Ollywood News: ମନୋଜ ମିଶ୍ରଙ୍କ ମୁଖା ଖୋଲିଲେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା !
Advertisement
Article Detail0/zeeodisha/odisha1931898

Ollywood News: ମନୋଜ ମିଶ୍ରଙ୍କ ମୁଖା ଖୋଲିଲେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା !

Ollywood News: ରୂପଶ୍ରୀ ପଣ୍ଡା କହିଛନ୍ତି ଯେ, ମନୋଜ ମିଶ୍ର ସ୍ତ୍ରୀ ତାଙ୍କଠୁ ଅଲଗା ହେବା ପରେ ସେ ଜଣେ ଝିଅକୁ ତାଙ୍କ ଫ୍ଲାଟ ରଖିଛନ୍ତି । ଦିନେ ସେ ନଥିବା ସମୟରେ ମତେ ସେ ବହୁତ ଟ୍ରାଏ କରିଥିଲେ ତାଙ୍କ ଫ୍ଲାଟ୍ କୁ ଡାକିବା ପାଇଁ । ମତେ କଲ୍ କରି କହିଥିଲେ ରୁପଶ୍ରୀ ସେ  ୨ ଦିନ ପାଇଁ ସିରିଏଲରେ ଯାଇଛି ତମେ ଆସିଯାଅ ଫ୍ଲାଟ୍ କୁ ଆମେ କଥା ହେବା ।

Ollywood News: ମନୋଜ ମିଶ୍ରଙ୍କ ମୁଖା ଖୋଲିଲେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା !

Ollywood News: ଓଲିଉଡରେ ଗୋଟିଏ ପରେ ଗୋଟିଏ ବିବାଦ ଏବେ ସାମ୍ନାକୁ ଆସିବାରେ ଲାଗିଛି । ୨ଦିନ ତଳେ ଅଭିନେତା ମନୋଜ ମିଶ୍ର (Actor manoj mishra)ଙ୍କୁ ପ୍ରଯୋଜକ ମାନେ ୨ ବର୍ଷ ପାଇଁ ବ୍ୟାନ୍ କରିବା ପରେ ଘଟଣା ସମ୍ପର୍କରେ ମୁହଁ ଖୋଲିଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି । ଗତକାଲି ମନୋଜ ମିଶ୍ର ମଧ୍ୟ ଏକ ଭିଡିଓ ଜାରି କରି ଅନୁଭବଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ତେବେ ଏହି ବିବାଦ ଥଣ୍ଡା ପଡିନଥିବା ସମୟରେ ଆଉ ଏକ ବିବାଦରେ ଫସିପାରନ୍ତି ଅଭିନେତା ମନୋଜ ମିଶ୍ର । କାରଣ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ମନୋଜଙ୍କ ନାମରେ ଆଣିଛନ୍ତି ସଙ୍ଗୀନ୍ ଅଭିଯୋଗ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରୂପଶ୍ରୀ ପଣ୍ଡା (Rupashree panda) କହିଛନ୍ତି ଯେ, ମନୋଜ ମିଶ୍ର ସ୍ତ୍ରୀ ତାଙ୍କଠୁ ଅଲଗା ହେବା ପରେ ସେ ଜଣେ ଝିଅକୁ ତାଙ୍କ ଫ୍ଲାଟ ରଖିଛନ୍ତି । ଦିନେ ସେ ନଥିବା ସମୟରେ ମତେ ସେ ବହୁତ ଟ୍ରାଏ କରିଥିଲେ ତାଙ୍କ ଫ୍ଲାଟ୍ କୁ ଡାକିବା ପାଇଁ । ମତେ କଲ୍ କରି କହିଥିଲେ ରୁପଶ୍ରୀ ସେ  ୨ ଦିନ ପାଇଁ ସିରିଏଲରେ ଯାଇଛି ତମେ ଆସିଯାଅ ଫ୍ଲାଟ୍ କୁ ଆମେ କଥା ହେବା । ମୋ କହିବା କଥା ଯଦି ଆପଣ ଅନ୍ୟମାନଙ୍କୁ କେଉଁ କଫି ସପ୍ କିମ୍ୱା ଅନ୍ୟ କୌଣସି ସ୍ଥାନରେ ଦେଖା କରିବାକୁ ମନା କରୁଛନ୍ତି ତେବେ ଆପଣ କେଉଁ ମାନସିକତାରେ ମତେ ଡାକୁଥିଲେ ? ମୁଁ ଚାହୁଁଛି ଏସବୁ ଜିନିଷକୁ ନେଇ କେସ୍ ହେଉ ଆଉ ସବୁ ଜିନିଷ ସାମ୍ନାକୁ ଆସୁ । ମନୋଜ ମିଶ୍ର ବହୁତ ଚାଲାଖ ବହୁତ ଭଲସେ ଗୁଡି ଖେଳି ଜାଣିଛନ୍ତି । ଆଜି ହୁଏତ ଆଇ ସପୋର୍ଟ ମନୋଜ ମିଶ୍ର କହି କେତେ ଜଣ ତାଙ୍କୁ ବଞ୍ଚେଇଦେଇପାରନ୍ତି କିନ୍ତୁ ଉପରେ ଯେଉଁ ହିସାବଟା ହେବ ସେଠି ଆପଣ ବର୍ତ୍ତି ପାରିବେନି ।

