Sara Ali Khan: କେଦାରନାଥ ଧାମରେ ସାରା ଅଲି ଖାନ୍
Advertisement

Sara Ali Khan: କେଦାରନାଥ ଧାମରେ ସାରା ଅଲି ଖାନ୍

Sara Ali Khan: କେଦାରନାଥ ଯାତ୍ରାରେ ସାମିଲ୍ ହୋଇ ଭକ୍ତି ଭାବନାର ସହିତ ଭିଡିଓ ସେୟାର କରିଛନ୍ତି  ସାରା ଅଲି ଖାନ । ପ୍ରଶଂସକମାନେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆପଣ ମତେ ସୁଶାନ୍ତ ସିଂ ରାଜପୁତଙ୍କ କଥା ମନେ ପକାଉଛନ୍ତି ।

Sara Ali Khan: କେଦାରନାଥ ଧାମରେ ସାରା ଅଲି ଖାନ୍

Sara Ali Khan: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ନେଇ କେବଳ ଯେ ବଲିଉଡ (Bollywood)ରେ ଚର୍ଚ୍ଚା ତାହା ନୁହେଁ ସୋସିଆଲ ମିଡିଆରେ ମଧ୍ୟ ସାରା ଅଲି ଖାନଙ୍କୁ ନେଇ ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳୁଛି । ବର୍ତ୍ତମାନ ସାରା ଅଲି ଖାନଙ୍କର ଏକ ନୂଆ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ କେଦାରନାଥ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି । ନିଜେ ସାରା ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ କେଦାରନାଥ ଯାତ୍ରାର ସମୟର ଅନେକ ଦୃଶ୍ୟ ରହିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସାରା ଜଳପ୍ରପାତର ଥଣ୍ଡା ପାଣିରେ ମୁହଁ ଧୋଇଛନ୍ତି । ବେଳେବେଳେ ଶୀତରୁ ନିଜକୁ ରକ୍ଷା କରିବା ପାଇଁ ହାତ ଗରମ କରୁଛନ୍ତି ।

ସାରଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ଅନେକ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଉପଭୋକ୍ତା (social media users)ମାନେ ଏହି ଭିଡିଓ ଉପରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ତୁମେ ମୋତେ ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଦେଇଛ । ସେହିପରି ଅନ୍ୟ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ସାରାଙ୍କୁ ଯେତେ ଟ୍ରୋଲ କଲେ ମଧ୍ୟ ତାଙ୍କ ମନର ଭକ୍ତି ଭାବକୁ ପ୍ରଭାବିତ କରିହେବ ନାହିଁ । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ଏହି ଗୀତ ମୋତେ ସବୁବେଳେ ସାରା ଏବଂ ସୁଶାନ୍ତଙ୍କ ଫିଲ୍ମକୁ ମନେ ପକାଇଥାଏ । ଅମୃତା ସିଂଙ୍କୁ ପ୍ରଶଂସା କରି ଜଣେ ପ୍ରଶଂସକ ଲେଖିଛନ୍ତି ଯେ ସାରା ଜଣେ ସମ୍ପୂର୍ଣ୍ଣ ଭାରତୀୟ ଝିଅ ଯିଏ ତାଙ୍କ ମା’ଙ୍କଠାରୁ ଭଲ ଆଦର୍ଶ ପାଇଛନ୍ତି । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ସାରା ହେଉଛନ୍ତି ବଲିଉଡରେ ଏକମାତ୍ର ଝିଅ ଯିଏ ଭଗବାନଙ୍କ ଦର୍ଶନ ପାଇଁ ଅଧିକାଂଶ ସମୟରେ ମନ୍ଦିରକୁ ଯାଆନ୍ତି । ଆଉ କିଛି କଳାକାର କେବଳ ସୋସିଆଲ ମିଡିଆରେ ଲୋକଙ୍କୁ ଦେଖାଇବା ପରି ଫଟୋ ପୋଷ୍ଟ କରନ୍ତି ।

Post- 

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସାରାଙ୍କର ପ୍ରଥମ ଚଳଚ୍ଚିତ୍ର ବାବା କେଦାରନାଥଙ୍କ ଧାମରେ ସୁଟିଂ ହୋଇଥିଲା । ସାରାଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇଛନ୍ତି । ସାରା ପ୍ରଥମ ଚଳଚ୍ଚିତ୍ର ମାଧ୍ୟମରେ ୨୦୧୮ ମସିହାରେ ସୁଶାନ୍ତଙ୍କ ସହ ଡେବ୍ୟୁ କରିଥିଲେ। ସୁଶାନ୍ତ ତାଙ୍କର ପ୍ରଥମ କୋ-ଷ୍ଟାର ଥିଲେ। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ବହୁତ ପ୍ରଶଂସା କରାଯାଇଥିଲା। ଏପରିକି କେବଳ ରିଲ୍ ନୁହେଁ ରିଅଲ୍ ଲାଇଫରେ ମଧ୍ୟ ସେମାନଙ୍କର ଡେଟିଂ ବିଷୟରେ ଖବର ଆସିଥିଲା ​​। କିନ୍ତୁ ୨୦୨୦ ମସିହା ଜୁନରେ ସୁଶାନ୍ତଙ୍କର ଦେହାନ୍ତ ହୋଇଥିଲା । ଯେଉଁଥିପାଇଁ ସାରାଙ୍କୁ ମଧ୍ୟ ଏକ ବଡ଼ ଝଟକା ଲାଗିଥିଲା ​​। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ସାରା ଖୁବ୍ ଭାଙ୍ଗିପଡିଥିଲେ ।

Also Read- Vande Bharat Accident: ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣାରେ ମାଆ ଏବଂ ଦୁଇ ଝିଅଙ୍କର ମୃତ୍ୟୁ

Also Read- IAS Chai Wala: ପରିବା ଓ ଫଳରେ ଚା’ ବନେଇଲେ ଯୁବକ, ଲୋକେ କହିଲେ...