Prakash Raj on Chandrayaan 3: ଚନ୍ଦ୍ରଯାନ-୩କୁ ପରିହାସ କରି ଅଡୁଆରେ ପ୍ରକାଶ ରାଜ, ଥାନାରେ ମାମଲା ରୁଜୁ
Advertisement
Article Detail0/zeeodisha/odisha1837741

Prakash Raj on Chandrayaan 3: ଚନ୍ଦ୍ରଯାନ-୩କୁ ପରିହାସ କରି ଅଡୁଆରେ ପ୍ରକାଶ ରାଜ, ଥାନାରେ ମାମଲା ରୁଜୁ

Prakash Raj: ଚନ୍ଦ୍ରଯାନ-୩ର ଅବତରଣ ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଏକ ଗର୍ବର ମୂହୂର୍ତ୍ତ ହେବାକୁ ଯାଉଛି ସେପଟେ ଏହାର ମଜାକ ଉଡ଼ାଇ ବିବାଦରେ ପଡ଼ିଛନ୍ତି ପ୍ରକାଶ ରାଜ । ଏନେଇ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେ କରିଥିବା ବିବାଦୀୟ ଟୁଇଟକୁ ନେଇ ସାରା ଦେଶରେ ତାଙ୍କୁ ସମାଲୋଚନା ଶିକାର ହେବାକୁ ପଡ଼ିଛି ।

ସୌ(ସୋସିଆଲ ମିଡିଆ)

Prakash Raj on Chandrayaan 3: ଗୋଟେ ପଟେ ସାରା ଦେଶ ଚନ୍ଦ୍ରଯାନ-୩ର (Chandrayaan 3) ଅବତରଣକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଅନ୍ୟପଟେ ଅଭିନେତା ପ୍ରକାଶ ରାଜ (Prakash Raj)  ଚନ୍ଦ୍ରଯାନ ମିଶନ ପରିହାସ କରି ଅଡୁଆରେ ପଡିଛନ୍ତି । ଯେଉଁଠି ଚନ୍ଦ୍ରଯାନ-୩ର ଅବତରଣ ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଏକ ଗର୍ବର ମୂହୂର୍ତ୍ତ ହେବାକୁ ଯାଉଛି ସେପଟେ ଏହାର ମଜାକ ଉଡ଼ାଇ ବିବାଦରେ ପଡ଼ିଛନ୍ତି ପ୍ରକାଶ ରାଜ । ଏନେଇ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେ କରିଥିବା ବିବାଦୀୟ ଟୁଇଟକୁ ନେଇ ସାରା ଦେଶରେ ତାଙ୍କୁ ସମାଲୋଚନା ଶିକାର ହେବାକୁ ପଡ଼ିଛି । ଖାଲି ଏତିକି ନୁହେଁ ତାଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ମଧ୍ଯ ରୁଜୁ ହୋଇଛି।

ଚନ୍ଦ୍ରଯାନ-୩କୁ ପରିହାସ କରିବା ପଡିଲା ଭାରି

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତା ପ୍ରକାଶ ରାଜ ଚନ୍ଦ୍ରଯାନ-ମିଶନକୁ ନେଇ କରିଥିବା ଟ୍ୱିଟ ବିରୋଧରେ ପୋଲିସ ନିକଟରେ ଅଭିଯୋଗ ହୋଇଛି। ସୂଚନାନୁସାରେ, କେତେକ ହିନ୍ଦୁ ସଂଗଠନର ନେତାମାନେ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କର୍ଣ୍ଣାଟକ ବାଗାଲକୋଟ ଜିଲ୍ଲାର ବନହଟି ପୋଲିସ ଷ୍ଟେସନରେ ପ୍ରକାଶ ରାଜଙ୍କ ବିରୋଧରେ ଅଭିଯୋଗ ହୋଇଛି।

ବିକ୍ରମ ଲାଣ୍ଡରଙ୍କ ବିଷୟରେ ବିବାଦୀୟ ଟୁଇଟ୍

ବାସ୍ତବରେ, ପ୍ରକାଶ ରାଜ ତାଙ୍କ ଟ୍ୱିଟରରେ ଚନ୍ଦ୍ରଯାନ-୩କୁ ପରିହାସ କରୁଥିବା ଏକ ଚିତ୍ର ନିଜ ଟ୍ବଟର ହାଣ୍ତେଲରେ ସେୟାର କରିଥିଲେ । ସେ ନିଜ ଟ୍ବଟରେ ପୂର୍ବତନ ଇସ୍ରୋର ମୁଖ୍ୟ କେ. ସିଭାନଙ୍କ ଏକ କାର୍ଟୁନ୍ ସେୟାର କରିଛନ୍ତି, ଯେଉଁଥିରେ ସେ ସାର୍ଟ ଓ ଲୁଙ୍ଗି ପିନ୍ଧି ଚା ଢାଳୁଥିବାର ନଜର ଆସିଛନ୍ତି। ଏହି କାର୍ଟୁନକୁ ଆକ୍ଷେପ କରି ପ୍ରକାଶ ରାଜ ଲେଖିଛନ୍ତି, 'ବ୍ରେକିଙ୍ଗ୍ ନ୍ୟୁଜ୍! ଚନ୍ଦ୍ର # ବିକ୍ରମ ଲ୍ୟାଣ୍ଡରର ପ୍ରଥମ ଫଟେ ।  ତେବେ ପ୍ରକାଶ ରାଜଙ୍କ ଏହି ଟ୍ବିଟ ପରେ ବବାଲ ହେବା ସହ ଲୋକେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।

ପ୍ରକାଶ ରାଜଙ୍କ ଏହି କାର୍ଟୁନ୍ ପୋଷ୍ଟ ଦେଖିବା ପରେ ଜଣେ ଉପଭୋକ୍ତା କମେଣ୍ଟ କରି ଲେଖିଛନ୍ତି ଯେ, 'ଲାଜ କର'  । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'ଆପଣଙ୍କୁ ଡାକ୍ତରଙ୍କଠାରୁ ଚିକିତ୍ସା ଆବଶ୍ୟକ, କିନ୍ତୁ ସେ ମଧ୍ୟ ତୁମର ଅସୁସ୍ଥ ଚିନ୍ତାଧାରାକୁ ଭଲ କରିବାରେ ସକ୍ଷମ ହେବ ନାହିଁ। ଅନ୍ୟ ଜଣେ ଉପଭୋକ୍ତା ପ୍ରକାଶଙ୍କୁ ଦେଶଦ୍ରୋହୀ ବୋଲି ଲେଖିଛନ୍ତି, ଏଠାରେ ଖାଇ ଏହାର ଖରାପ ଚିନ୍ତା କରୁଛନ୍ତି । ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଚନ୍ଦ୍ରଯାନ-୩ ଏପରି ଏକ ଜିନିଷ ଅଟେ ଯାହାକୁ ନେଇ ସମଗ୍ର ଭାରତ ଗର୍ବିତ ହେବା ଉଚିତ୍।