)
Munawar Faruqui: ବିଗବସ୍ ସିଜିନ୍ ୧୭ର ବିଜେତା ମୁନାଓ୍ବାର ଫାରୁକିଙ୍କ ଅସୁସ୍ଥ । ଏନେଇ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ତାଙ୍କ ହାତରେ ଆଇଭି ଡ୍ରିପ୍ ଲାଗିଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଫଟୋ ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିଛି। ଷ୍ଟାଣ୍ଡଅପ୍-ହାସ୍ୟ ଅଭିନେତାଙ୍କର କଣ ହୋଇଛି ବୋଲି ଫ୍ୟାନ୍ସମାନେ ଜାଣିବାକୁ ଇଚ୍ଚାପ୍ରକାଶ କରିଛନ୍ତି। ଚଳିତ ମାସ ଆରମ୍ଭରୁ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇଥି୍ଲା। ଆଉ ମେଡିକାଲରେ ଭର୍ତ୍ତି ହୋଇଥିଲେ ଫାରୁକ୍।
ମୁନାୱାର ଫାରୁକିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତାରେ ପଡିଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ତାଙ୍କର ଜଣେ ବନ୍ଧୁ ସୋସିଆଲ୍ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି ବୋଲି ଜଣାପଡିଛି । କିନ୍ତୁ ତାଙ୍କର କଣ ସ୍ବାସ୍ଥ୍ୟଗତ ସମସ୍ୟା ହୋଇଛି । ସେ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରି ନାହାଁନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ମୁନାୱାର ଫାରୁକିଙ୍କ ବନ୍ଧୁ ନିତିନ ମେଙ୍ଗହାନି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମୁନାଫର ଡାକ୍ତରଖାନା ବେଡ୍ ରେ ଶୋଇଥିବାର ଫଟୋ ସେୟାର କରିଥିଲେ। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, 'ମୋ ଭାଇ, ତୁ ଶୀଘ୍ର ସୁସ୍ଥ ହୋଇଯା'।ସୂଚନା ଯୋଗ୍ୟ , ବିଗବସ୍ ସିଜିନ୍ ୧୭ର ବିଜେତା ହେଉଛନ୍ତି ସେ। ବିଗବସ୍ ର ଟ୍ରଫି ଜିତିବା ପରେ, ତାଙ୍କୁ ଏକ ମ୍ୟୁଜିକ୍ ଭିଡି଼ଓରେ ଦେଖିବାକୁ ମିଳିଥିଲା । ଏଥିରେ ହିନା ଖାନ୍ ମଧ୍ୟ ରହିଥିଲେ।