Actor Vinayakan: ଫିଲ୍ମ Jailerର ଖଳନାୟକ ବିନାୟକନ ଗିରଫ
Advertisement
Article Detail0/zeeodisha/odisha1929846

Actor Vinayakan: ଫିଲ୍ମ Jailerର ଖଳନାୟକ ବିନାୟକନ ଗିରଫ

Actor Vinayakan: ଏକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ପୋଲିସ ଷ୍ଟେସନରେ ପାଟିତୁଣ୍ଡ ଓ ଗଣ୍ଡଗୋଳ କାରଣରୁ ତାଙ୍କୁ ଗିରଫ କରାଯାଇଛି। ତେବେ ମେଡିକାଲ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟ କରାଯିବ ବୋଲି ପୋଲିସ କହିଛି।

 

Actor Vinayakan: ଫିଲ୍ମ Jailerର ଖଳନାୟକ ବିନାୟକନ ଗିରଫ

Actor Vinayakan: ଅଗଷ୍ଟ ୯ରେ ସାରା ଦେଶରେ ରିଲିଜ ହୋଇଥିଲା ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଜେଲର୍ । ବ୍ଲକ ବଷ୍ଟର ହିଟ୍ ସାବ୍ୟସ୍ତ ହୋଇଥିଲା ଏହି ଫିଲ୍ମ। ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଥିଲେ ଅଭିନେତା ବିନାୟକନ । ତାଙ୍କ ଅଭିନୟ ଦେଖି ଫ୍ୟାନ୍ସ ମାନେ ଖୁବ ପ୍ରଂଶସା କରିଥିଲେ। ହେଲେ ଏହି ଅଭିନେତାଙ୍କୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେରଳ ପୋଲିସ ମଙ୍ଗଳବାର ରାତିରେ ତାଙ୍କୁ ନିଶାସକ୍ତ ଅବସ୍ଥାରେ ଧରିଥିଲା। ତାଙ୍କୁ ପୋଲିସ ଷ୍ଟେସନ ଆଣିକି ଆସିବା ପରେ ଅଭିନେତା ବିନାୟକନ ସେଠାରେ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ। ଯାହାଫଳରେ ତାଙ୍କୁ ଗିରଫ କରାଯାଇଛି। 

କଣ ପାଇଁ କରାଯାଇଛି ଗିରଫ
ଅଭିନେତା ବିନାୟକନ (Actor Vinayakan) କଥିତ ଭାବେ ସନ୍ଧ୍ୟା ସମୟ ଏର୍ଣ୍ଣାକୁଲମର ଟାଉନ ନର୍ଥ ପୋଲିସ ଷ୍ଟେସନରେ ହଙ୍ଗାମା କରିଥିଲେ। ନିଜ ଆପାର୍ଟମେଣ୍ଟରେ ବି ଗଣ୍ଡଗୋଳ କାରଣରୁ ତାଙ୍କୁ ପୋଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା। ଏକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ପୋଲିସ ଷ୍ଟେସନରେ ପାଟିତୁଣ୍ଡ ଓ ଗଣ୍ଡଗୋଳ କାରଣରୁ ତାଙ୍କୁ ଗିରଫ କରାଯାଇଛି। ତେବେ ମେଡିକାଲ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟ କରାଯିବ ବୋଲି ପୋଲିସ କହିଛି।

ମହିଳା ଇନସେପେକ୍ଟରଙ୍କ ସହ ଯୁକ୍ତିତର୍କ
କୁହାଯାଉଛି ଯେ, ଅଭିନେତା ବିନାୟକନ ନିଶାସକ୍ତ ଅବସ୍ଥାରେ ପୋଲିସ ଷ୍ଟେସନରେ (Police Station) ପହଞ୍ଚିଥିଲେ। ନିଶାସକ୍ତ ଅବସ୍ଥାରେ ଗାଳିଗୁଲଜ କରିବା ସହ ଗଣ୍ଡଗୋଳ କରିଥିଲେ। ଯାହାଫଳରେ ପୋଲିସରେ ଅନ୍ୟ କାମ ସବୁ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ତାଙ୍କ ନାଁରେ ଏତଲା ରୁଜୁ କରାଯାଇଥିଲା। କହିରଖୁଛୁ ଯେ, ଅଭିନେତା ଓ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ମାମଲାରେ ପୋଲିସ ଷ୍ଟେସନରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମହିଳା ଇନସ୍ପେକ୍ଟରଙ୍କ (Lady Inspector) ଉପସ୍ଥିତିରେ ଦୁଇ ପକ୍ଷଙ୍କ ଶୁଣାଣି ହୋଇଥିଲା। ହେଲେ ଏହି ସମୟରେ ଅଭିନେତା ବିନାୟକନ ଆରୋ ପ୍ରତ୍ୟାରୋପ କରିବାରେ ଲାଗିଥିଲେ, ଯାହାଫଳରେ ମହିଳା ଇନସପେକ୍ଟରଙ୍କ ସହ ଯୁକ୍ତିତର୍କ କରିଥିଲେ ଅଭିନେତା। 

ବହୁ ବାଦବିବାଦରେ ଫସିଛନ୍ତି ବିନାୟକନ
ପୋଲିସ ଷ୍ଟେସନ ପରିସରରେ ପ୍ରବେଶ କରିବା ମାତ୍ରେ ଅଭିନେତା ଧୂମପାନ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ମଧ୍ୟ ଜୋରିମାନା ଲାଗୁ କରାଯାଇଛି ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଷ୍ଟେସନ କର୍ମଚାରୀଙ୍କ ସହ ଯୁକ୍ତିତର୍କ ପରେ ସେ ଅଶାଳୀନ ଭାଷା ବ୍ୟବହାର କରିଥିଲେ ଅଭିନେତା ବିନାୟକନ । ଅଭିନେତା ବିନାୟକନ (Actor Vinayakan) ଅନେକ ବିବାଦରେ ଛନ୍ଦି ହୋଇଛନ୍ତି, ଏହି ବିବାଦ ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ସେ ତାଙ୍କ ମୃତ୍ୟୁ ପରେ ପୂର୍ବତନ ସିଏମ ଓମେନ ଚାଣ୍ଡିଙ୍କ ଉପରେ ସମ୍ବେଦନଶୀଳ ମନ୍ତବ୍ୟ ଦେଇଥିଲେ। 

Also Read: Manoj Mishra Ban: ଓଡ଼ିଆ ଫିଲ୍ମରୁ ୨ ବର୍ଷ ଧରି ମନୋଜ ମିଶ୍ରଙ୍କୁ ବ୍ୟାନ୍...ଜାଣନ୍ତୁ କାରଣ

Also Read: ଅଭିନେତା ହେବାକୁ ଚାହୁଁ ନଥିଲେ ପ୍ରଭାସ, କିନ୍ତୁ ଏହି କାରଣ ପାଇଁ ବନିଗଲେ ଷ୍ଟାର୍