Actor Accident: ଭୟଙ୍କର ଦୁର୍ଘଟଣାରେ ଶିକାର ହେଲେ ବଲିଉଡର ଏହି ଅଭିନେତା, ICUରେ ମରଣ ସହ କରୁଛନ୍ତି ସଂଗ୍ରାମ
Advertisement
Article Detail0/zeeodisha/odisha2440582

Actor Accident: ଭୟଙ୍କର ଦୁର୍ଘଟଣାରେ ଶିକାର ହେଲେ ବଲିଉଡର ଏହି ଅଭିନେତା, ICUରେ ମରଣ ସହ କରୁଛନ୍ତି ସଂଗ୍ରାମ

Actor Accident: ଶନିବାର ସକାଳେ ତାଙ୍କର ଦୁର୍ଭାଗ୍ୟଜନକ କାର ଦୁର୍ଘଟଣା ପରେ ତାଙ୍କୁ ହୋଲି ଫ୍ୟାମିଲି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଆମେ ନିଶ୍ଚିତ କରୁଛୁ ଯେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି କଠିନ ସମୟରେ ଆମର ସମବେଦନା ପ୍ରବୀଣ ଏବଂ ତାଙ୍କ ପରିବାର ସହିତ ଅଛି । ”

Actor Accident: ଭୟଙ୍କର ଦୁର୍ଘଟଣାରେ ଶିକାର ହେଲେ ବଲିଉଡର ଏହି ଅଭିନେତା, ICUରେ ମରଣ ସହ କରୁଛନ୍ତି ସଂଗ୍ରାମ
Pravin Dabas Accident: ବଲିଉଡ୍ ଅଭିନେତା ପ୍ରବୀଣ ଦବାସ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଅଭିନେତା ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଶନିବାର (ସେପ୍ଟେମ୍ବର ୨୧) ସକାଳେ ଏହି ଦୁର୍ଘଟଣା ଘଟିଛି। ଅଭିନେତାଙ୍କ ଏହି କଠିନ ସମୟରେ ତାଙ୍କ ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନି ହସ୍ପିଟାଲରେ ଉପସ୍ଥିତ ଅଛନ୍ତି।
 
ପ୍ରବୀଣ ଦବାସଙ୍କ ଅବସ୍ଥା ସଙ୍କଟାପନ୍ନ
ପ୍ରବୀଣ ଦବାସଙ୍କର ଏକ ଭୟଙ୍କର କାର୍ ଦୁର୍ଘଟଣା ଘଟିଛି। ଏଭଳି ସ୍ଥିତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି। ଡାକ୍ତରମାନେ ସମସ୍ତ ପରୀକ୍ଷା କରିଛନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନି ତାଙ୍କ ସହ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି।
 
ପ୍ରବୀଣ ଆର୍ମ ରେସଲିଂ ପ୍ରୋ ପଞ୍ଜା ଲିଗ୍ (Pro Panja League) ର ସହ-ପ୍ରତିଷ୍ଠାତା ମଧ୍ୟ ଅଟନ୍ତି । ପ୍ରୋ ପଞ୍ଜା ଲିଗ୍ ର ସହ-ପ୍ରତିଷ୍ଠାତା ପ୍ରବୀଣ ଦବାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏଘଟଣା ପାଇଁ ଆମେ ଦୁଃଖିତ। ଶନିବାର ସକାଳେ ତାଙ୍କର ଦୁର୍ଭାଗ୍ୟଜନକ କାର ଦୁର୍ଘଟଣା ପରେ ତାଙ୍କୁ ହୋଲି ଫ୍ୟାମିଲି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଆମେ ନିଶ୍ଚିତ କରୁଛୁ ଯେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି କଠିନ ସମୟରେ ଆମର ସମବେଦନା ପ୍ରବୀଣ ଏବଂ ତାଙ୍କ ପରିବାର ସହିତ ଅଛି । ”
 
ପ୍ରବୀଣ ଦବାସ (Pravin Dabas Accident) ରାଗିଣୀ ଏମଏସଏସ ୨ (Ragini MMS 2), ମାଇଁ ନେମ୍ ଇଜ୍ ଖାନ୍, ମେଡ୍ ଇନ୍ ହେଭେନ୍ ଭଳି ସିନେମା ଓ ଧାରାବାହିକରେ କାମ କରିଛନ୍ତି। ନିକଟରେ ସେ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିବା ଶର୍ମାଜୀ କି ବେଟି ଚଳଚ୍ଚିତ୍ରରେ ନଜର ଆସିଥିଲେ। ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ପ୍ରବୀଣ ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନିଙ୍କୁ ବିବାହ କରିଛନ୍ତି, ଯାହାଙ୍କ ସହିତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ବର୍ତ୍ତମାନ ପ୍ରବୀଣଙ୍କ ଦୁର୍ଘଟଣା ପରେ ସମସ୍ତେ ଅଭିନେତାଙ୍କ ଯଥାଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଛନ୍ତି।