Ganpath Teaser: ‘ଗଣପତ’ ଟିଜରରେ ଜବରଦସ୍ତ ଫର୍ମରେ ନଜର ଆସିଲେ ଟାଇଗର, ଏହି ଦିନ ଦେବ ରିଲିଜ...
Advertisement
Article Detail0/zeeodisha/odisha1894456

Ganpath Teaser: ‘ଗଣପତ’ ଟିଜରରେ ଜବରଦସ୍ତ ଫର୍ମରେ ନଜର ଆସିଲେ ଟାଇଗର, ଏହି ଦିନ ଦେବ ରିଲିଜ...

Ganpath Teaser: ରିଲିଜ ହୋଇଥିବା ଟିଜରରେ ଟାଇଗର ଶ୍ରଫ ଜବରଦସ୍ତ ଆକ୍ସନ ସିନ୍ କରୁଥିବା ନଜର ଆସିଛନ୍ତି । ଅନ୍ୟପଟେ ଟିଜରରେ ଅମିତାଭ ବଚ୍ଚନଙ୍କ (Amitabh bachchan) ସ୍ୱର ଏହାକୁ ଅଧିକ ଖାସ୍ ବନାଉଛି ।

ସୌ(ସୋସିଆଲ ମିଡିଆ)

Ganpath Teaser: ଶୁକ୍ରବାର ଦିନ ରିଲିଜ ହୋଇଯାଇଛି ଟାଇଗର ଶ୍ରଫ (Tiger shroff)  ଓ କ୍ରିତି ସାନନ (kriti sanon) ଷ୍ଟାରର ‘ଗଣପତ’ (Ganpath Teaser) । ରିଲିଜ ହୋଇଥିବା ଟିଜରରେ ଟାଇଗର ଶ୍ରଫ ଜବରଦସ୍ତ ଆକ୍ସନ ସିନ୍ କରୁଥିବା ନଜର ଆସିଛନ୍ତି । ଅନ୍ୟପଟେ ଟିଜରରେ ଅମିତାଭ ବଚ୍ଚନଙ୍କ (Amitabh bachchan) ସ୍ୱର ଏହାକୁ ଅଧିକ ଖାସ୍ ବନାଉଛି ।

ସୂଚନା ଅନୁଯାୟୀ, ଆସିଛି ଟାଇଗର ଶ୍ରଫ ଅଭିନୀତ ‘ଗଣପତ’ର (Ganpath) ପ୍ରଥମ ଝଲକ । ଆକ୍ସନ, ଥ୍ରୀଲର ସହ ସସପେନ୍ସରେ ଭରପୂର ରହିଛି ‘ଗଣପତ’ର ଏହି ପ୍ରଥମ ଟିଜର । ଫିଲ୍ମଟିରେ ଟାଇଗର ଶ୍ରଫଙ୍କ ସହ କ୍ରିତି ସାନନ ମୁଖ୍ୟ ଭୂମିକାରେ ନଜର ଆସିବେ । ବିକାଶ ବହେଲଙ୍କ (Vikas Bahl) ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଅକ୍ଟୋବର ୨୦ ତାରିଖରେ ରିଲିଜ ହେବ । ୨୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ଦଶହରା ବଜାରରେ ଭଲ ବ୍ୟବସାୟ କରିବ ବୋଲି ଆଶା କରିଛନ୍ତି ଏହାର ମେକର୍ସ । ଟିଜର୍‌ର ଆରମ୍ଭରୁ ଏହା ପ୍ରାୟ ୫୦ ବର୍ଷ ପରର ଏକ କାହାଣୀ ବୋଲି ମନେ ହେଉଛି । ଏଥିରେ ହା‍ଇଟେକ୍ ବିଲ୍ଡିଂ ସବୁ ଦେଖିବାକୁ ମିଳୁଛି।  ଖାଲି ଏତିକି, ନୁହେଁ ଟିଜରରେ ରୋବଟ୍ ଫାଇଟର୍‌ମାନେ ମଧ୍ୟ ନଜର ଆସିଛନ୍ତି । ତେବେ ଏଥିରୁ ଫିଲ୍ମରେ ଜବରଦସ୍ତ ଆକ୍ସନ ସିନ୍ ଥିବା ଅନୁମାନ କରାଯାଉଛି ।

 

ପ୍ରକାଶ ଥାଉ କି, ବିକାଶ ବହଲ ଏହା ନିର୍ଦ୍ଦେଶନା ଦେଇଥିବା ବେଳେ ପୂଜା ଏଣ୍ଟର୍‌ଟେନ୍‌ମେଣ୍ଟ୍‌ (Pooja Entertainment) ଓ ଜ୍ୟାକି ଭଗନାନୀଙ୍କ (Jackky Bhagnani) ଦ୍ୱାରା ଏହି ଫିଲ୍ମଟି ନିର୍ମାଣ କରିଛନ୍ତି । ତେବେ ଫିଲ୍ମକୁ ନେଇ ଜ୍ୟାକି ଭଗନାନୀ କହିଛନ୍ତି, ‘ଆମେ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ। ‘ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ’କୁ ଏକ ନିଆରା ଦୃଷ୍ଟିକୋଣରେ ତିଆରି କରାଯାଇଛି। ଏହା ଦର୍ଶକଙ୍କୁ ଅନେକ ସରପ୍ରାଇଜ୍ ଦେବ।‘

Also Read-Anushka Sharma: ଶୁବଶୀଘ୍ର ଗୁଡ଼ ନ୍ୟୁଜ ଦେବେ ବିରୁଷ୍କା! ସାମ୍ନାକୁ ଆସିଲା...

Also Read- HBD Hrushikesh Mukharjee: ୨୫ ବର୍ଷ ପୂର୍ବେ ରିଲିଜ ହୋଇଥିଲା ଶେଷ ଚଳଚ୍ଚିତ୍ର, ରୋଜଗାର କରିଥିଲା ଏତିକି କୋଟି