The Gray Man ; ଜଲୱା ଦେଖାଇବେ ଧନୁଷ୍ , ସେୟାର କଲେ ଫାଷ୍ଟ ଲୁକ୍
Advertisement

The Gray Man ; ଜଲୱା ଦେଖାଇବେ ଧନୁଷ୍ , ସେୟାର କଲେ ଫାଷ୍ଟ ଲୁକ୍

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧନୁଷଙ୍କ ଫାଷ୍ଟ ଲୁକ୍ । ହଲିଉଡ ଫିଲ୍ମର ପୋଷ୍ଟର ସେୟାର କଲେ ଧନୁଷ୍ । ଫ୍ୟାନ୍ସ, ସେଲିବ୍ରିଟି ଜଣାଇଲେ ଶୁଭେଚ୍ଛା ।

The Gray Man ; ଜଲୱା ଦେଖାଇବେ ଧନୁଷ୍ , ସେୟାର କଲେ ଫାଷ୍ଟ ଲୁକ୍

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଧନୁଷ (Dhanush) ଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆସିଛି । ଧନୁଷ ସାଉଥ ଇଣ୍ଡଷ୍ଟ୍ରୀ ଏବଂ ବଲିଉଡ ପରେ ହଲିଉଡରେ ଜଲୱା ଦେଖାଇବେ । ତାଙ୍କ ଅଭିନୀତ ହଲିଉଡ ଫିଲ୍ମ ଦ ଗ୍ରେ ମ୍ୟାନ (The Gray Man) ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ଧନୁଶ ଅଗ୍ରେସିଭ୍ ଏବଂ ଷ୍ଟନିଂ ଲାଗୁଛନ୍ତି । ଏହି ପୋଷ୍ଟରରେ ଧନୁଷ କାର ଉପରେ ଥିବାର ନଜର ଆସିଛି । ଫିଲ୍ମ ପୋଷ୍ଟର ଧନୁଷ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ପୋଷ୍ଟର ରିଲିଜ ପରେ ସୋସିଆଲ ମିଡିଆରେ ଧନୁଷଙ୍କ ଡେବ୍ୟୁ ହଲିଉଡ ଫିଲ୍ମ ନେଇ ଚର୍ଚ୍ଚା ଜୋର ଧରିଛି । ଧନୁଷଙ୍କ ପୋଷ୍ଟରେ ଲକ୍ଷାଧିକ ଲାଇକ୍ସ ଆଉ କମେଣ୍ଟ ବର୍ଷା କରିଛନ୍ତି ଫ୍ୟାନ୍ସ । ସେହିପରି ଅନେକ ସେଲିବ୍ରିଟି ମଧ୍ୟ ଧନୁଷଙ୍କ ପୋଷ୍ଟରେ କମେଣ୍ଟ କରି ଅପକମିଂ ଫିଲ୍ମ ପାଇଁ ଢେରସାରା ଶୁଭେଚ୍ଛା ଜଣାଇଛନ୍ତି । 

ଏହି ପୋଷ୍ଟର ସେୟାର କରିବା ସହ ଧନୁଷ୍ ଲେଖିଛନ୍ତି -ଦ ଗ୍ରେ ମ୍ୟାନ ।  ଏହି ଫିଲ୍ମ ଜୁଲାଇ ୨୨ରେ ନେଟଫ୍ଲିକ୍ସରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।  ଏହି ଫିଲ୍ମ   ଆନ୍ଥୋନି ଏବଂ ଜୋ ରୁସ୍ ଙ୍କ ପକ୍ଷରୁ  ନିର୍ଦ୍ଦେଶିତ ହୋଇଛି ।  ୨୦୧୯ ମସିହାରେ ରିଲିଜ ହୋଇଥିବା ଫିଲ୍ମ  ଆଭେଞ୍ଜର୍ସ: ଏଣ୍ଡ ଗେମ୍ ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ  ଆନ୍ଥୋନି ରୁସୋ  (Anthony Russo) ଏବଂ ଜୋ ରୁସୋ (Joe Russo)।  'ଦ ଗ୍ରେ ମ୍ୟାନ ' ଫିଲ୍ମରେ ଧନୁଷଙ୍କ ସହ କ୍ରିସ୍ ଏଭାନ୍ସ  (Chris Evans), ୱାନର ମୌରା (Wagner Moura) , ଆନା ଡେ ଅରମସ୍ (Ana de Armas) , ଜେସିକା ହେନୱିକ୍ (Jessica Henwick) ପ୍ରମୁଖ ଅଭିନୟ କରିଛନ୍ତି ।  ଏହି ଫିଲ୍ମର କାହାଣୀ ମାର୍କ ଗ୍ରେନିଙ୍କ ନୋବେଲ ଉପରେ ଆଧାରିତ ହୋଇଛି ।  ଏହା ଏକ ସ୍ପାଏ ଥ୍ରୀଲର ଫିଲ୍ମ ।

