Celebs Bungalows: ସେଲିବ୍ରେଟିଙ୍କ ବଙ୍ଗଳାର ନାଁ ପଛରେ ରହିଛି ଅନେକ ରହସ୍ୟ, ଜାଣନ୍ତୁ ତାହା କ'ଣ ?
Advertisement

Celebs Bungalows: ସେଲିବ୍ରେଟିଙ୍କ ବଙ୍ଗଳାର ନାଁ ପଛରେ ରହିଛି ଅନେକ ରହସ୍ୟ, ଜାଣନ୍ତୁ ତାହା କ'ଣ ?

Celebs Bungalows: ବଲିଉଡ ସେଲିବ୍ରେଟିମାନେ ନିଜ ଫିଲ୍ମ ଅପେକ୍ଷା ଲାଇଫ୍ ଷ୍ଟାଇଲକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି । ସେମାନେ ମହଙ୍ଗା ଜିନିଷକୁ ଭଲ ପାଆନ୍ତି ଏବଂ ନିଜ ଘରକୁ ଅତି ସୁନ୍ଦର ଭାବରେ ସଜାନ୍ତି । ସେମାନଙ୍କ ଘର କୌଣସି ପାଞ୍ଚ ତାରକା ହୋଟେଲରୁ କମ୍ ନୁହେଁ ।

ସୌଜନ୍ୟ : ସୋସିଆଲ ମିଡିଆ

Celebs Bungalows: ବଲିଉଡ ସେଲିବ୍ରେଟିମାନେ ନିଜ  ଫିଲ୍ମ ଅପେକ୍ଷା ଲାଇଫ୍ ଷ୍ଟାଇଲକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି । ସେମାନେ ମହଙ୍ଗା ଜିନିଷକୁ ଭଲ ପାଆନ୍ତି ଏବଂ ନିଜ ଘରକୁ ଅତି ସୁନ୍ଦର ଭାବରେ ସଜାନ୍ତି । ସେମାନଙ୍କ ଘର କୌଣସି ପାଞ୍ଚ ତାରକା ହୋଟେଲରୁ କମ୍ ନୁହେଁ । ଏହା ବ୍ୟତୀତ ଅନେକ ସେଲିବ୍ରେଟ୍ ମଧ୍ୟ ନିଜ ଘରକୁ ଭିନ୍ନ ନାମ ଦେଇଛନ୍ତି। ଆଜି ଆମେ ଆପଣଙ୍କୁ ବଲିଉଡ ତାରକାଙ୍କ ଘର ପଛରେ ଥିବା ରହସ୍ୟ ବିଷୟରେ କହିବୁ ।

ଅଜୟ ଦେବଗନ୍ : 
ମୁମ୍ବାଇର ଜୁହୁ ଅଞ୍ଚଳରେ ଅଜୟ ଦେବଗାନଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି । ଏଠାରେ ସେ ତାଙ୍କ ପତ୍ନୀ କାଜୋଲ ଏବଂ ପିଲାମାନଙ୍କ ସହିତ ରୁହନ୍ତି । ଅଜୟ ତାଙ୍କର ବଙ୍ଗଳାର ନାମ ଶିବଶକ୍ତି ରହିଛି। ବାସ୍ତବରେ ଅଜୟ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ। ତାଙ୍କୁ ଅନେକ ସମୟରେ ଭଗବାନ ଶିବଙ୍କୁ ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳେ। ଏହି କାରଣରୁ ଅଜୟ ତାଙ୍କ ବଙ୍ଗଳାର ନାଁ ଶିବ ଶକ୍ତି ଦେଇଛନ୍ତି।

ଏହାବି ପଢନ୍ତୁ : Arjun Kapoor: ମଲାଇକାଙ୍କ ହାତ ଧରିବେ ଅର୍ଜୁନ୍ ! ବିବାହ ପୂର୍ବରୁ ରିଲେସନସିପକୁ ନେଇ କଲେ ବଡ ଖୁଲାସା

ଶାହାରୁଖ ଖାନ: 
ଶାହରୁଖ ଖାନଙ୍କ ବଙ୍ଗଳାର ନାଁ 'ମନ୍ନତ୍'। ଏହି ବଙ୍ଗଳା କୌଣସି ପଞ୍ଚତାରକା ହୋଟେଲରୁ କିଛି କମ୍ ନୁହେଁ ।  ଶାହରୁକ୍ ତାଙ୍କ ଘରେ ପତ୍ନୀ ଗୌରୀ ଖାନ୍ ଏବଂ ପିଲାମାନଙ୍କ ସହିତ ରୁହନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ଶାହାରୁଖ 'ୟେସ ବସ୍' ପାଇଁ ସୁଟିଂ କରୁଥିଲେ, ଏହି ଘର ସାମ୍ନାରେ ଏକ ଗୀତ ସୁଟିଂ କରାଯାଇଥିଲା। ତା’ପରେ ସେ ନିଜ ପତ୍ନୀଙ୍କୁ ଏହି ବଙ୍ଗଳା ଉପହାର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଗୌରୀ ସେହି ସମୟରେ ଗର୍ଭବତୀ ଥିଲେ, ତେବେ ଶାହରୁଖ ଭାବିଥିଲେ ଯେ ଯଦି ତାଙ୍କର ଝିଅ ହେବ ତେବେ ତାର ନାଁ ସେ ସୁହାନା କିମ୍ବା ମନ୍ନତ ରଖିବେ । ପରେ ଗୌରୀ ଖାନ୍ ଏକ ଝିଅକୁ ଜନ୍ମ ଦେଇଥିଲେ । ଯାହାର ନାଁ ସେ ସୁହାନା ରଖିଥିଲେ। ଏବଂ ଘରର ନାଁ ମନ୍ନତ ରଖିଥିଲେ । 

ଅମିତାଭ ବଚ୍ଚନ: 
ଅମିତାଭ ବଚ୍ଚନଙ୍କ ମୁମ୍ବାଇରେ ଦୁଇଟି ବଙ୍ଗଳା ରହିଛି । ଗୋଟିଏ ହେଲେ ଜାଲସା ଏବଂ ଅନ୍ୟଟି ପ୍ରତୀକ୍ଷା ।  ପ୍ରତୀକ୍ଷା ବଙ୍ଗଳାର ନାଁଟି ଅମିତାଭଙ୍କ ପିତାମାତା ନାମ ଦେଇଥିଲେ। ଏହି ନାମ ଅମିତାଭ ବଚ୍ଚନଙ୍କ ଏକ କବିତାରୁ ନିଆଯାଇଛି । 

ରଣବୀର କପୁର: 
ନିକଟରେ ରଣବୀର କପୁରଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟ ଏକ କନ୍ୟା ସନ୍ତାନ ଜନ୍ମ ଦେଉଛନ୍ତି । ଉଭୟ ବର୍ତ୍ତମାନ ଅନ୍ୟ ଏକ ଫ୍ଲାଟରେ ରହୁଛନ୍ତି । ସେମାନଙ୍କ ବିବାହ ସମୟରେ ସେମାନଙ୍କର ପୁରୁଣା ବଙ୍ଗଳା କୃଷ୍ଣାରାଜ ନବୀକରଣ କରାଯାଇଥିଲା। ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ହୋଇଛି ଏବଂ ରଣବୀର କପୁର ,ତାଙ୍କ ଝିଅ, ପତ୍ନୀ ଏବଂ ମାତା ନିତୁ କପୁରଙ୍କ ସହ ସମସ୍ତେ ଏହି ବଙ୍ଗଳାକୁ ସ୍ଥାନାନ୍ତର ହେବାକୁ ଯାଉଛନ୍ତି। ତାଙ୍କର ବଙ୍ଗଳା ଋଷି କପୁରଙ୍କ ପିତାମାତା ରାଜ କପୁର ଏବଂ କୃଷ୍ଣ କପୁରଙ୍କ ନାମରେ ନାମିତ ହୋଇଛି।

ଶତୃଘ୍ନ ସିହ୍ନା:
ବଲିଉଡର ଭେଟେରାନ୍ ଆକ୍ଟର ଶତୃଘ୍ନ ସିହ୍ନା। ତାଙ୍କ ବଙ୍ଗଳାର ନାମ 'ରାମାୟଣ' ରଖିଛନ୍ତି ।  ନିକଟରେ ଶତୃଘ୍ନ ସିହ୍ନାଙ୍କ ଝିଅ ତଥା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ବଙ୍ଗଳାର ନାଁ ବିଷୟରେ ଥିବା ରହସ୍ୟ ବିଷୟରେ ବଡ ଖୁଲାସା କରିଥିଲେ। ସୋନାକ୍ଷୀ କହିଥିଲେ ଯେ, ତାଙ୍କ ବାପାଙ୍କର ତିନି ଜଣ ଭାଇ ରହିଛନ୍ତି ,ସେମାନଙ୍କ ନାଁ ରାମ, ଭରତ ଓ ଲକ୍ଷ୍ମଣ । ସେହିପରି ସୋନାକ୍ଷୀଙ୍କ ଦୁଇ ଭାଇ ମଧ୍ୟ ରହିଛନ୍ତି , ଉଭୟଙ୍କ ନାଁ ଲବ ଓ କୁଶ । କିନ୍ତୁ ସୋନାକ୍ଷୀଙ୍କ ମାଆଙ୍କ ପୁନମ୍ ସିହ୍ନା । ଯାହାକି ରାମାୟଣର କୌଣସି ଚରିତ୍ର ନାଁ ସହ ମିଶେ ନାହିଁ। ପରିବାରର ସମସ୍ତଙ୍କ ନାଁ ରାମୟଣ ଚରିତ୍ର ନାଁ ସହ ମିଶୁ ଥିବାରୁ  ତାଙ୍କ ବଙ୍ଗଳାର ନାଁ ରାମାୟଣ ରଖାଯାଇଛି ।