Adil Khan Durrani: ଜେଲରୁ ମୁକୁଳିଲେ ଆଦିଲ୍ , କହିଲେ ରାକ୍ଷୀ ମୋ ସହିତ...
Advertisement

Adil Khan Durrani: ଜେଲରୁ ମୁକୁଳିଲେ ଆଦିଲ୍ , କହିଲେ ରାକ୍ଷୀ ମୋ ସହିତ...

Rakhi Sawant-Adil Khan: ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ (Rakhi Sawant) ଓ ତାଙ୍କ ପତି ଆଦିଲ ଖାନ୍ ଦୁରାନୀ (adil khan durrani) ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ବିଷୟରେ ସମସ୍ତେ ଉଣା ଅଧିକେ ଜାଣିଥିବେ ନିଶ୍ଚୟେ । ତେବେ, ପାରିବାରିକ ହିଂସା ନେଇ ରକ୍ଷୀ ଆଦିଲଙ୍କ ନାଁରେ ରାକ୍ଷୀ କରିଥିବା ମାମଲାରେ ସେ ଜେଲକୁ ଯାଇଥିଲେ। କିନ୍ତୁ ଏବେ ଜେଲରୁ ମୁକୁଛନ୍ତି ଆଦିଲ୍(rakhi sawant husband adil khan durrani )। 

ସୌଜନ୍ୟ- ସୋସିଆଲ ମିଡି଼ଆ

Rakhi Sawant-Adil Khan: ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ (Rakhi Sawant) ଓ ତାଙ୍କ ପତି ଆଦିଲ ଖାନ୍ ଦୁରାନୀ (adil khan durrani) ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ବିଷୟରେ ସମସ୍ତେ ଉଣା ଅଧିକେ ଜାଣିଥିବେ ନିଶ୍ଚୟେ । ତେବେ, ପାରିବାରିକ ହିଂସା ନେଇ ରକ୍ଷୀ ଆଦିଲଙ୍କ ନାଁରେ ରାକ୍ଷୀ କରିଥିବା ମାମଲାରେ ସେ ଜେଲକୁ ଯାଇଥିଲେ। କିନ୍ତୁ ଏବେ ଜେଲରୁ ମୁକୁଛନ୍ତି ଆଦିଲ୍(rakhi sawant husband adil khan durrani )।  ଜେଲରୁ ମୁକୁଳିବା ପରେ (adil khan durrani came out of jail) ସେ ଏକ ବୟାନ୍ ଦେଇଛନ୍ତି । ସେହି ବୟାନକୁ ନେଇ ବର୍ତ୍ତମାନ ଏକ ଝଡ଼ ସୃଷ୍ଟି ହୋଇଛି । ଆଦିଲ୍ କହିଛନ୍ତି ଯେ, ଖୁବ୍ ଶୀଘ୍ର ସେ ଏକ ସାମ୍ବାଦିକ ସମ୍ମିଳନୀ (press conference) କରି ରାକ୍ଷୀଙ୍କ ଗୁମର ଖୋଲିବେ । ସତ କଣ ମିଛ କଣ ଲୋକେ ସବୁ ଜାଣିବେ ବୋଲି ସେ କହିଛନ୍ତି। ଏହା ସହିତ ରାକ୍ଷୀ ତାଙ୍କ ଉପରେ ଲଗାଇଥିବା ସଙ୍ଗୀନ ଅଭିଯୋଗର ଖୁଲାସା କରିବେ ବୋଲି ସେ କହିଛନ୍ତି । 

 

 

Also Read: ବକ୍ସ ଅଫିସରେ ଅକ୍ଷୟଙ୍କୁ ମାତ୍ ଦେଲେ ସନ୍ନି, ଜାଣନ୍ତୁ ଦଶମ ଦିନରେ ଉଭୟ ଫିଲ୍ମର କେତେ ରହିଛି କଲେକସନ୍ ?

