Hrithik Roshan: ଲିଭ ଇନ ରିଲେସନସିପରେ ରହିବେ ହ୍ରିତିକ, ଗାର୍ଲଫ୍ରେଣ୍ଟ ପାଇଁ କିଣିଲେ ଏତିକି କୋଟିର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ
Advertisement

Hrithik Roshan: ଲିଭ ଇନ ରିଲେସନସିପରେ ରହିବେ ହ୍ରିତିକ, ଗାର୍ଲଫ୍ରେଣ୍ଟ ପାଇଁ କିଣିଲେ ଏତିକି କୋଟିର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ

Hrithik Roshan: ବଲିଉଡ ଅଭିନେତା ହ୍ରିତିକ ରୋଶନ ସାବା ଆଜାଦଙ୍କୁ ଡେଟ କରୁଛନ୍ତି। ହ୍ରିତିକ ଏବଂ ସାବା ସେମାନଙ୍କ ରିଲେସନସିପକୁ ନେଇ ଖୁବ୍ ସିରିୟସ୍ । ଉଭୟ ଭ୍ୟାକେସନରେ ମଧ୍ୟ କ୍ବାଲିଟି ଟାଇମ୍ ମଧ୍ୟ ବିତାଉଛନ୍ତି । କେବଳ ଏତିକି ନୁହେଁ, ସବା ଆଜାଦ ମଧ୍ୟ ତାଙ୍କ ପ୍ରେମିକ ହ୍ରିତିକ ରୋଶନଙ୍କ ସହ ବିଭିନ୍ନ ଇଭେଣ୍ଟ ଏବଂ ପାର୍ଟୀରେ ମଧ୍ୟ ନଜର ଆସୁଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Hrithik Roshan: ବଲିଉଡ ଅଭିନେତା ହ୍ରିତିକ ରୋଶନ ସାବା ଆଜାଦଙ୍କୁ ଡେଟ କରୁଛନ୍ତି। ହ୍ରିତିକ ଏବଂ ସାବା ସେମାନଙ୍କ ରିଲେସନସିପକୁ ନେଇ ଖୁବ୍ ସିରିୟସ୍ । ଉଭୟ ଭ୍ୟାକେସନରେ ମଧ୍ୟ କ୍ବାଲିଟି ଟାଇମ୍ ମଧ୍ୟ ବିତାଉଛନ୍ତି । କେବଳ ଏତିକି ନୁହେଁ, ସବା ଆଜାଦ ମଧ୍ୟ ତାଙ୍କ ପ୍ରେମିକ ହ୍ରିତିକ ରୋଶନଙ୍କ ସହ ବିଭିନ୍ନ ଇଭେଣ୍ଟ ଏବଂ ପାର୍ଟୀରେ ମଧ୍ୟ ନଜର ଆସିଛନ୍ତି। କିନ୍ତୁ ବର୍ତ୍ତମାନ ହ୍ରିତିକ ରୋଶନ ସେମାନଙ୍କ ସମ୍ପର୍କକୁ ଆହୁରି ଆଗକୁ ନେଉଛନ୍ତି। ହ୍ରିତିକ ରୋଶନ ତାଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ରହିବାକୁ ଯୋଜନା କରୁଛନ୍ତି, ଯେଉଁଥିପାଇଁ ସେ ଏକ ଆପାର୍ଟମେଣ୍ଟ ମଧ୍ୟ ଦେଖିଛନ୍ତି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି ଜଣାପଡିଛି । 