Also Read: Nawazuddin Siddiquiଙ୍କ ବଡ଼ ଖୁଲାସା, ଯାହାପାଇଁ ସଙ୍ଘର୍ଷ କରିଥିଲେ ସେ ଛଅଟି ଛୁଆର ମାଆ ହେଇଗଲେ

ଧନୁଷଙ୍କ ଫାଷ୍ଟ ଲୁକ୍ ପୋଷ୍ଟର ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । ଏହି ପୋଷ୍ଟରରେ ଅଭିନେତା ପ୍ରସନ୍ନ ଲେଖିଛନ୍ତି 'Awesome bro'  ।ଫିଲ୍ମ 'ଦ ଗ୍ରେ ମ୍ୟାନ' ଚଳିତ ବର୍ଷ  ଜୁଲାଇ ୨୨ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଷ୍ଟ୍ରିମିଂ ହେବ । ଫିଲ୍ମ  'ଦ ଗ୍ରେ ମ୍ୟାନ୍ ' ଧନୁଷଙ୍କ ସେକେଣ୍ଡ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟ । ଏହାପୂର୍ବରୁ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମରେ ଡେବ୍ୟୁ କରିସାରିଛନ୍ତି ଧନୁଷ୍ । ୨୦୧୮ ମସିହାରେ ଦ ଏକ୍ସଟ୍ରା  ଅର୍ଡିନାରି ଜର୍ଣ୍ଣି ଅଫ ଫକୀର (The Extraordinary Journey of the Fakir) ଜରିଆରେ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି ଧନୁଷ୍ । ସାଉଥ୍ ସୁପରଷ୍ଟାର୍ ଧନୁଷ ନିଜର ପର୍ସନାଲ୍ ଏବଂ ପ୍ରଫେସନାଲ୍ ଲାଇଫ  ପାଇଁ ଲାଇମଲାଇଟରେ ରୁହନ୍ତି  ।

Also Read: ଆସିଗଲା ଭୁଲଭୁଲୈୟା ୨ ଟ୍ରେଲର

ନିଜ ସ୍ୱତନ୍ତ୍ର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ବଲିଉଡରେ କାମ କରି ଅଗଣିତ ଦର୍ଶକଙ୍କ ମନ ଜିଣିଛନ୍ତି । ଆଉ ଏବେ ଏହି ଷ୍ଟାର ହଲିଉଡରେ ନିଜ ଜଲୱା ଦେଖାଇବା ପାଇଁ ପୁରା  ପ୍ରସ୍ତୁତ ।  ଏହି  ଫିଲ୍ମରେ ଧନୁଷଙ୍କୁ ଦେଖିବାକୁ ଫ୍ୟାନ୍ସ ମଧ୍ୟ ବହୁତ ଏକ୍ସାଇଟେଡ୍ ଅଛନ୍ତି ।ଧନୁଷଙ୍କ ପର୍ସନାଲ ଲାଇଫ ବିଷୟରେ କହିବାକୁ ଗଲେ , ଚଳିତ ବର୍ଷ ଜାନୁଆରୀ  ୧୭ ତାରିଖରେ ଧନୁଷ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଦୀର୍ଘ ୧୮ ବର୍ଷର ସମ୍ପର୍କକୁ ଭାଙ୍ଗି ଉଭୟ ଅଲଗା ଅଲଗା ରାସ୍ତା ବାଛିଥିଲେ । ବିବାହ ବିଚ୍ଛେଦ ନେଇ  ଧନୁଷ୍ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଥିଲେ । ଏହି ଖବର ଶୁଣି  ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।