Kangana Ranaut: କାହିଁକି ବଲିଉଡ଼ ଷ୍ଟାରଙ୍କୁ ଚେତାବନୀ ଦେଲେ କଙ୍ଗନା ରଣାୱତ...
Advertisement

Kangana Ranaut: କାହିଁକି ବଲିଉଡ଼ ଷ୍ଟାରଙ୍କୁ ଚେତାବନୀ ଦେଲେ କଙ୍ଗନା ରଣାୱତ...

Kangana Ranaut​: କଙ୍ଗନା ରଣାୱତ ଫିଲ୍ମକୁ ବାଦ ଦେଲେ ବଲିଉଡ଼ ଠାରୁ ଆରମ୍ଭ କରି ଦେଶ ଓ ବିଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ପାଇଁ କେତେବେଳେ ଚର୍ଚ୍ଚା ତ ଆଉ କେତେବେଳେ ବିବାଦ ଭିତରକୁ ଟାଣିହୋଇଯାଆନ୍ତି ଅଭିନେତ୍ରୀ । ନିକଟରେ କଙ୍ଗନା ମହାଦେବ ଆପ୍ କେସରେ ଫସି ରହିଥିବା ବଲିଉଡ଼ର ଷ୍ଟାରମାନଙ୍କୁ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

ସୌ(ସୋସିଆଲ ମିଡିଆ)

Mahadev App Case: ବଲିଉଡ଼ର କଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ (Controversy Queen Kangana Ranaut) ବର୍ତ୍ତମାନ ନିଜର ଆଗାମୀ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ ୨ (Chandramukhi 2 ) ' ଓ 'ଏମରଜେନ୍ସିକୁ'  (Emergency )ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମକୁ ବାଦ ଦେଲେ ବଲିଉଡ଼ ଠାରୁ ଆରମ୍ଭ କରି ଦେଶ ଓ ବିଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ପାଇଁ କେତେବେଳେ ଚର୍ଚ୍ଚା ତ ଆଉ କେତେବେଳେ ବିବାଦ ଭିତରକୁ ଟାଣିହୋଇଯାଆନ୍ତି ଅଭିନେତ୍ରୀ । ନିକଟରେ କଙ୍ଗନା ମହାଦେବ ଆପ୍ କେସରେ ଫସି ରହିଥିବା ବଲିଉଡ଼ର ଷ୍ଟାରମାନଙ୍କୁ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଇଡିର (Enforcement Directorate) ନଜରରେ ବଲିଉଡ଼ ସେଲିବ୍ରିଟି । ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ (Mahadev App Case) ଯାଞ୍ଚ କରି ବଲିଉଡ଼ର ବଡ଼ ବଡ଼ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ନେଇ ଉଦ୍ୟମ ଆରମ୍ଭ କରିଛି ଇଡ଼ି । ମହାଦେବ ଅନ୍ଲାଇନ୍ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ (Mahadev App Promteres Saurabh Chandrakar) ବାହାଘରରେ ବଲିଉଡ୍‌ର ପ୍ରାୟ ୧୪ ଜଣ ସେଲିବ୍ରିଟିଙ୍କୁ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ବଲିଉଡର ଅନେକ ବଡ଼ ବଡ଼ ଷ୍ଚାର ସାମିଲ ରହିଥିଲେ। । ଯାହାକୁ ନେଇ ବଲିଉଡ କୁଇନ୍ କଙ୍ଗନା ସେମାନଙ୍କୁ ଟା‌ର୍ଗେଟ କରିଛନ୍ତି।  ନିକଟରେ ଅଭିନେତ୍ରୀ ମହାଦେବ ଆପ୍ କେସରେ ଫସି ରହିଥିବା ବଲିଉଡ଼ ତାରକାମାନଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଏକ ଫଟୋ ସେୟାର କରିଛନ୍ତି, ଯାହା ଏକ ମିଡିଆ ହାଉସର ଏକ ଆର୍ଟିକିଲ ଅଟେ । ଏହି ଆର୍ଟିକିଲରେ ସୋନୁ ସୁଦ, (sonu sood) ସୋନାକ୍ଷୀ ସିହ୍ନା (sonakshi sinha) ଓ ସନ୍ନି ଲିଓନଙ୍କ ଫଟୋ ଦେଖିବାକୁ ମିଳିଛି, ଯେଉଁଥିରେ ଅଭିନେତ୍ରୀ ଏକ କ୍ୟାପସନ ମଧ୍ୟ ସେୟାର କରିଛନ୍ତି। ଏଥିରେ କଙ୍ଗନା ଲେଖିଛନ୍ତି, “ଏହି ଆପର ବିଜ୍ଞାପନ ଓ ସମର୍ଥନ ପାଇଁ ବର୍ଷକୁ ପ୍ରାୟ ୬ ଥର ମୋ ପାଖକୁ ଅଫର ଆସିଥିଲା। ପ୍ରତ୍ୟେକ ଥର ସେମାନେ ମୋତେ କିଣିବା ପାଇଁ ଅଫରରେ ଅନେକ କୋଟି ଟଙ୍କା ଯୋଡିଥିଲେ। କିନ୍ତୁ ମୁଁ ପ୍ରତ୍ୟେକ ଥର ଏହାକୁ ମନା କରିଥିଲି। ଏହା ନୂତନ ଭାରତ। ସୁଧୁରି ଯାଅ, ନଚେତ୍ ତୁମମାନଙ୍କୁ ସୁଧାରି ଦିଆଯିବ। ” ଅଭିନେତ୍ରୀଙ୍କ ଏହି ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି ।

