HBD John Abraham: ଏତିକି କୋଟିର ମାଲିକ ଜନ୍, ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି ....
Advertisement

HBD John Abraham: ଏତିକି କୋଟିର ମାଲିକ ଜନ୍, ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି ....

John Abraham: ବଲିଉଡ଼ ଅଭିନେତା ଜନ୍ ଅବ୍ରହାମ (John Abraham)।  ଏକାଧାରରେ ଜଣେ ମଡେଲ, ଅଭିନେତା, ନିର୍ମାତା ଓ ଲେଖକ।  ଆଜି ତାଙ୍କର ଜନ୍ମଦିନ । ସେ ଆଜିକା ଦିନରେ ୧୯୭୨ ମସିହା , ଆଜିକା ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୫୧ ବର୍ଷରେ ସେ ପାଦ ଥାପିଛନ୍ତି। 

HBD John Abraham: ଏତିକି କୋଟିର ମାଲିକ ଜନ୍, ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି ....

John Abraham: ବଲିଉଡ଼ ଅଭିନେତା ଜନ୍ ଅବ୍ରହାମ (John Abraham)।  ଏକାଧାରରେ ଜଣେ ମଡେଲ, ଅଭିନେତା, ନିର୍ମାତା ଓ ଲେଖକ।  ଆଜି ତାଙ୍କର ଜନ୍ମଦିନ । ସେ ଆଜିକା ଦିନରେ ୧୯୭୨ ମସିହା , ଆଜିକା ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୫୧ ବର୍ଷରେ ସେ ପାଦ ଥାପିଛନ୍ତି। ସେ  ୨୦୦୩ ମସିହାରେ ଫିଲ୍ମ 'ଜିସ୍ମ ' (Jism)ରେ ଡେବ୍ୟୁ କରିଥିଲେ। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବିପାସା ବସୁ। ପରେ ସେ ବଲିଉଡକୁ ଏକାଧିକ ହିଟ୍ ଫିଲ୍ମ ଦେଇଛନ୍ତି। ତେବେ, ତାଙ୍କ ଜନ୍ମଦିନ ( John Abraham Birthday) ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା... 

ALSO READ: Salaar Advance Booking: ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲା 'ସଲାର'

ଏମିତି ପାଲଟିଥିଲେ ଷ୍ଟାର୍:

। 
ଅଭିନେତା ଜନ୍ ଆବ୍ରାହମ୍ ଅଭିନୟ ଜଗତକୁ ଆସିବା ପୂର୍ବରୁ  ମଡଲିଂ ଓ ବିଜ୍ଞାପନ ମଧ୍ୟ କରୁଥିଲେ। ଆଉ ଏହାରି ଭିତରେ ତାଙ୍କୁ ଏକ ମ୍ୟୁଜିକ୍ ଭିଡି଼ଓର ଅଫର ମିଳିଥିଲା। ପରେ ମ୍ୟୁଜିକ୍ ଭିଡିଓ କରିବା ସମୟରେ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ନଜର ତାଙ୍କ ଉପରେ ପଡିଥିଲେ। ଆଉ ଏହି ସମୟରେ ନିର୍ଦ୍ଦେଶକ ତାଙ୍କ ଫିଲ୍ମ 'ଜିସ୍ମ ' (Jism)ପାଇଁ ନୂଆ ଚେହେରା ଖୋଜୁଥିଲେ। ଜନଙ୍କ ଫିଟନେସ୍ ଓ ଆକ୍ଟିଂ ରେ ପ୍ରଭାବିତ ହୋଇଥିଲେ ନିର୍ଦ୍ଦେଶକ । ଆଉ ତାଙ୍କୁ ଫିଲ୍ମରେ କାମ କରିବା ପାଇଁ ପ୍ରଥମ ସୁଯୋଗ ଦେଇଥିଲେ ନିର୍ଦ୍ଦେଶକ। ପରେ ଫିଲ୍ମ 'ଜିସ୍ମ ' (Jism)ରେ ଡେବ୍ୟୁ କରିଥିଲେ ଜନ୍। ଫିଲ୍ମରେ ଜନଙ୍କ ଦମଦାର୍ ଅଭିନୟ ଦର୍ଶକଙ୍କ ମନ କିଣିଥିଲା। ଆଉ ସେହି ଫିଲ୍ମରୁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଜନ୍। ଜନ୍ ବର୍ତ୍ତମାନ ୪୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଥିବା ବେଳେ ୭ଟି ଫିଲ୍ମର ନିର୍ମାତା ଭାବେ କାର୍ଯ୍ୟ କରିଛନ୍ତି। ଏହାସହ ସେ ଏକାଧିକ ରେଷ୍ଟୁରାଷ୍ଟ  ଓ ଜିମ୍ ର ମାଲିକ୍ ।

 

ମୋଟ୍ ସମ୍ପତ୍ତିର ମୂଲ୍ୟ କେତେ :
ଯଦି ଆମେ ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ କଥା କହିବା। ଜନଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ ୨୫୧ କୋଟି  ଅଟେ । ମାସିକ ସେ  ୧.୩ କୋଟି ରୋଜଗାର କରନ୍ତି । ଏବଂ ବାର୍ଷିକ ୧୫.୫ କୋଟି। ଏବଂ ଗୋଟିଏ  ଫିଲ୍ମ ପାଇଁ ୬ରୁ ୭ କୋଟି  ଚାର୍ଜ କରନ୍ତି।