Gadar 2: 'ଗଦ୍ଦର ୨' ଦେଖିବାକୁ ଗଲା ପୁରା ଗାଁ, କାରଣ ଜାଣିଲେ ହୋଇଯିବେ ଆର୍ଶ୍ଚଯ୍ୟ!
Advertisement
Article Detail0/zeeodisha/odisha1831560

Gadar 2: 'ଗଦ୍ଦର ୨' ଦେଖିବାକୁ ଗଲା ପୁରା ଗାଁ, କାରଣ ଜାଣିଲେ ହୋଇଯିବେ ଆର୍ଶ୍ଚଯ୍ୟ!

Gadar 2: ବକ୍ସ ଅଫିସରେ ' ଗଦ୍ଦର-୨' (Gadar 2 ) ର କ୍ରେଜ୍ ଦେଖିବାକୁ ମିଳିଛି । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ଭଲ ପାଇବା ସହ ବକ୍ସ ଅଫିସରେ ମଧ୍ଯ ଭଲ ରୋଜଗାର କରୁଛି । ସନ୍ନି ଦେଓଲଙ୍କ(Sunny Deol) ଫିଲ୍ମ ' ଗଦ୍ଦର-୨'  ଅଷ୍ଟମ ଦିନରେ ୧୯.୫୦ କୋଟି ଆୟ କରିଛି । 

ସୌ(ସୋସିଆଲ ମିଡିଆ)

Gadar 2: ସନ୍ନି ଦେଓଲଙ୍କ ଅଭିନୀତ 'ଗଦ୍ଦର ୨' (Gadar 2 )କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦ୍ଦର ୨'କୁ ନେଇ କ୍ରେଜ୍ ବଢି ବଢି ଚାଲୁଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ମଧ୍ଯ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । 'ଗଦ୍ଦର ୨' ଦେଖିବା ପାଇଁ ହଲରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଫିଲ୍ମକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆର୍ଶ୍ଚଯ୍ୟ ହେବେ । ଉଜୈନର ଜଣେ ବ୍ୟକ୍ତି ନିଜ ପିତାଙ୍କ ସ୍ମୃତିରେ ପୁରା ଗାଁର ଲୋକମାନଙ୍କୁ ଟ୍ରାକ୍ଟରରେ ବସାଇ 'ଗଦ୍ଦର ୨'କୁ ଦେଖିବାକୁ ହଲ ନେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଉଜୈନ (Ujjain) ଜିଲ୍ଲା ବକାନିଆ ଗ୍ରାମର ବାସିନ୍ଦା ଲକ୍ଷ୍ମୀନାରାୟଣ ଜାଟ ସନ୍ନି ଦେଓଲଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ଲକ୍ଷ୍ମୀନାରାୟଣ ୨୦୦୧ ମସିହାରେ ‘ଗଦ୍ଦର’ ସିନେମା ଦେଖିବା ପରେ ସେ ସନ୍ନି ଦେଓଲଙ୍କ ପ୍ରେମରେ ପଡ଼ିଯାଇଥିଲେ । ଫିଲ୍ମରେ ଅଭିନେତା ପିନ୍ଧିଥିବା ସମାନ ଧରଣର କପଡ଼ା ପିନ୍ଧି ଲକ୍ଷ୍ମୀନାରାୟଣ ଫଟୋ ମଧ୍ଯ ଉଠାଇଥିଲେ । ଲକ୍ଷ୍ମନାରାୟଣ ଗଦ୍ଦର-୨ ଦେଖିବାକୁ ଆଗ୍ରହୀ ଥିଲେ, କିନ୍ତୁ ଇତି ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପୁଅ ଧର୍ମେନ୍ଦ୍ର ଜାଟ ପୁରା ଗାଁକୁ ‘ଗଦ୍ଦର-୨’ ଦେଖାଇବା ନେଇ ନିଷ୍ପତ୍ତି ନେଇଥିଲେ  । ଏଥିଲାଗି ସେ କୋସମସ ମଲରେ ଥିବା ପିଭିଆର ବୁକ୍ କରିଥିଲେ । କିନ୍ତୁ ଏତେ ଲୋକଙ୍କ ଟିକେଟ୍ ଏକା ସାଙ୍ଗେ ବୁକ୍ ହୋଇପାରିନଥିଲା । ଏହା ପରେ ସେ ସାବେର ସ୍ଥିତ ମୋତି ପିଭିଆରରେ ଟିକେଟ ବୁକ୍ କରିଥିଲେ । ଏହାପରେ ସେ ଗଦ୍ଦର ଫିଲ୍ମର ଗୀତ ବଜାଇ ୪୦ରୁ ଅଧିକ ଟ୍ରାକ୍ଟରରେ ଶହ ଶହ ଲୋକେ ଗଦ୍ଦର-୨ ଫିଲ୍ମ ଦେଖିବାଲାଗି ସିନେମା ହଲରେ ପହଞ୍ଚିଥିଲେ । ଏନେଇ ଧର୍ମେନ୍ଦ୍ର ଜାଟ କହିଛନ୍ତି ଯେ, ‘ତାଙ୍କ ପିତା ୨୦୦୧ ମସିହାରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦ୍ଦର’ (Gadar) ଦେଖିଥିଲେ, ସେବେଠାରୁ ସେ ସନ୍ନି ଦେଓଲଙ୍କ ଫ୍ୟାନ୍ସ ହୋଇଯାଇଥିଲେ । ଏହା ପରେ ବାପା ପ୍ରତିଦିନ ଗଦ୍ଦର ଦେଖିବାକୁ ଯାଉଥିଲେ । କେତେବେଳେ ଫିଲ୍ମ ଦେଖିବା ଲାଗି ସେ ନିଜ ସାଙ୍ଗକୁ ସାଙ୍ଗରେ ନେଉଥିଲେ ତ ଆଉ କେତେବେଳେ ଗାଁର ଅନ୍ୟ ଲୋକଙ୍କୁ ସାଥିରେ ଧରି ସେ ଫିଲ୍ମ ଦେଖିବା ଲାଗି ଯାଉଥିଲେ । ଏହାପରେ ଏହି ଫିଲ୍ମ ପାଇଁ ପିତାଙ୍କ ଆକର୍ଷଣ କମି ନଥିଲା। ଏମିତି କି ଗାଁ ଥିବା ମନ୍ଦିରରେ ଏକ ଟିଭି ଓ ଭିସିଆର ସ୍ଥାପନ କରିଥିଲେ, ଯେଉଁଠାରେ ଦିନସାରା ‘ଗଦ୍ଦର’ ଫିଲ୍ମ ଚାଲୁଥିଲା ।  ଫିଲ୍ମ ପାଇଁ ତାଙ୍କ ଅଗାଢ ପ୍ରେମ ଦେଖି ଗ୍ରାମବାସୀମାନେ ତାଙ୍କୁ ଗଦ୍ଦର ସେଠ ବୋଲି ଡ଼ାକୁଥିଲେ’ । ଗ୍ରାମ ପଞ୍ଚାୟତ ସଚିବ ଏନେଇ କହିଛନ୍ତି ଯେ, ‘ଲକ୍ଷ୍ମୀନାରାୟଣ ଜାଟଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଅ ଧର୍ମେନ୍ଦ୍ର ଟ୍ରାକ୍ଟରରେ ଶହ ଶହ ଗ୍ରାମବାସୀଙ୍କୁ ବସାଇ ଫିଲ୍ମ ଦେଖାଇବା ଲାଗି ନେଇଥିଲେ’ ।

