ସୀମା ହାଇଦରଙ୍କ ପ୍ରେମ କାହାଣୀକୁ ନେଇ ଆସୁଛି ଫିଲ୍ମ, ଜାଣନ୍ତୁ କ’ଣ ରହିଛି ‘ଟାଇଟେଲ’
Advertisement
Article Detail0/zeeodisha/odisha1831232

ସୀମା ହାଇଦରଙ୍କ ପ୍ରେମ କାହାଣୀକୁ ନେଇ ଆସୁଛି ଫିଲ୍ମ, ଜାଣନ୍ତୁ କ’ଣ ରହିଛି ‘ଟାଇଟେଲ’

Karachi to Noida: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଓ ସଚିନ ମୀନାଙ୍କ ପ୍ରେମ କାହାଣୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଯାହାର ନା ହେଉଛି 'କରାଚି ଟୁ ନୋଏଡା' (Karachi to Noida) । ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହା ସହିତ, ଥିମ୍ ଗୀତ ମଧ୍ୟ ଗୋଟେ ଦିନ ପରେ ରିଲିଜ୍ ହେବ, ଯାହାର ଟାଇଟଲ୍ ରଖାଯାଇଛି - 'ଚଲ ପଡେ଼ ହୈ ହମ୍' (Chal Pade hai hum)।

ସୌ(ସୋସିଆଲ ମିଡିଆ)

Karachi to Noida Poster: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ (Seema haider) ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ପ୍ରତ୍ୟେକ ଦିନ ସୀମା ହାଇଦରଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ଅନଲାଇନ ଗେମ ପବଜୀରୁ (Online Game PubG) ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଅପଡ଼େଟ । ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଓ ସଚିନ ମୀନାଙ୍କ ପ୍ରେମ କାହାଣୀ (Seema haider sachin meena) ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଯାହାର ନା ହେଉଛି 'କରାଚି ଟୁ ନୋଏଡା' (Karachi to Noida) । ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହା ସହିତ, ଥିମ୍ ଗୀତ ମଧ୍ୟ ଗୋଟେ ଦିନ ପରେ ରିଲିଜ୍ ହେବ, ଯାହାର ଟାଇଟଲ୍ ରଖାଯାଇଛି - 'ଚଲ ପଡେ଼ ହୈ ହମ୍' (Chal Pade hai hum)।

ସୂଚନା ଅନୁଯାୟୀ, ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦାରଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ପବ୍‌ଜୀ ଖେଳିବା ବେଳେ ଭାରତର ସଚିନ୍ ମୀନାଙ୍କ ପ୍ରେମରେ ପଡିଥିଲେ ପାକିସ୍ତାନର ସୀମା ହାଇଦର। ସଚିନଙ୍କ ପ୍ରେମରେ ପଡ଼ି ସ୍ୱାମୀଙ୍କୁ ଛାଡ଼ି ଚାରି ପିଲାଙ୍କୁ ସାଙ୍ଗରେ ଧରି ନେପାଳ ରାସ୍ତା ଦେଇ ଗ୍ରେଟର ନୋଏଡାକୁ (Greater Noida) ଚାଲିଆସିଥିଲେ ସୀମା । ଏହି ପ୍ରେମ କାହାଣୀ ବିଷୟରେ ଜାଣିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ସୀମା ଓ ସଚିନଙ୍କ ପ୍ରେମ କାହାଣୀକୁ ନେଇ ଖୁବଶୀଘ୍ର ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଯାହାର ନାମ ରଖାଯାଇଛି  'କରାଚି ଟୁ ନୋଏଡା' (Karachi to Noida )। ବର୍ତ୍ତମାନ ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଥିବା ବେଳେ ଆସନ୍ତା ୨୦ ତାରିଖରେ ଏହାର ଗୀତ ରିଲିଜ ହେବାକୁ ଯାଉଛି ।

ଅମିତ ଜାନୀଙ୍କ କମ୍ପାନୀ ‘ଜାନି ଫାୟାରଫକ୍ସ ଫିଲ୍ମସ’ ସୀମା ହାଇଦର ଓ ସଚିନ ମୀନାଙ୍କ ପ୍ରେମ କାହାଣୀ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି । ଏହାର ନିର୍ମାତା ସହ ଗୀତ ଲେଖିଛନ୍ତି ଅମିତ ଜାନି । ସେପଟେ ଗୀତ ନେଇ କଣ୍ଠଦାନ କରିଛନ୍ତି ଗାୟକ ପ୍ରୀତି ସରୋଜ । ସୀମାଙ୍କ ଚରିତ୍ରରେ ଅଭିନେତ୍ରୀ ଫରହିନ୍ ଫାଲକ ନଜର ଆସିବେ। ଏନେଇ ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ, ଫିଲ୍ମର ଥିମ୍ ଗୀତ ଅଗଷ୍ଟ ୨୦ରେ ରିଲିଜ୍ ହେବ ।  ଯାହାର ଶୀର୍ଷକ ରହିଛି ‘ଚଲ୍ ପଡେ ହେଁ ହମ୍’। ସୀମା ଓ ସଚିନଙ୍କ ପ୍ରେମ କାହାଣୀ ‘ପବଜୀ’ ଖେଳରୁ ଆରମ୍ଭ ହୋଇଥିଲା। ସଚିନ ପବଜୀ (PUBG) ଖେଳୁଥିବା ବେଳେ ସୀମା ମଧ୍ୟ ପବଜୀ ଖେଳନ୍ତି । ଖେଳିବା ସମୟରେ ଉଭୟ ପରସ୍ପରର ଯୋଗାଯୋଗରେ ଆସିଥିଲେ । ଏହାପରେ ଦୁହେଁଙ୍କ ମଧ୍ଯରେ କଥାବର୍ତ୍ତା ଆରମ୍ଭ ହେବା ସହ ସପଂର୍କ ଗଢି ଉଠିଥିଲା । ସୀମା ବିବାହିତ ହେବା ସହ ତାଙ୍କର ଚାରିଟି ମଧ୍ଯ ସନ୍ତାନ ଥିଲେ । ପରେ ଦୁହେଁଙ୍କ ମଧ୍ଯରେ ଘଣ୍ଟା ଘଣ୍ଟା ଫୋନରେ କଥାବର୍ତ୍ତା ଆରମ୍ଭ ହୋଇଥିଲା । ଏହାପରେ ସୀମା ନେପାଳ ଦେଇ ଭାରତକୁ ଚାଲିଆସିଥିଲେ।

Also Read- Entertainment News: ଆସୁଛି ଥଲାଇବାଙ୍କ ଆଉ ଏକ ବଡ଼ ବଜେଟ୍ ଫିଲ୍ମ, ରଜନୀକାନ୍ତଙ୍କ ସହ ନଜର ଆସିବେ ବିଗ୍ ବି