Barsha-Anubhav Case: ମିଛ ଅନୁଭବ, ଅମାନିଆ ବର୍ଷା! ଜାଣନ୍ତୁ ଦୁହେଁ ଭାଙ୍ଗିଦେଲେ କାହା ଧୈର୍ଯ୍ୟର ବନ୍ଧ?
Advertisement
Article Detail0/zeeodisha/odisha1344117

Barsha-Anubhav Case: ମିଛ ଅନୁଭବ, ଅମାନିଆ ବର୍ଷା! ଜାଣନ୍ତୁ ଦୁହେଁ ଭାଙ୍ଗିଦେଲେ କାହା ଧୈର୍ଯ୍ୟର ବନ୍ଧ?

Barsha-Anubhav: ବର୍ଷା-ଅନୁଭବ (Barsha-Anubhav) ଲାଗାତାର ଭାବେ କିଛିଦିନ ହେବ ଓଡିଶାବାସୀ (Paople Of Odisha)ଙ୍କୁ ବିଭ୍ରାନ୍ତ ଓ ଭ୍ରମିତ କରିଆସିଥିଲେ। ଯାହାକି ଜନସାଧାରଣ ପ୍ରତ୍ୟେକ ଦିନ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ (Social Media) ପର୍ଯ୍ୟନ୍ତ ଏମାନଙ୍କ କଳହକୁ ଦେଖିଆସୁଥିଲେ।

ପ୍ରତୀକାତ୍ମକ

Barsha-Anubhav: ବର୍ଷା-ଅନୁଭବ (Barsha-Anubhav) ଲାଗାତାର ଭାବେ କିଛିଦିନ ହେବ ଓଡିଶାବାସୀ (Paople Of Odisha)ଙ୍କୁ ବିଭ୍ରାନ୍ତ ଓ ଭ୍ରମିତ କରିଆସିଥିଲେ। ଯାହାକି ଜନସାଧାରଣ ପ୍ରତ୍ୟେକ ଦିନ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ (Social Media) ପର୍ଯ୍ୟନ୍ତ ଏମାନଙ୍କ କଳହକୁ ଦେଖିଆସୁଥିଲେ। କଳହ ଏପରି ଥିଲା, ଯାହାକୁ ଦେଖି ଦେଖି ଓଡିଶାବାସୀ ଅତିଷ୍ଠ ହେଇପାଡିଥିଲେ। ଏଥିସହିତ ଏମାନଙ୍କର କଳହଟି ଏପରି ଅବସ୍ଥାକୁ ଚାଲିଯଆଇଥିଲା ଯେ, ବାରମ୍ବାର ଦୁହେଁ କୋର୍ଟକୁ ଯାଇ ପରସ୍ଫର ପ୍ରତି ଦୋଷ ଲଦାଲଦି ହେଉଥିଲେ। ଯେଉଁଥିରେ କୋର୍ଟ ମଧ୍ୟ ଅତିଷ୍ଠ ହୋଇପଡିଲେ। ଶେଷରେ କୋର୍ଟଙ୍କ ତରଫରୁ ଏକ ରାୟ ଆସିଲା, ଯେଉଁଥିରେ ଉଭୟଙ୍କୁ ଏକ ଝଟକା ଦେଇଛି। ଯେଉଁ ଝଟକା ଜନସାଧାରଣଙ୍କୁ ମଧ୍ୟ ଆଶ୍ବସ୍ତି ଦେଇଥିବା ପ୍ରକାଶ। ତେବେ ମାନ୍ୟବର କୋର୍ଟଙ୍କ ଝଟକାଟି କଣ ଥିଲା ଆସ୍ତୁ ଜାଣିବା।

ପ୍ରକାଶ ଥାଉ କି, ବର୍ଷା ଏବଂ ଅନୁଭବଙ୍କ ବିବାହ ଉତ୍ସବ ମାମଲାରେ ଗତ ସାତ ତାରିଖିରେ ବର୍ଷା, ହାଇକୋର୍ଟରୁ ନିଜ ଆବେଦନ ପ୍ରତ୍ୟାହାର କରିଥିଲେ। ସେହିପରି କଟକ ସିଭିଲ କେର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଖଲ କରାଯାଇଥିବା ନିଜ ଆବେଦନକୁ ବର୍ଷା ମଧ୍ୟ ପ୍ରତ୍ୟାହାର କରିନେଇଥିଲେ। ଅନ୍ୟପକ୍ଷରେ ପୁଣି ବର୍ଷା, କଟକ ସିଭିଲ କୋର୍ଟରେ ସାକ୍ଷ ଗ୍ରହଣ ପାଇଁ ପୁନଃ ଆବେଦନ କରିଥିଲେ। ସୁତରାଂ ବର୍ଷାଙ୍କର ଏଭଳି ଆଚରଣ ସର୍ବସମ୍ମୁଖରେ ଏହା ଦର୍ଶାଇଲା ଯେ, ବର୍ଷାଙ୍କ ଆଭିମୁଖ୍ୟ ସ୍ପଷ୍ଟ ନୁହେଁ। ବାରମ୍ବାର ଏହି ଖବର ଗଣମାଧ୍ୟମରେ ପ୍ରାକଶ ପାଇଲା। ଓଡିଶା ସିନେମା ଜଗତରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା ଅଭିନେତା ଓ ଅଭିନେତ୍ରୀଙ୍କ ନାଟକ ପ୍ରତ୍ୟକ ଦିନ ପରିବେଷଣ କରାଗଲା। ଯାହାକି ସମ୍ପୂର୍ଣ୍ଣ ଓଡିଶା ବାସୀ ଏମାନଙ୍କର ଘରୋଇ କଳିକୁ ଦେଖି ଲଜ୍ଜିତ ମନେ କଲେ। ଏହି ସମସ୍ତ ଘଟଣାବଳୀକୁ ଜନସାଧାରଣ ଠାରୁ ଆରମ୍ଭ କରି ମାନ୍ୟବର ନ୍ୟାୟାଳୟ ମଧ୍ୟ ଏହାକୁ ଅନୁଭବ କଲେ। ଶେଷରେ ନ୍ୟାୟାଳୟଙ୍କର ଯେଉଁ ନିର୍ଦ୍ଦେଶନାମା ଆସିଲା, ତାହା ଦୁଇ ଜଣଙ୍କୁ ଦୁଇ ଶକ୍ତ ଚାପଡା କହିଲେ ଅତ୍ୟୁକ୍ତି ହେବନାହିଁ। 

ତେବେ ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦରେ ଅତିଷ୍ଠ ହୋଇ ମାନ୍ୟବର କୋର୍ଟ ପାଞ୍ଚ ହଜାର ଲେଖାଏଁ ଆର୍ଥିକ ଦଣ୍ଡ ଦେଲେ। ବାରମ୍ବାର ତାରିଖ ଧ୍ୟାର୍ଯ୍ୟ ପରେ ବି ସାକ୍ଷ ଗ୍ରହଣ ପାଇଁ ବର୍ଷା କୋର୍ଟକୁ ଆସୁନଥିଲେ। ସେହିପରି ଅନୁଭବ ମଧ୍ୟ ବିବାହ ପିଟିଶନରେ ନିଜର ବିବାହ ସ୍ଥାନ ଭୁଲ ଦର୍ଶାଇଥିଲେ। ତେବେ ଏହି ମାମଲାରେ ଅଯଥାରେ କୋର୍ଟର ସମୟକୁ ବରବାଦ କରିଥିବାରୁ ମାନ୍ୟବର କୋର୍ଟ ଉଭୟଙ୍କୁ ଫାଇନ କରିଛନ୍ତି।