Anushka Sharma: ଶୁବଶୀଘ୍ର ଗୁଡ଼ ନ୍ୟୁଜ ଦେବେ ବିରୁଷ୍କା! ସାମ୍ନାକୁ ଆସିଲା...
Advertisement
Article Detail0/zeeodisha/odisha1894238

Anushka Sharma: ଶୁବଶୀଘ୍ର ଗୁଡ଼ ନ୍ୟୁଜ ଦେବେ ବିରୁଷ୍କା! ସାମ୍ନାକୁ ଆସିଲା...

Anushka Sharma Pregnant: କୁହାଯାଉଛି ଯେ, ଖୁବଶୀଘ୍ର ଏହି ଦମ୍ପତିଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଆଜ୍ଞା ହିଁ, ବିରାଟ ଓ ଅନୁଷ୍କା ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।

ସୌ(ସୋସିଆଲ ମିଡିଆ)

Anushka Sharma Pregnant: ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) ଓ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ (virat kohli) ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ, ଖୁବଶୀଘ୍ର ଏହି ଦମ୍ପତିଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଆଜ୍ଞା ହିଁ, ବିରାଟ ଓ ଅନୁଷ୍କା ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।

ଦ୍ୱିତୀୟ ଥର ପାଇଁ ମାଆ ହେବେ ଅନୁଷ୍କା ଶର୍ମା

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି (Anushka Sharma Pregnant)। ରିପୋର୍ଟ ଅନୁଯାୟୀ, ଏହି ଷ୍ଚାର ଦମ୍ପତି ଖୁବଶୀଘ୍ର ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ବିରାଟ ଓ ଅନୁଷ୍କା ଏନେଇ ମୁହଁ ଖୋଲିନାହାଁନ୍ତି । ସୂଚନାନୁସାରେ, କିଛି ଦିନ ପୂର୍ବେ ଅନୁଷ୍କା ଓ ବିରାଟଙ୍କୁ ମାଟିନିଟି ହସ୍ପିଟାଲ (Maternity Clinic) ବାହାରେ ସ୍ପଟ୍ କରାଯାଇଥିଲା । ତେବେ ଉଭୟେ ଏହି ଫଟୋ ଲିକ୍ ନକରିବାକୁ ଅନୁରୋଧ କରିବା ସହ ଖୁବଶୀଘ୍ର ସେମାନେ ଗୁଡ଼ ନ୍ୟୁଜ ଦେବେ ବୋଲି କହିଛନ୍ତି। ଏହି କାରଣରୁ ଅନୁଷ୍କା ଦୀର୍ଘ ଦିନ ଧରି ଲାଇମଲାଇଟରୁ ଦୂରେଇ ରହିଛନ୍ତି । ଏମିତି କି, ବିରାଟ ଓ ଅନୁଷ୍କା ଅମ୍ବାନୀଙ୍କ ଗଣେଶ ଚତୁର୍ଥୀ ପାର୍ଟିରେ ମଧ୍ଯ ଯୋଗ ଦେଇନଥିଲେ ।

 

 
 
 
 

 
 
 
 
 
 
 
 
 
 
 

A post shared by AnushkaSharma1588 (@anushkasharma)

ପ୍ରକାଶ ଥାଉ କି, ବିରାଟ ଓ ଅନୁଷ୍କା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ସିକ୍ରେଟ୍ ରଖିବାକୁ ପସନ୍ଦ କରନ୍ତି । ଅନେକ ଥର ଅଭିନେତ୍ରୀ ନିଜ ଝିଅର ଫଟୋ ଉଠାଇବା ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉପରେ ବର୍ଷିଥିବା ମଧ୍ଯ ଦେଖିବାକୁ ମିଳିଛି । ବିରାଟ ଓ ଅନୁଷ୍କାଙ୍କ ଝିଅ ଭାମିକାକୁ ୨ ବର୍ଷ ହୋଇଥିଲେ ମଧ୍ଯ ଉଭୟ ଝିଅର ଚେହେରାକୁ ଲୁଚାଇ ରଖିଛନ୍ତି । ଏକ ସାକ୍ଷାତକାରରେ ବିରାଟ କହିଥିଲେ, ‘ଯେତେ ପର୍ଯ୍ୟନ୍ତ ଭାମିକା (Vamika kohli) ନିଜେ ଲାଇମଲାଇଟ ଓ ଦୁନିଆ ବିଷୟରେ ଅବଗତ ହୋଇନାହାନ୍ତି ସେତେ ଯାଏଁ ଆମେ ଦୁହେଁ ତା’ ଚେହେରା ନ ଦେଖାଇବା ନେଇ ନିଷ୍ପତ୍ତି ନେଉଛୁ’ । ତେବେ ଅନୁଷ୍କା ଖୁବଶୀଘ୍ର 'ଚକଡା ଏକ୍ସପ୍ରେସ'ରେ ନଜର ଆସିବେ ।

​Also Read-Raveena Tandon: 'ଅଭିନେତ୍ରୀଙ୍କ ସହ ରାତି କାଟିବାକୁ ଭଲ ପାଆନ୍ତି ଅକ୍ଷୟ'

​Also Read- HBD Hrushikesh Mukharjee: ୨୫ ବର୍ଷ ପୂର୍ବେ ରିଲିଜ ହୋଇଥିଲା ଶେଷ ଚଳଚ୍ଚିତ୍ର, ରୋଜଗାର କରିଥିଲା ଏତିକି କୋଟି