ଏଥିସହ ରୂପଶ୍ରୀ କହିଛନ୍ତି ଯେ, ଏମାନେ ନିଜ ବ୍ୟକ୍ତିଗତ ରାଗକୁ ନେଇ ଏକ ପଲିଟିକାଲ୍ ମୋଡ ଦେଇଛନ୍ତି ଯେଉଁଟାକି ଆଦୌ ଯଥାର୍ଥ ନୁହଁ । ଏମାନେ ଚାହୁଁଛନ୍ତି ଲୋକଙ୍କ ଇମୋସନ ସହ ଖେଳିକି ଜିତିଯିବା ପାଇଁ । ପାହାଡି ଅଞ୍ଚଳ ତଥା ଗ୍ରାମାଞ୍ଚଳର ଲୋକମାନେ ଖୁବ ଇନୋସେଣ୍ଟ ଆଉ ତାହାର ଭରପୁର ଫାଇଦା ନେଇଛନ୍ତି ମନୋଜ ମିଶ୍ର । ତାଙ୍କ ମନରେ ଭର୍ତ୍ତି କରାଇଦିଆଯାଇଛି ଯେ, ଆମ ପଶ୍ଚିମ ଓଡ଼ିଶା ରହଣୀ ଚହଣୀକୁ କେହି ପସନ୍ଦ କରୁନାହାନ୍ତି । ସେହି ପଏଣ୍ଟକୁ ନେଇ ମନୋଜ ମିଶ୍ର ଓଲିଉଡକୁ ଟାର୍ଗେଟ୍ କରିଛନ୍ତି । ତାଙ୍କର କୁଟ ପ୍ରକୃତି କାରଣରୁ ତାଙ୍କୁ ଓଲିଉଡରେ କେହି ପସନ୍ଦ କରୁନାହାନ୍ତି । ସେ ସିଧା ସିଧା ଜିତି ନପାରିବାରୁ ସେ କିଛି ଲୋକଙ୍କୁ ନେଇ ଜିତିବାକୁ ଚେଷ୍ଟା କରୁଛନ୍ତି । ମତେ ଲାଗୁଛି ପଶ୍ଚିମ ଓଡ଼ିଶା ଲୋକ ଇନୋସେଣ୍ଟ ସତ କିନ୍ତୁ ସେ ଆଦୌ ବୋକା ହେଇନଥିବେ । ସେମାନେ ସଠିକ୍ ଯାଞ୍ଚ କରିବେ ଆଉ ତାପରେ ରିଆକ୍ଟ କରିବାଟା ଭଲ ।

ମନୋଜ ମିଶ୍ରଙ୍କ ପାଇଁ ମୁଁ ଅନେକ କାନ୍ଦିଛି । ଗୋଟିଏ ଝିଅ ହିସାବରେ ତାଙ୍କଠାରୁ ବହୁତ ହାରାସ ହୋଇଛି । ତଣ୍ଟି ଚିପିକି ରକ୍ତ ପିଇବା ପରି ଲୋକ ସେ । ମିଠା କଥାବାର୍ତ୍ତା କିନ୍ତୁ କୁଟ ପ୍ରକୃତିରେ ସେ ପିଏଚଡି କରିଛନ୍ତି । କେମିତି କେଉଁ କଥା ସଜେଇକି କହିଲେ ଲୋକଙ୍କ ମନକୁ କିଣିହେବ ସେକଥା ତାଙ୍କୁ ଭଲଭାବରେ ଜଣା । ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି । ଅନୁଭବ ମହାନ୍ତିଙ୍କ କଥା ଉପରେ ମନୋଜ ମିଶ୍ର ଗୋଟିଏ କଥା କହିଲେ ଯେ, ମତେ ଟଲିଉଡର ଅଭିନେତା ମାନେ ଖୁବ ଭଲ ପାଆନ୍ତି ମୁଁ ଭିଡିଓ କଲ୍ କରି ସମସ୍ତଙ୍କୁ ଦେଖେଇ ପାରୁଛି କିନ୍ତୁ ଅନୁଭବ ତମେ କେମିତିକା ସାନ ଭାଈ ଯେ ବଡ଼ ଭାଈର ଫୋନ ରିସିଭ୍ କରୁନ। ମାଇଣ୍ଡ୍ ଗେମ୍ ସିନେମା ପ୍ରିମିୟରକୁ ମୁଁ ଡାକୁଥିଲି କିନ୍ତୁ ତମେ କଲ୍ ବ୍ୟାକ୍ ବି କରିଲନି । ରୂପଶ୍ରୀ କହିଛନ୍ତି ଯେ, ସେ ନିଜେ ମଧ୍ୟ ସେହି କାମ କରନ୍ତି । ଆମେ ବି ତାଙ୍କ ସାନ ଭାଈ ଭଉଣୀ କିମ୍ୱା ପୁଅ ଝିଅ ବୟସର ଆମେ ମଧ୍ୟ ତାଙ୍କୁ ସିନେମା ରିଲିଜ୍ ସମୟରେ ଥିଏଟରକୁ ଡାକିଥିଲୁ କିନ୍ତୁ ସେ କଲ୍ ରିସିଭ୍  କରିନଥିଲେ କି ଆସିନଥିଲେ ଦେଖିବା ପାଇଁ ।

ମନୋଜ ମିଶ୍ର ଭାବୁଛନ୍ତି ମୁଁ ଓଲିଉଡର ଧରମା ସାଜିବି ମୁଁ ଏକା କୋଣାର୍କର ମୁଣ୍ଡି ମାରିବି କିନ୍ତୁ ଏହା ସମ୍ଭବ ନୁହେଁ କାରଣ ଏଥିରେ ଶହଶହ କୋଟି କୋଟି ଲୋକଙ୍କ ଅବଦାନ ରହିଛି । ଫାଷ୍ଟ୍ ଯେବେ ମୁଁ ମନୋଜ ମିଶ୍ରଙ୍କୁ ଦେଖିଥିଲେ ସେତିବେଳେ ମୋ ଗୋଡ଼ ଥରିଥିଲା । କାରଣ ମୁଁ ତାଙ୍କର ଖୁବ୍ ବଡ଼ ଫ୍ୟାନ୍ ଥିଲି । ସେତେବେଳେ ମୁଁ ତାଙ୍କୁ ଖୁବ୍ ସମ୍ମାନ କରୁଥିଲି କିନ୍ତୁ ଏବେ ତାଙ୍କ ସାମ୍ନାକୁ ଯିବାକୁ ଇଚ୍ଛା ହେଉନି । ଏସବୁ କହିବା ପରେ ଆମକୁ ଆଗକୁ ଓଲିଉଡରେ କାମ ମିଳିନପାରେ ଆମେ ହଜି ଯାଇପାରୁ ଇଣ୍ଡଷ୍ଟ୍ରୀରୁ କିନ୍ତୁ କିଛି ଫରକ୍ ପଡେନି କାରଣ ସତ ସାମ୍ନାକୁ ଆସିବା ଦରକାର । ମନୋଜ ମିଶ୍ରଙ୍କ ପରି ଅନେକ ଲୋକ ମୁଖା ପିନ୍ଧି ବସିଛନ୍ତି ଓଲିଉଡରେ ସମୟ ଆସିଲେ ସମସ୍ତଙ୍କ ନାଁ ସାମ୍ନାକୁ ଆସିବ ।

Also Read- ସହଜ ଉପାୟରେ ଆପଣଙ୍କ ମୋବାଇଲ ନମ୍ୱର ସହ EPF UANକୁ ଲିଙ୍କ୍ କରନ୍ତୁ

Also Read- Crime News: ବାପାଙ୍କ ମୃତଦେହ ପାଖରେ ୫ଦିନ ଶୋଇଲା ପୁଅ, କହିଲା ଉଠାଅନି ବାପା ଶୋଇଛନ୍ତି...