Parineeti-Raghav Wedding: ସାମ୍ନାକୁ ଆସିଲା ତାରିଖ! ଏହି ଦିନ ବିବାହ କରିବେ ପରିଣୀତି ଓ ରାଘବ ଚଢା
Advertisement
Article Detail0/zeeodisha/odisha1833779

Parineeti-Raghav Wedding: ସାମ୍ନାକୁ ଆସିଲା ତାରିଖ! ଏହି ଦିନ ବିବାହ କରିବେ ପରିଣୀତି ଓ ରାଘବ ଚଢା

Parineeti-Raghav:  ପରିଣୀତି ଓ ରାଘବ ଚଢାଙ୍କ ନିର୍ବନ୍ଧ ବେଶ ଚର୍ଚ୍ଚା ସାଉଁଟି ଥିଲା । ଏହାପରେ ଏହି ଦମ୍ପତି ଅନେକ ଥର ଏକାଠି ନଜର ଆସିଥିଲେ। ବର୍ତ୍ତମାନ ସମସ୍ତେ ଉତ୍ସାହର ସହ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ଉଭୟଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି। ପରିଣୀତି ଓ ରାଘବ ଚଳିତ ବର୍ଷ ଶେଷ ସୁଦ୍ଧା ପଞ୍ଜାବୀ ରୀତିନୀତିରେ ବିବାହ କରିବେ ବୋଲି ଜଣାପଡ଼ିଛି ।

ସୌ(ସୋସିଆଲ ମିଡିଆ)

Parineeti-Raghav Wedding: ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢା (Parineeti Chopra-Raghav Chaddha) । ନିର୍ବନ୍ଧ ପରଠାରୁ ପ୍ରଶଂସକମାନେ ଉତ୍ସାହର ସହ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି। ଦୀର୍ଘ ଦିନ ଧରି ପରସ୍ପରକୁ ଡ଼େଟ କରିବା ପରେ ଉଭୟ ନିର୍ବନ୍ଧ କରିବା ନେଇ ଘୋଷଣା କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେ ସମୟରେ ପରିଣୀତି ଓ ରାଘବ ଚଢାଙ୍କ ନିର୍ବନ୍ଧ ବେଶ ଚର୍ଚ୍ଚା ସାଉଁଟି ଥିଲା । ଏହାପରେ ଏହି ଦମ୍ପତି ଅନେକ ଥର ଏକାଠି ନଜର ଆସିଥିଲେ। ବର୍ତ୍ତମାନ ସମସ୍ତେ ଉତ୍ସାହର ସହ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ଉଭୟଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି। ପରିଣୀତି ଓ ରାଘବ ଚଳିତ ବର୍ଷ ଶେଷ ସୁଦ୍ଧା ପଞ୍ଜାବୀ ରୀତିନୀତିରେ ବିବାହ କରିବେ ବୋଲି ଜଣାପଡ଼ିଛି ।

ଏହି ଦିନ ବିବାହ କରିବେ ପରିଣୀତି -ରାଘବ!

ପରିଣୀତି ଓ ରାଘବ ଚଢାଙ୍କ ବିବାହ ତାରିଖକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଏବେ ଏହି ଲଭବାର୍ଡ଼ଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଚଳିତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ବିବାହ କରିବା ନେଇ ସୂଚନା ମିଳିଛି । ତେବେ ବିବାହ ତାରିଖକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ସୂଚନା ମିଳିପାରିନାହିଁ ।

 

 
 
 
 

 
 
 
 
 
 
 
 
 
 
 

A post shared by @parineetichopra

ସପ୍ତାହ ପୂର୍ବରୁ ଆରମ୍ଭ ହେବ ବିବାହ ପ୍ରସ୍ତୁତି

ରିପୋର୍ଟ ଅନୁଯାୟୀ, ସମସ୍ତ ରୀତିନୀତି ବିବାହର ପ୍ରାୟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହେବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ । ଏହି ବାହାଘରରେ ଉଭୟଙ୍କ ପରିବାର ସଦସ୍ୟ, ଖାସ୍ ବନ୍ଧୁ, ବି-ଟାଉନ ସେଲିବ୍ରେଟିଙ୍କ ବ୍ୟତୀତ କିଛି ରାଜନୈତିକ ଲୋକେ ମଧ୍ଯ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

 

 

 
 
 
 

 
 
 
 
 
 
 
 
 
 
 

A post shared by @parineetichopra

କେଉଁଠି ହେବ ବିବାହ

ପରିଣୀତି –ରାଘବ ରାଜସ୍ଥାନରେ ଡ଼େଷ୍ଟିନେସନ ୱେଡ଼ିଙ୍ଗ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ଉଭୟ ରାଜସ୍ଥାନର ଉଦୟପୁର ପର୍ଯ୍ୟଟନ ବିଭାଗର ଡ଼େପୁଟି ଡ଼ାଇରେକ୍ଟରଙ୍କୁ ଭେଟିଥିଲେ । ସେବେଠାରୁ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ପରି ପରିଣୀତି ମଧ୍ଯ ରାଜସ୍ଥାନରେ ବିବାହ କରିପାରନ୍ତି ଚର୍ଚ୍ଚା ହେଉଥିଲା । ରାଜସ୍ଥାନରେ ବିବାହ କରିବା ପରେ ଦମ୍ପତ୍ତି ଗୁରୁଗାଓଁରେ ରିସେପ୍ସନ୍ ପାର୍ଟି ଦେବେ ବୋଲି ଜଣାପଡ଼ିଛି।

 

 

 
 
 
 

 
 
 
 
 
 
 
 
 
 
 

A post shared by @parineetichopra

ସୂଚନାଥାଉ କି, ୧୫ ବର୍ଷ ତଳେ ପରିଣୀତି ଚୋପ୍ରା (Parineeti Chopra) ବ୍ରିଟେନର ମ୍ୟାନଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ସେହିପରି ରାଘବ ଚଢ଼ା (Raghav Chadha) ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ପରିଣୀତି ଓ ରାଘବ (Raghav Chadha) ଉଭୟ ହିଁ ପାଠପଢ଼ାରେ ଭଲ ଥିଲେ ।

Also Read-Gadar 2: 'ଗଦ୍ଦର ୨' ଦେଖିବାକୁ ଗଲା ପୁରା ଗାଁ, କାରଣ ଜାଣିଲେ ହୋଇଯିବେ ଆର୍ଶ୍ଚଯ୍ୟ!

Also Read-ସୀମା ହାଇଦରଙ୍କ ପ୍ରେମ କାହାଣୀକୁ ନେଇ ଆସୁଛି ଫିଲ୍ମ, ଜାଣନ୍ତୁ କ’ଣ ରହିଛି ‘ଟାଇଟେଲ’