Also Read: Sunny Deol: ନିଲାମୀ ହେବନି ସନ୍ନିଙ୍କ ବଙ୍ଗଳା! ଜାଣନ୍ତୁ କାହିଁକି ନିଷ୍ପତି ବଦଳାଇଲା ବ୍ୟାଙ୍କ

Also Read: Happy Birthday Bhumika Chawla: ଗୋଟିଏ ବିଜ୍ଞାପନ ହିଁ ବଦଳାଇ ଥିଲା ଭୂମିକାଙ୍କ ଭାଗ୍ୟ

ସୂଚନା ଅନୁସାରେ, ଇସଲାମିକ ରୀତିନୀତି ଅନୁଯାୟୀ ରାକ୍ଷୀ ସାଓ୍ବନ୍ତ ଏବଂ ଆଦିଲଙ୍କ ୨୯ ମଇ ୨୦୨୨ ରେ ବିବାହ କରିଥିଲେ । ବିବାହ କିଛି ଦିନ ପରେ ବୈବାହିକ ଜୀବନରେ ଆସିଥିଲା ଝଡ । ପରେ ରାକ୍ଷୀ ଆଦିଲଙ୍କ ବିରୋଧରେ  ଘରୋଇ ହିଂସା,ପ୍ରତାରଣା ଓ ଅନୈତିକ ସମ୍ପର୍କ ନେଇ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ରାକ୍ଷୀଙ୍କ ଅଭିଯୋଗ ପରେ ପୋଲିସ ଆଦିଲଙ୍କୁ ଗିରଫ କରି ଜେଲକୁ ନେଇଥିଲା। ଏହି ମାମଲା ମଧ୍ୟ କୋର୍ଟରେ ପହଞ୍ଚିଥିଲା। ରାକ୍ଷୀ ସାଓ୍ବନ୍ତ ଗତ କିଛି ଦିନ ତଳେ, ଗଣମାଧ୍ୟମ ଆଗରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ରାକ୍ଷୀ କହିଛନ୍ତି ଯେ, ଆଦିଲ ଅନ୍ୟ ଝିଅ ସମ୍ପର୍କ ରଖୁଛନ୍ତି ଏବଂ ମୋ ସମ୍ପତ୍ତି ଲୁଟି ନେଇଛନ୍ତି । ମୋତେ ମିଛି କହିକି ବିବାହ କରିଛନ୍ତି। ଗତକିଛି ଦିନ ତଳେ ରାକ୍ଷୀ ସାଓ୍ବନ୍ତଙ୍କ ମାଆ ଜୟାଙ୍କ ହେଦାନ୍ତ ହୋଇଥିଲା । ଯେଉଁ ସମୟରେ ରାକ୍ଷୀଙ୍କ ସାହାରା ବନିଥିଲେ ଆଦିଲ। ଏବଂ ତାଙ୍କୁ ସମ୍ଭାଳି ଥିଲେ । 

ପାରିବାରିକ ବିବାଦ ପୂର୍ବରୁ, ରାକ୍ଷୀ ଓ ଆଦିଲଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ଦେଖିବାକୁ ମିଳିଥିଲା ଯେ,ରାକ୍ଷୀ ଓ ଆଦିଲ ବିବାହ କରିଛନ୍ତି । ଏବଂ ଉଭୟଙ୍କ ବେକରେ ଫୁଲମାଳ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା ।  ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ, ଆଦିଲଙ୍କ ସହ କୋର୍ଟରେ ବିବାହ କରିଛନ୍ତି।  ଇସଲାମିକ ରୀତିନୀତି ଅନୁଯାୟୀ ମଧ୍ୟ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ଏବଂ ଆଦିଲଙ୍କ ବିବାହ ଗତ ୨୯ ମଇ ୨୦୨୨ ରେ ହୋଇଥିଲା। ଆମେ ଆପଣଙ୍କୁ କହିବୁ ଯେ ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ  ଅଟନ୍ତି ।