IAS Chai Wala: ପରିବା ଓ ଫଳରେ ଚା’ ବନେଇଲେ ଯୁବକ, ଲୋକେ କହିଲେ...
Advertisement
Article Detail0/zeeodisha/odisha1933166

IAS Chai Wala: ପରିବା ଓ ଫଳରେ ଚା’ ବନେଇଲେ ଯୁବକ, ଲୋକେ କହିଲେ...

IAS Chai Wala: ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ଚର୍ଚ୍ଚା ଆଲୋଚନା ଆରମ୍ଭ କରିଦେଇଛନ୍ତି । ଜଣେ ବ୍ୟକ୍ତି ଏଥିରେ କଦଳୀ ଏବଂ ସପେଟା ମିଶାଇ ଚା ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

IAS Chai Wala: ପରିବା ଓ ଫଳରେ ଚା’ ବନେଇଲେ ଯୁବକ, ଲୋକେ କହିଲେ...

IAS Chai Wala: ଚା, ଏହା କେବଳ ଏକ ପାନୀୟ ତାହା ନୁହେଁ ବରଂ ଏଥିରେ ଲୋକଙ୍କ ଭାବନା ରହିଛି । ଅନେକ ଲୋକଙ୍କର ଦିନର ଆରମ୍ଭ ଓ ଶେଷ ଚା ’ ସହିତ ହୋଇଥାଏ । ବେଳେବେଳେ ଚା ମଧ୍ୟ ଏକ ଔଷଧ (medicine) ଭାବରେ କାମ କରେ । ଅର୍ଥାତ୍ ଆପଣ ଚା ପିଇବା ମାତ୍ରେ ସାମାନ୍ୟ ମୁଣ୍ଡବିନ୍ଧା ମଧ୍ୟ ଦୂର ହୁଏ । ଚା ପିଇବା ଦ୍ୱାରା ଅନେକ ବ୍ୟକ୍ତି ଫୁର୍ତ୍ତି ଅନୁଭବ କରିଥାନ୍ତି । କିନ୍ତୁ ବଜାରରେ କିଛି ଲୋକ ଅଛନ୍ତି ଯେଉଁମାନେ ଚା ସହିତ ଖେଳିବାକୁ ପସନ୍ଦ କରନ୍ତି ତଥା ଚାକୁ ନେଇ ନୂଆ ଏକ୍ସପେରିମେଣ୍ଟ କରନ୍ତି । ସେପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ପକାଇଛି । ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ତଥ୍ୟ ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଭିନ୍ନ ଢଙ୍ଗରେ ଚା ’ତିଆରି କରୁଛନ୍ତି । IAS Chaiwala ନାମରେ ପ୍ରସିଦ୍ଧ ଏହି ବ୍ୟକ୍ତି ଚା’ରେ ବନ୍ଧାକୋବି ଏବଂ ସପେଟା ମିଶାଇ ଏହାକୁ ଫୁଟାନ୍ତି । ଗୋଟିଏ କପ୍ ଚା'କୁ ସେ ୨୦୦ ଟଙ୍କାରେ ବିକ୍ରି କରନ୍ତି । ସେହି ବ୍ୟକ୍ତି ଜଣକଙ୍କ କହିବା କଥା ଏହା ଯେ,  ଆପଣ ବଜାରରେ ମସାଲା ଚା, ଅଦା ଚା, ଅଳେଇଚ ଚା ଭଳି ଅନେକ ପ୍ରକାରର ଚା ପିଇଥିବେ ନିଶ୍ଚୟ । କିନ୍ତୁ ମୁଁ ଏକ ନୂଆ ଢଙ୍ଗରେ ଚା ପ୍ରସ୍ତୁତ କରିଛି ଯାହା ଦେଶର କେଉଁ ସ୍ଥାନରେ ମିଳିବ ନାହିଁ ।  ଭିଡିଓରେ ସେ ଆହୁରି କହିଛନ୍ତି, ମୁଁ ଏହି ଚା ’ପାଇଁ ପୁରସ୍କାର ପାଇବା କଥା ଚିନ୍ତା କରୁଛି । କାରଣ ମୁଁ  ଏହି ଚା’କୁ ଆବିଷ୍କାର କରିଛି । ଏହି ଚା' ଆପଣ କେବଳ 'IAS Chaiwala'ଠାରୁ ପାଇପାରିବେ ।

ଭାଇରାଲ୍ ଭିଡିଓ ଦେଖନ୍ତୁ - https://www.instagram.com/3.idiotes/

ଲୋକଙ୍କ ପ୍ରତିକ୍ରିୟା

ଏହି ଭାଇରାଲ୍ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ 3.idiotes ନାମକ ଏକ ପେଜରେ ସେୟାର କରାଯାଇଛି । ଲୋକମାନେ ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ, 'ତୁମେ ନର୍କରେ ମଧ୍ୟ ସ୍ଥାନ ପାଇବ ନାହିଁ।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହା ହେଉଛି ହେରା ଠାକୁରଙ୍କ ପ୍ରସାଦ । ସେହିପରି ଆଉଜଣେ ବ୍ୟକ୍ତି ଲେଖିଛନ୍ତି, ଆପଣ ଯେଉଁ କାମ କରୁଛନ୍ତି ସେଥିପାଇଁ ନର୍କରେ ଆପଣଙ୍କୁ ଗରମ ତେଲ କଡେଇରେ ବ୍ୟବହାର କରାଯିବ ।

Also Read- ୨୮ ଅକ୍ଟୋବରରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିବେ ପିଏମ ମୋଦୀ

Also Read- Asian Para Games 2023: ପ୍ରମୋଦ ଭଗତଙ୍କୁ ୨ କୋଟି ଦେବେ ରାଜ୍ୟ ସରକାର