Bipasha Basu Maternity Diaries : ବେବି ବମ୍ପର ସୁନ୍ଦର ଫଟୋ ସେୟାର କଲେ ବ୍ଲାକ ବିୟୁଟି
Advertisement

Bipasha Basu Maternity Diaries : ବେବି ବମ୍ପର ସୁନ୍ଦର ଫଟୋ ସେୟାର କଲେ ବ୍ଲାକ ବିୟୁଟି

Bipasha Basu Maternity Diaries : ବ୍ଲାକ ବିୟୁଟି ବିପାଶା ବସୁ (Bipasha Basu)। ବିପାଶା ବସୁ ପୁଣି ଥରେ ପ୍ରଶଂସକଙ୍କ ପାଇଁ ତାଙ୍କ ବେବି ବମ୍ପର ସୁନ୍ଦର ଫଟୋ ସେୟାର କରିଛନ୍ତି । 

 

ସୌଜନ୍ୟ : ସୋସିଆଲ ମିଡିଆ

Bipasha Basu Maternity Diaries : ବ୍ଲାକ ବିୟୁଟି ବିପାଶା ବସୁ (Bipasha Basu)। ସେ ଖୁବଶିଘ୍ର ନିଜ ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍ ଦେବାକୁ ଯାଇଛନ୍ତି।  ୬ ବର୍ଷ ତଳେ ବିପାଶା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ। ପ୍ରଥମ ଥର ପାଇଁ ଏ ଦମ୍ପତି ପିତାମାତା ହେବାକୁ ଯାଉଛନ୍ତି। ବିପାଶା ବସୁ ପୁଣି ଥରେ ପ୍ରଶଂସକଙ୍କ ପାଇଁ ତାଙ୍କ ବେବି ବମ୍ପର ସୁନ୍ଦର ଫଟୋ ସେୟାର କରିଛନ୍ତି । ଆଜିକାଲି ବିପାଶା ତାଙ୍କ ଗର୍ଭଧାରଣକୁ ଏନ୍‌ଜୟ କରୁଥିବାବେଳେ ପ୍ରଶଂସକଙ୍କୁ ମଧ୍ୟ ତାଙ୍କ ପ୍ରତିଟି ମୁହୂର୍ତ୍ତର ଖବର ସେୟାର କରୁଛନ୍ତି । ଏବେ ବିପାଶା ପୁଣି ଥରେ ଏହି ଫଟୋ ସହିତ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି । ବିପାଶା ତାଙ୍କର କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ବିପାଶା ୟେଲୋ କର୍ଲରର ଏକ ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ପୋଷ୍ଟ କରି ବିପାଶା କ୍ୟାପସନ୍ ଲେଖିଛନ୍ତି, ନିଜକୁ ଭଲ ପାଅ । ଏହା ମଧ୍ୟ କୁହାଯାଇଛି ଯେ, ଫଟୋଗୁଡ଼ିକ ତାଙ୍କ ସ୍ବାମୀ କରଣ ସିଂ ଗ୍ରୋଭରଙ୍କ ଦ୍ୱାରା କ୍ଲିକ୍ କରାଯାଇଛି । ତେବେ ଆଉ ଦୁଇ ମାସ ପରେ ବିପାଶା ବସୁ ଗୁଡ ନ୍ୟୁଜ୍‌ ଦେଇପାରନ୍ତି । ବିପାଶା ବସୁ ଓ କରଣ ସିଂ ଗ୍ରୋଭର ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଦୁହେଁ ଏପ୍ରିଲ ୨୦୧୬ ରେ ବିବାହ କରିଥିଲେ ଓ ୨୦୨୨ ରେ ବେବି ପ୍ଲାନ କରିଥିଲେ। ଯାହା ପରେ ଅଭିନେତ୍ରୀ ପ୍ରାୟତଃ ବେବି ବମ୍ପ ସହିତ ନଜର ଆସିଥାନ୍ତି । ପ୍ରତିଦିନ ସେ ନିଜ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ।

ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୧୫ ମସିହାରେ ଏଲୋନ୍ (ALONE) ହରର୍ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ର ପରେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଥିଲା । ଏହାପରେ କରଣ ଏବଂ ବିପାଶା ଅନେକ ଫିଲ୍ମରେ ନଜର ଆସିଥିଲେ । ଗୋଟିଏ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପୂର୍ବରୁ କରନ ସିଂ ଗ୍ରୋଭର ପ୍ରଥମେ ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ ।  ହେଲେ ବିବାହର ୧୦ ମାସ ପରେ ଉଭୟଙ୍କର ଡିଭୋରର୍ସ ହୋଇଥିଲା । 

ଏହାବି ପଢନ୍ତୁ : Salon ବାହାରେ ବେବି ବମ୍ପ ସହ ନଜର ଆସିଲେ ବ୍ଲାକ୍ ବିୟୁଟି, ଭାଇରାଲ ହେଲା ଭିଡିଓ

fallback

ପରେ ଟେଲି ଅଭିନେତ୍ରୀ ଜେନିଫର (Jennifer Winget)ଙ୍କୁ  ୨୦୧୨ ମସିହା ଏପ୍ରିଲ ୯ରେ ବିବାହ କରିଥିଲେ। ଏ ବିବାହ ମଧ୍ୟ ବେଶି ଦିନ ତିଷ୍ଠି ନ ଥିଲା । ପରେ ୨୦୧୪ରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା।  ଏହାପରେ ତାଙ୍କ ଜୀବନକୁ ଆସିଥିଲେ ବିପାଶା ।ପ୍ରେଗନେନ୍ସି ପାଇଁ ବିପାଶା ଏବେ ବଲିଉଡରୁ ଦୂରେଇ ରହିଛନ୍ତି । କିନ୍ତୁ କରନଙ୍କୁ ଶେଷଥର ପାଇଁ କବୁଲ ହେ ୨.୦ (Qubool Hai 2.0)ରେ ଦେଖିବାକୁ ମିଳିଥିଲା।  ୧୯୭୯ ଜାନୁଆରୀ ୮ରେ ନୂଆଦିଲ୍ଲୀରେ ବିପାଶା ବସୁ ଜନ୍ମ ଗ୍ରହଣ କରିଥିଲେ। ତାମିଲ ,ତେଲୁଗୁ ଓ ବେଙ୍ଗଲି ଫିଲ୍ମରେ ଅଭିନୟ କରିଛନ୍ତି ବିପାଶା। ୨୦୦୧ ମସିହାରେ ବଲିଉଡ ଫିଲ୍ମ (Ajnabee) ଅଜନବୀରେ ବିପାଶା ଡେବ୍ୟୁ କରିଥିଲେ । ଯାହା ବକ୍ସ ଅଫିସରେ ହିଟ ହୋଇଥିଲା। ସେବେଠାରୁ ସେ ବଲିଉଡକୁ ଗୋଟିଏ ପରେ ଗୋଟିଏ ଧମାକାଦାର ହିଟ୍ ଫିଲ୍ମ ଦେଇଆସୁଛନ୍ତି।