ବିନି ପଟ୍ଟନାୟକଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର "ସନମ ତୁ ସୁହାନା" ର ଅଡିଓ ଲୋକାର୍ପଣ
Advertisement
Article Detail0/zeeodisha/odisha2433221

ବିନି ପଟ୍ଟନାୟକଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର "ସନମ ତୁ ସୁହାନା" ର ଅଡିଓ ଲୋକାର୍ପଣ

Ollywood News: "ସନମ୍ ତୁ ସୁହାନା" ଆସନ୍ତା ଅକ୍ଟୋବର ୪ ତାରିଖରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଛି । କାହାଣୀ, ଚିତ୍ରନାଟ୍ୟ ସହିତ ପ୍ରଯୋଜନା କରିଛନ୍ତି ବିନି ପଟ୍ଟନାୟକ । ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । 

ବିନି ପଟ୍ଟନାୟକଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର "ସନମ ତୁ ସୁହାନା" ର ଅଡିଓ ଲୋକାର୍ପଣ

Ollywood News: ବିନି ପଟ୍ଟନାୟକ ଫିଲ୍ମ୍ସ ବ୍ୟାନରରେ ନିର୍ମାଣ ହୋଇଥିବା "ସନମ୍ ତୁ ସୁହାନା" ନୂଆ ଓଡ଼ିଆ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ହୋଇଛି । ଏହି ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମସ୍ତ କ୍ରିଉ ଉପସ୍ଥିତ ଥିଲେ ।

"ସନମ୍ ତୁ ସୁହାନା" ଆସନ୍ତା ଅକ୍ଟୋବର ୪ ତାରିଖରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଛି । କାହାଣୀ, ଚିତ୍ରନାଟ୍ୟ ସହିତ ପ୍ରଯୋଜନା କରିଛନ୍ତି ବିନି ପଟ୍ଟନାୟକ । ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବହୁ ନାମୀ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରଙ୍କ ସହିତ ବିଜୟ କୁମାର । ନାୟକ ଜ୍ୟୋତିଙ୍କ ସହିତ ଦୁଇ ଜଣ ନାୟିକା ସଙ୍ଗୀତା ଓ ଶ୍ରେୟାଙ୍କୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ତାଙ୍କ ବ୍ୟତୀତ କାଳୀ, ସୋମୁ, ଶଙ୍କର, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି ।

ଅଡିଓ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଏବଂ ଶ୍ରୋତା ସମସ୍ତ ଗୀତ ଗୁଡିକୁ ବହୁତ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ଅଶ୍ୱନୀ ଗଡ଼ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବିଜୟ କୁମାର, ନାୟକ ଜ୍ୟୋତି, ନାୟିକା ଶ୍ରେୟା ଓ ସଂଗୀତା, ସ୍ୱୟମ ପ୍ରକାଶ ପାଢ଼ୀ, ଦୀପ୍ତି ରେଖା ପାଢ଼ୀ, ସତ୍ୟଜିତ ପ୍ରମୁଖ ଉପସ୍ଥିତ ଥିଲେ ।

ଦଶହରା ବଜାରରେ ଗୀତ ଗୁଡିକ ବେଶ ଟ୍ରେଣ୍ଡି ହେବ ବୋଲି ଚର୍ଚ୍ଚା ହେଉଛି । ବିନି ପଟ୍ଟନାୟକ ଫିଲ୍ମ୍ସ ବ୍ୟାନରର ପୂର୍ବ ଚଳଚ୍ଚିତ୍ର ଗୁଡିକ ଯେପରି ହିଟ୍ ହୋଇଥିଲା ସେହିପରି ସନମ୍ ତୁ ସୁହାନା ମଧ୍ୟ ହିଟ୍ ହେବ ବୋଲି ପ୍ରଚାର ଓ ପ୍ରସାର ମୁଖ୍ୟ ଥିବା ପ୍ରଣୟ ଜେଠୀ ମତ ଦେଇଛନ୍ତି । ଅଡିଓ ବିତରଣ ଦାୟିତ୍ଵରେ ଅଛନ୍ତି ପ୍ରେମ୍ ଅଡିଓ।

Also Read- Guru Gochar: ନବପଞ୍ଚମ ଯୋଗ ସରିବା ପରେ ୩ ରାଶିର ବଦଳିଯିବ ଭାଗ୍ୟ

Also Read- Weather Update: ୨ ଜିଲ୍ଲାରେ ଅତିପ୍ରବଳ, ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା