Bollywood : Brahmastra 2 ରେ ନଜର ଆସିବେ ଆର୍ଯ୍ୟନ ଖାନ୍ !
Advertisement
Article Detail0/zeeodisha/odisha1378306

Bollywood : Brahmastra 2 ରେ ନଜର ଆସିବେ ଆର୍ଯ୍ୟନ ଖାନ୍ !

ବିଟାଉନରେ ବଡ ଚର୍ଚ୍ଚା। ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ବିଲିଉଡରେ କରିବେ ଏଣ୍ଟ୍ରି  !

ସୌଜନ୍ୟ : ସୋସିଆଲ ମିଡିଆ

Aryan Khan : ବିଟାଉନରେ ବଡ ଚର୍ଚ୍ଚା। ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ବିଲିଉଡରେ କରିବେ ଏଣ୍ଟ୍ରି  ! ଏ ଖବରଟି କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇନି । ହେଲେ ଆର୍ଯ୍ୟାନ୍ ଖାନ୍ ଙ୍କ ଏଭଳି କିଛି ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେଉଛି । ଯେଉଁଥିରେ ଶାହାରୁଖ୍‌ଙ୍କ ପୁଅ ବ୍ରହ୍ମାସ୍ତ୍ର ପାର୍ଟ-୨ର ପୋଷ୍ଟରରେ ବାନାରସ୍ତ୍ର ରୂପରେ ନଜର ଆସିଛନ୍ତି। ଆର୍ଯ୍ୟନଙ୍କ ଏହି ରୂପ ଦେଖି ଫ୍ୟାନ୍ସ ମାନେ ଖୁସି ହୋଇଯାଇଥିଲେ । ତେବେ, ଏଠାରେ ପ୍ରଶ୍ନ ଉଠୁଛି କି ଏହି ପୋଷ୍ଟର ଅଲସି ନା ନକଲି । କହିବାକୁ ଗଲେ ଏହି ପୋଷ୍ଟର ଆର୍ଯ୍ୟନଙ୍କ ଫ୍ୟାନ୍ସ ପ୍ରସ୍ତୁତ କରିଛନ୍ତି। ଫ୍ୟାନ୍ସ କହିଛନ୍ତି କି ଯଦି ଶାହାରୁଖଙ୍କ ପରେ କାହାକୁ ବାନରଅସ୍ତ୍ରରେ ଦେଖିବାକୁ ଚାହୁଁଛନ୍ତି । ତାହାଲେ ସେ ଶାହାରୁଖଙ୍କ ଛୋଟ ନବାବ୍‌ ଆର୍ଯ୍ୟନଙ୍କୁ। କାହିଁକି ନା ଶାହାରୁଖ୍ କେବଳ ୨୦ ମିନିଟ୍‌ କ୍ୟାମିଓ ରୋଲ ପାଇଁ ପପୁଲାର ହୋଇଯାଇଥିଲେ। ଏବେ ସେ ଶାହାରୁଖଙ୍କ ସ୍ଥାନରେ ଆର୍ଯ୍ୟନ୍‌ଙ୍କୁ ଦେଖିବାକୁ ଚାହୁଁଛନ୍ତି। ବ୍ରହ୍ମାସ୍ତ୍ର ପାର୍ଟ ୧ ବକ୍ସ ଅଫିସରେ ହିଟ୍ କରିଥିବା ବେଳେ ଭଲ ରୋଜଗାର ମଧ୍ୟ କରିଥିଲା ।  ଫ୍ୟାନ୍ସଙ୍କୁ ମଧ୍ୟ କାଫି ପସନ୍ଦ କରିଥିଲା । 

ବ୍ରହ୍ମାସ୍ତ୍ର ପାର୍ଟ ଓ୍ବାନ୍ ରେ ବଲିଉଡ ସୁପରଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ(Amitabh Bachchan),ରଣବୀର କପୁର(Ranbir Kapoor) ,ଆଲିଆ ଭଟ୍ଟ(Alia Bhatt),ମୌନି ରାୟ(Mouni Roy), ନାଗାର୍ଜୁନ ଆଖିନେନି(Nagarjuna), ଶାହାରୁକ ଖାନ୍(Shah Rukh Khan) , ସୌରଭ ଗୁରଜର(Saurav Gurjar) ଓ ଦିବ୍ୟେନ୍ଦୁ (Divyenndu) ଅଭିନୟ କରିଛନ୍ତି । ଫିଲ୍ମଟିର ଲେଖକ ଓ ନିର୍ଦ୍ଦେଶନ ହେଉଛନ୍ତି ଆୟନ ମୁଖେର୍ଜି (Ayan Mukerji)। ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି କରଣ ଯୋହର(Karan Johar) ,ଅପୂର୍ବ ମେହେଟ୍ଟା(Apoorva Mehta), ନମିତ ମଲହୋତ୍ରା(Namit Malhotra), ରଣବୀର କପୁର(Ranbir Kapoor), ମର୍ଜିକ ଡିସୋଜା(Marijke Desouza) ଓ ଆୟନ ମୁଖେର୍ଜି (Ayan Mukerji) । ଫିଲ୍ମର ବଜେଟ ରହିଛି ୪୧୦ କୋଟି। 

ଏହାବି ପଢନ୍ତୁ : Vikram Vedha Box Office Collection Day 2: ଦ୍ବିତୀୟ ଦିନରେ ଏତିକି କୋଟି ରୋଜଗାର କଲା ବିକ୍ରମ ବେଧା

ଚଳିତ ବର୍ଷ ବଲିଉଡରେ ଗାଙ୍ଗୁବାଇ କାଥିଆୱାଡି (Gangubai Kathiawadi), ଭୁଲଭୁଲେୟା2 (Bhool Bhulaiyaa 2),  ଦ' କାଶ୍ମୀର ଫାଇଲ(The Kashmir Files)କୁ ଛାଡି ଦେଲେ ଅନ୍ୟ କୌଣସି ମୁଭି ବକ୍ସ ଅଫିସରେ ଆଶାତିତ ସଫଳତା ଦେଇ ନାହିଁ। ତେବେ ଏ ଫିଲ୍ମଟି ବୁଲଗେରିଆ (Bulgaria), ଲଣ୍ଡନ (London) , ନ୍ୟୁୟର୍କ(New York) , ଏଡିନବର୍ଗ(Edinburgh) , ଥାଇଲ୍ୟାଣ୍ଡ(Thailand), ମନାଲି (Manali), ମୁମ୍ବାଇ (Mumbai)ଏବଂ ବାରାଣାସୀ (Varanasi) ରେ ସୁଟିଂ ହୋଇଛି। କୋଭିଡ ମହାମାରୀ (COVID19) ହେତୁ ଫିଲ୍ମର ପ୍ରଡକ୍ସନ୍ ଏବଂ ରିଲିଜ୍ ଡେଟ  ବିଳମ୍ବ ହୋଇଥିଲା। ଜୁଲାଇ ୨୦୧୪ ରେ ବ୍ରହ୍ମାସ୍ତ୍ର ଫିଲ୍ମଟି ଘୋଷଣା କରାଯାଇଥିଲା । ବହ୍ମାସ୍ତ୍ର  (Brahmastra:Part One – Shiva) ଫିଲ୍ମର ଫଟୋଗ୍ରାଫି ଫେବୃଆରୀ ୨୦୧୮ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ଚାଲିଥିଲା। କୋଭିଡ ମହାମାରୀ (COVID19) ହେତୁ ଫିଲ୍ମର ପ୍ରଡକ୍ସନ୍ ଏବଂ ରିଲିଜ୍ ଡେଟ ବିଳମ୍ବ ହୋଇଥିଲା।  ଶେଷରେ ୨୦୨୨,ସେପ୍ଚେମ୍ବର ୯ରେ ମୁକ୍ତି ଲାଭ କରିଛି ଏ ଫିଲ୍ମ ।