 ଗଣମାଧ୍ୟମ ରିପୋର୍ଟ ଅନୁସାରେ,ଏହି କଥା ସାମ୍ନାକୁ ଆସିଛି ଯେ, ଉଭୟ ଲିଭ୍ ଇନ୍ ରିଲେସନସିପରେ ରହିବାକୁ ପ୍ରସ୍ତୁତ ହେଉଛନ୍ତି । ମୁମ୍ବାଇରେ ଉଭୟ ନିଜ ପାଇଁ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଦେଖିଛନ୍ତି, ଯେଉଁଥିରେ ସେମାନେ ଏକାଠି ରହିବେ। ରିପୋର୍ଟ ଅନୁଯାୟୀ, ହ୍ରିତିକ ରୋଶନଙ୍କ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ସେ ସବା ଆଜାଦଙ୍କ ସହ ଲିଭ ଇନ୍ ରିଲେସନସିପରେ ରହିବାକୁ ଦିର୍ଘ ଦିନ ଧରି ଚିନ୍ତା କରୁଥିଲେ। ଏହି ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ସବା ଏବଂ ହ୍ରିତିକ ମୁମ୍ବାଇର 'ମନ୍ନତ' ନାମକ ଏକ ବିଲ୍ଡିଂର ଏକ ଆପାର୍ଟମେଣ୍ଟରେ ରହିବେ। ତାଙ୍କ ଆପାର୍ଟମେଣ୍ଟରେ ନବୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ଏହାବି ପଢନ୍ତୁ : Celebs Bungalows: ସେଲିବ୍ରେଟିଙ୍କ ବଙ୍ଗଳାର ନାଁ ପଛରେ ରହିଛି ଅନେକ ରହସ୍ୟ, ଜାଣନ୍ତୁ ତାହା କ'ଣ ?

ଏହାବି ପଢନ୍ତୁ : Arjun Kapoor: ମଲାଇକାଙ୍କ ହାତ ଧରିବେ ଅର୍ଜୁନ୍ ! ବିବାହ ପୂର୍ବରୁ ରିଲେସନସିପକୁ ନେଇ କଲେ ବଡ ଖୁଲାସା

ଏହାବି ପଢନ୍ତୁ : Kartik Aaryan: ରୋମାଣ୍ଟିକ୍ ନୁହେଁ, ଏଥର ବକ୍ସର ଭୂମିକାରେ ନଜର ଆସିବେ କାର୍ତ୍ତିକ୍

ଏହାବି ପଢନ୍ତୁ : Sonu Sood: ରାସ୍ତାକଡରେ ଗୀତ ଗାଉଥିଲ ଦିବ୍ୟାଙ୍ଗ, କୂଳରେ ଲଗାଇଲେ ସୋନୁସୁଦ

ଏହାବି ପଢନ୍ତୁ : Priyanka Chopra: କଙ୍ଗନାଙ୍କ ପରେ ବଲିଉଡକୁ ନେଇ ବଡ ଖୁଲାସା କଲେ ଦେଶୀ ଗାର୍ଲ, କହିଲେ କିଛି ଏମିତି

ଏହି ବିଲ୍ଡିଂର ଶୀର୍ଷ ଦୁଇ ମହଲା ଆପାର୍ଟମେଣ୍ଟ ହ୍ରିତିକ ଏବଂ ସାବା ରହିବେ। ଏଥିପାଇଁ କୋଠରୀ ଗୁଡିକର ଇଣ୍ଟେରିୟର କାର୍ଯ୍ୟ ଚାଲିଛି । ଆଶ୍ଚର୍ଯ୍ୟର କଥା, ହ୍ରିତିକ ରୋଶନ ଏହି ଆପାର୍ଟମେଣ୍ଟ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏହି ଆପାର୍ଟମେଣ୍ଟ ଜୁହୁ ଭର୍ସୋଭା ଲିଙ୍କ ରୋଡରେ ଅବସ୍ଥିତ ଏବଂ ହ୍ରିତିକ ଏହାକୁ ୯୭.୫୦ କୋଟିରେ କିଣିଛନ୍ତି। ଏହି ଆପାର୍ଟମେଣ୍ଟ ଗୁଡିକ ୧୫ ଏବଂ ୧୬ ମହଲାରେ ଅଛି, ଯାହା ୩୮,୦୦୦ ବର୍ଗଫୁଟ ଉପରେ ବିସ୍ତାର ହୋଇଛି । ହ୍ରିତିକ ୬୭.୫୦ କୋଟି ଟଙ୍କା ଦେଇ ୧୫ ମହଲା ଉପରେ ଥିବା ଘର ଗୁଡିକ କିଣିଛନ୍ତି । ଏହାସହ ସେ ଦ୍ୱିତୀୟ ଆପାର୍ଟମେଣ୍ଟରେ ପ୍ରାୟ ୩୦ କୋଟି ଖର୍ଚ୍ଚ କରିଥିଲେ।