୍‍ର ସିନେପଲିସ୍‍ଠାରେ ଆୟୋଜିତ ଏହି ସ୍ପେଶାଲ ସ୍କ୍ରିନିଂ ଅବସରରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ଓ ଚଳଚ୍ଚିତ୍ରର ଭୂରି ଭୂରି ପ୍ରଶଂସା କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ କିମ୍ବଦନ୍ତୀ ନାୟକ ପ୍ରଶାନ୍ତ ନନ୍ଦ ଏବଂ ମୁମ୍ବାଇର ପୂର୍ବତନ ପୋଲିସ କମିସନର୍‍ ଅରୁପ ପଟ୍ଟନାୟକ ।

ଓଡ଼ିଶାର ଏକମାତ୍ର ନିଜସ୍ୱ ଓଟିଟି ପ୍ଳାଟଫର୍ମ ଆଓ ନେକ୍‍ଷ୍ଟରେ ଷ୍ଟ୍ରିମିଂ ହେବାକୁ ଥିବା ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଭରଦ୍ୱାଜ ପଣ୍ଡା । ପ୍ରଯୋଜନା
କରିଛନ୍ତି କୌଶିକ ଦାସ । କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅଛନ୍ତି ରାମ ପଟ୍ଟନାୟକ । ମାତୃପ୍ରସାଦ ପରିଡା ଓ ସତ୍ୟମ୍‍ ଶିବମ୍‍ ସୁନ୍ଦରମ୍‍ ସିନେମାଟୋଗ୍ରାଫର ଭାବେ ନିଜର ଦାୟିତ୍ୱ ତୁଲାଇଛନ୍ତି । ସମ୍ପାଦନା କରିଛନ୍ତି ମନିନ୍ଦ୍ର ପଟ୍ଟନାୟକ ଓ ମାତୃପ୍ରସାଦ ପରିଡା । ଶବ୍ଦଗ୍ରହଣ ଓ ସଂଯୋଜନା କରିଛନ୍ତି ବିଭୂତି ଭୂଷଣ ଗଡନାୟକ । ବିଭିନ୍ନ ଭୂମିକାରେ ହର ରଥ, ରୁତୁପର୍ଣ୍ଣା ମହାପାତ୍ର ଆର.ଜେ ଗୁଡି, ସୈଲେନ୍‍ ରାଉତରାୟ, କ୍ରିଷ୍ଣା ସୌରଭ, ରବିନ୍ଦ୍ର ନାଥ ମିଶ୍ର, ବର୍ଷା ସାମଲ ଓ ଆର.ଜେ କେପି ପ୍ରମୁଖ ଅଭିନୟ କରିଛନ୍ତି ।

fallback

‘ଅର୍ଦ୍ଧସତ୍ୟ’ କେବଳ ଏକ ତଥାକଥିତ ମନୋରଞ୍ଜନଧର୍ମୀ ସିନେମା ନୁହେଁ ବରଂ ଏହା ଏକ ମୂଲ୍ୟବୋଧ ଭିତ୍ତିକ ଚଳଚ୍ଚିତ୍ର ବୋଲି କହିଛନ୍ତି ପ୍ରଯୋଜକ ତଥା ଆଓ ଟିଭିର ପ୍ରତିଷ୍ଠାତା କୌଶିକ୍‍ ଦାସ । ତାଙ୍କ ମତରେ ଏହିଭଳି ନୂତନ, ମୌଳିକ ତଥା ଭିନ୍ନଧରଣର ଚଳଚ୍ଚିତ୍ର ନିର୍ମିତ ହେଲେ ଯାଇ ଓଡିଆ ଚଳଚ୍ଚିତ୍ର ତାର ଗରିମା ଫେରିପାଇବ ।

ଏହା ବି ପଢ଼ନ୍ତୁ: ଆର୍ୟନଙ୍କ ଗିରଫ ପରେ ଶାହରୁଖଙ୍କୁ ଲାଗିଲା ଆଉ ଏକ ବଡ଼ ଝଟକା

ସତ୍ୟପ୍ରକାଶ ଦାଶ ନାମକ ଜଣେ ପୋଲିସ ଅଧିକାରୀଙ୍କ କାହାଣୀ ହେଉଛି ‘ଅର୍ଦ୍ଧସତ୍ୟ’ । ନିଲମ୍ବିତ ହେବା ପରେ ତାଙ୍କୁ ପୋଲିସ ସହାୟତା କେନ୍ଦ୍ରରେ ଯୋଗଦେବାକୁ କୁହାଯାଏ । ଦିନେ ଏମିତି ଏକ ଫୋନ୍‍ କଲ୍‍ ଆସେ ଯାହା କାହାଣୀକୁ ଭିନ୍ନ ମୋଡଦିଏ । ଜଣେ ଅପହୃତା ମହିଳା ସତ୍ୟଙ୍କୁ ସତ୍ୟର ସାମ୍ନା କରିବାକୁ ପ୍ରବର୍ତ୍ତାନ୍ତି । ଏପରି ଏକ ରୋଚକ କାହାଣୀ ଆରମ୍ଭରୁ ଶେଷଯାଏ ଦର୍ଶକଙ୍କ ଆବେଗକୁ ବାନ୍ଧିରଖିବାର ସାମର୍ଥ୍ୟ ରଖେ । କାହାଣୀ, ଚିତ୍ରନାଟ୍ୟ ଓ ବଳିଷ୍ଠ ଅଭିନୟ ଜରିଆରେ ଚଳଚ୍ଚିତ୍ରର ଉତ୍କର୍ଷତା ପ୍ରଦର୍ଶିତ ହୋଇଛି । କାହାଣୀରେ ନୂତନତ୍ୱ ସାଙ୍ଗକୁ ମନୋରଞ୍ଜନର ଭରପୂର ଉପାଦାନ ରହିଛି । କିନ୍ତୁ ସେହି ଉପାଦାନ ସବୁକୁ ଚାହିଦା ମୁତାବକ ବ୍ୟବହାର କରିଛନ୍ତି ନିର୍ଦ୍ଦେଶକ ଯେଉଁଥିରେ ତାଙ୍କ ହାତର ଚମତ୍କାରିତା ପ୍ରତିପାଦିତ ହୋଇଛି । ଏହାକୁ ଶହେ ପ୍ରତିଶତ ମୌଳିକ, ଗୁଣାତ୍ମକ ତଥା ପୈସାୱସୁଲ ଚଳଚ୍ଚିତ୍ର ବୋଲି କୁହାଯାଇପାରିବ ।