Ayushmann Khurrana birthday, ଜାଣନ୍ତୁ ଅଭିନେତାଙ୍କ ସଂଘର୍ସମୟ କାହାଣୀ
Advertisement
Article Detail0/zeeodisha/odisha1351117

Ayushmann Khurrana birthday, ଜାଣନ୍ତୁ ଅଭିନେତାଙ୍କ ସଂଘର୍ସମୟ କାହାଣୀ

Ayushmann Khurrana : ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା (Ayushmann Khurrana)। ଏକାଧାରରେ ଜଣେ ଅଭିନେତା, କଣ୍ଠଶିଳ୍ପୀ ଓ ଟେଲିଭିଜନ ହୋଷ୍ଟ(television host) ଭାବରେ ବେଶ ପରିଚିତ ।

ସୌଜନ୍ୟ : ସୋସିଆଲ ମିଡିଆ

Ayushmann Khurrana : ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା (Ayushmann Khurrana)। ଏକାଧାରରେ ଜଣେ ଅଭିନେତା, କଣ୍ଠଶିଳ୍ପୀ ଓ ଟେଲିଭିଜନ ହୋଷ୍ଟ(television host) ଭାବରେ ବେଶ ପରିଚିତ । ଆଜି ତାଙ୍କର ଜନ୍ମଦିନ ।  ଆଜି ସେ ୩୯ ବର୍ଷରେ ପାଦ ଥାପିଲେ। ତାଙ୍କର ଜନ୍ମଦିନ ଅବସରରେ ବହୁ ଅଭିନେତା ଓ ପ୍ରଂଶସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି। ନିଜ ପତ୍ନୀଙ୍କ ସହ କେକ୍ କାଟୁ ଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯେଉଁଥିରେ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ଆସିଛି।  ୧୯୮୪ ମସିହା ଚଣ୍ତିଗଡରେ ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ।  ତାଙ୍କର ପିଲାଦିନ ନାଁ ଥିଲା ନିଶାନ୍ତ ଖୁରାନା (Nishant Khurrana) । ହେଲେ ତାଙ୍କୁ ଯେତେବେଳେ 3 ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ପିତାମାତା ପୁଅର ନାଁ ପରିବର୍ତ୍ତନ କରି ଆୟୁଷ୍ମାନ ଖୁରାନା ରଖିଥିଲେ। 

ସେ ନିଜ ପାଠପଢା ସେଣ୍ଟ ଜନ୍ସ ହାଇସ୍କୁଲରେ  ( St. John's High School) କରିଥିଲେ । ପରେ ଡିଏଭି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ ଇଙ୍ଗଲିସ ଲିଟରେଚର( English literature ) ରେ ମଧ୍ୟ ପାଠ ପାଣିତ୍ୟ ଅର୍ଜନ କରିଛନ୍ତି । ସେ ପଞ୍ଜାବ ୟୁନିଭରସିଟିରେ ମାସ କମ୍ୟୁନିକେସନ (Mass Communication) ରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି।  ପାଠପଢା ସମୟରେ ସେ ସିମଲାରେ ଥିବା ଗାଇଟି ଥିଏଟର (Gaiety Theatre, Shimla )ରେ ଏକାଧିକ ନାଟକ ମଧ୍ୟ କରିଥିଲେ। ସେବେଠାରୁ ତାଙ୍କର ଅଭିନୟ ଜଗତ ପ୍ରତି ଆଗ୍ରହ ବଢିଥିଲା ।  ମାସ କମ୍ୟୁନିକେସନରେ ସେ ଡିଗ୍ରୀ ହାସଲ କରିବା ପରେ ସେ ନୂଆଦିଲ୍ଲୀର ରେଡିଓ ଷ୍ଟେସନରେ ପ୍ରଥମ ଚାକିରୀ ପାଇଥିଲେ। ପରେ କେତେକ ରିଏଲିଟି ସୋରେ ଉପସ୍ଥାପକ(host) ଭାବେ ମଧ୍ୟ କାମ କରିଥିଲେ। 

ଏହାବି ପଢନ୍ତୁ :Urvashi Rautela Viral Video: ଋଷଭ ପନ୍ତଙ୍କୁ ହାତ ଯୋଡ଼ି ଭୁଲ ମାଗିଲେ ଉର୍ବଶୀ ରୌତେଲା

୨୦୧୨ ଏପ୍ରିଲ ୨୦ରେ ସୁଜିତ ସରକାରଙ୍କ  ନିର୍ଦ୍ଦେଶିତ ଫିଲ୍ମ ଭିକି ଡୋନର (Vicky Donor)ରେ ଆୟୁଷ୍ମାନ ଡେବ୍ୟୁ କରିଥିଲେ। ଯେଉଁଥିରେ ତାଙ୍କ କୋଷ୍ଟାର ଥିଲେ ଅନୁ କପୁର ଓ ୟାମି ଗୌତମ । ସେ ମୁଭିରେ ଥିବା ଏକ ଗୀତକୁ ଆୟୁଷ୍ମାନ ଲେଖିବା ସହ କମୋଜ୍ ମଧ୍ୟ କରିଥିଲେ । ଗୀତଟି ଥିଲା ପାନି ଦା ରଙ୍ଗ  "Pani Da Rang"। ଫିଲ୍ମଟି ବକ୍ସ ଅଫିସରେ ହିଟ କରିବା ସହିତ ୬୬ .୩୨ କୋଟି ଟଙ୍କା ବ୍ୟବସାୟ କରିଥିଲା। ଫିଲ୍ମର ବଜେଟ ଥିଲା ୧୫ କୋଟି । ପରେ ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ। ୨୦୧୩ରେ ନୈଟଙ୍କି ଶାଲା (Nautanki Saala) , ୨୦୧୪ରେ ବେଓ୍ବକୁଫିୟାନ୍(Bewakoofiyaan), ୨୦୧୫ରେ ହାଓ୍ବାଇଜାଦା (Hawaizaada) ଓ ଦମ୍ ଲଗାଇକେ ହାଇଁସା ଭଳି ଏକାଧିକା ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ଆୟୁଷ୍ମାନ। ଏହାସହ ଆୟୁଷ୍ମାନଙ୍କ ହାତରେ ଏବେବି ବହୁତ ବଡ ପ୍ରଜୋକ୍ଚ ମଧ୍ୟ ରହିଛି।  ନିଜର ଦମଦାର ଅଭିନୟ ପାଇଁ ସେ ଫିଲ୍ମଫେୟାର ଆଓ୍ବାର୍ଡରେ ମଧ୍ୟ ବଷ୍ଟ ଆକ୍ଟର ଭାବରେ ସମ୍ମାନୀତ ହୋଉଛନ୍ତି ( Filmfare Award for Best Actor ) । ଆୟୁଷ୍ମାନ ଦିର୍ଘଦିନ ଧରି ଡେଟ କରୁଥିବା ନିଜ ଗାର୍ଲଫେଣ୍ତ  ତାହିରା କଶ୍ୟପ(Tahira Kashyap ) ଙ୍କୁ  ୨୦୧୧ରେ ବିବାହ କରିଥିଲେ। ଏବେ ଏ କପୁଲଙ୍କର ୨ଟି ସନ୍ତାନ ରହିଛି ।