Also Read-Parineeti Chopra: ଶାଶୂଘରେ ପାଦ ରଖିଲେ ପରିଣୀତି, ଗ୍ରାଣ୍ତ ଓ୍ବେଲକମ୍ ପୂର୍ବରୁ ହେଲା ଏମିତି କିଛି...

ପ୍ରକାଶ ଥାଉ କି, ମହାଦେବ ଆପ୍ ମାମଲାରେ (Mahadev App Case) ରଣବୀର କପୁର (Ranbir kapoor), କପିଲ ଶର୍ମା (kapil Sharma), ହୁମା ଖୁରେସି, ହିନା ଖାନ ଓ ଶ୍ରଦ୍ଧା କପୁରଙ୍କ (shraddha kapoor) ପରି ଅନେକ ବଡ଼ ବଡ଼ ସେଲିବ୍ରେଟଙ୍କ ନାମ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ କେତେକଙ୍କୁ ଇଡି ଦ୍ୱାରା ସମନ ଜାରି କରାଯାଇଛି। ମହାଦେବ ଆପ୍ ମାଧ୍ୟମରେ କାର୍ଡ ଗେମ୍, ବ୍ୟାଡମିଣ୍ଟନ୍, ଟେନିସ୍, ଫୁଟବଲ୍ ଓ କ୍ରିକେଟ୍ ଭଳି ଅନେକ ଅନଲାଇନ୍ ଗେମ୍ ରେ ବେଆଇନ ବ୍ୟାଟିଂ କରାଯାଇଥିଲା। ଅନ୍ୟପଟେ, ୨୦୨୩ ମସିହା ଫେବୃୟାରୀ ମାସରେ ଆୟୋଜିତ ଏକ ବିବାହ ଉତ୍ସବରେ  ସୌରଭ ଚନ୍ଦ୍ରକର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଖବରକୁ ନେଇ ଚର୍ଚ୍ଚା ସାମ୍ନାକୁ ଆସିବା ପରେ ଇଡିର (ED) ନଜର ସୌରଭଙ୍କ (Saurabh Chandrakar) ବ୍ୟବସାୟ ଉପରେ ପଡ଼ିଥିଲା।