Also Read-ସୀମା ହାଇଦରଙ୍କ ପ୍ରେମ କାହାଣୀକୁ ନେଇ ଆସୁଛି ଫିଲ୍ମ, ଜାଣନ୍ତୁ କ’ଣ ରହିଛି ‘ଟାଇଟେଲ’

ପ୍ରକାଶ ଥାଉ କି, ବକ୍ସ ଅଫିସରେ ' ଗଦ୍ଦର-୨' (Gadar 2 ) ର କ୍ରେଜ୍ ଦେଖିବାକୁ ମିଳିଛି । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ଭଲ ପାଇବା ସହ ବକ୍ସ ଅଫିସରେ ମଧ୍ଯ ଭଲ ରୋଜଗାର କରୁଛି । ସନ୍ନି ଦେଓଲଙ୍କ(Sunny Deol) ଫିଲ୍ମ ' ଗଦ୍ଦର-୨'  ଅଷ୍ଟମ ଦିନରେ ୧୯.୫୦ କୋଟି ଆୟ କରିଛି । ପ୍ରଥମ ସପ୍ତାହରେ ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ୨୮୪.୬୩  କୋଟିରୁ ଅଧିକ ଟଙ୍କା କଲେକସନ୍ କରିଥିବା ଜଣାପଡିଛି । ସେହିପରି ଦେଖିବାକୁ ଗଲେ ଫିଲ୍ମଟି ରିଲିଜ୍ ହେବା ଦିନରୁ ଆଜି ପର୍ଯ୍ୟନ୍ତ ମୋଟ  ୩୦୪. ୧୩ କୋଟି ରୋଜଗାର କରିସାରଛି ।