ଇଦରେ ଧମାଲ କରିବେ ଟାଇଗର, ନୱାଜଉଦ୍ଦିନଙ୍କ ଭିନ୍ନ ଅବତାର
Advertisement
Article Detail0/zeeodisha/odisha1128761

ଇଦରେ ଧମାଲ କରିବେ ଟାଇଗର, ନୱାଜଉଦ୍ଦିନଙ୍କ ଭିନ୍ନ ଅବତାର

ଟ୍ରେଲରରେ ଟାଇଗର ଶ୍ରଫଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି। ଏହି ଟ୍ରେଲରରେ ଟାଇଗର ଶ୍ରଫ୍ ଧମାକାଦାର ଆକ୍ସନ କରୁଥିବାର ଦେଖିବାକୁ ମିଳିଛି  । ୩ମିନିଟ୍ ୩୮ସେକେଣ୍ଡର ଏହି ଟ୍ରେଲରରେ ପ୍ରଥମେ ନୱାଜୁଦ୍ଦିନ ସିଦ୍ଦିକ (  Nawazuddin Sidiqui ) ଙ୍କୁ ଦେଖିବାକୁ ମିଳିଛି  ।

ଇଦରେ ଧମାଲ କରିବେ ଟାଇଗର, ନୱାଜଉଦ୍ଦିନଙ୍କ ଭିନ୍ନ ଅବତାର

ନୂଆଦିଲ୍ଲୀ: ଟାଇଗର ଶ୍ରଫ୍ ଚଳଚ୍ଚିତ୍ର ଜଗତରେ ଏକ ଆକ୍ସନ୍ ହିରୋ ଭାବରେ ମାନ୍ୟତା ପାଇଛନ୍ତି । ଆଉ ଏହି ଆକ୍ସନ ହିରୋ ଇଦ୍ ରେ ଦର୍ଶକଙ୍କୁ ଆକ୍ସନରେ ଭରପୁର ଫିଲ୍ମର ଉପହାର ଭେଟି ଦେବାକୁ ଯାଉଛନ୍ତି । ଚଳିତବର୍ଷ ଏପ୍ରିଲ ୨୯ରେ ରିଲିଜ ହେବ ଟାଇଗର ଶ୍ରଫ୍ ଙ୍କ ଫିଲ୍ମ ହିରୋପନ୍ତି-୨।  
ହିରୋପନ୍ତି-୨ ର ଟ୍ରେଲର ରିଲିଜ ହୋଇଛି  । ଆକ୍ସନରେ ଭରପୁର ଏହି ଟ୍ରେଲରକୁ ଦର୍ଶକ ବି ପସନ୍ଦ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ ନାଦିଆଦୱାଲା । ଏହି ଫିଲ୍ମରେ ନଜର ଆସିବେ ହିରୋଇନ ତାରା ସୁତାରିୟା । ଟାଇଗର ଶ୍ରଫ ପୁଣି ଥରେ ଫିଲ୍ମ 'ହିରୋପନ୍ତି ୨'ରେ ବବଲୁ ଭୂମିକାରେ ଧମାଲ କରିବାକୁ ଆସୁଛନ୍ତି ।  

ଟ୍ରେଲରରେ ଟାଇଗର ଶ୍ରଫଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି। ଏହି ଟ୍ରେଲରରେ ଟାଇଗର ଶ୍ରଫ୍ ଧମାକାଦାର ଆକ୍ସନ କରୁଥିବାର ଦେଖିବାକୁ ମିଳିଛି  । ୩ମିନିଟ୍ ୩୮ସେକେଣ୍ଡର ଏହି ଟ୍ରେଲରରେ ପ୍ରଥମେ ନୱାଜୁଦ୍ଦିନ ସିଦ୍ଦିକ (  Nawazuddin Sidiqui ) ଙ୍କୁ ଦେଖିବାକୁ ମିଳିଛି  । ନୱାଜୁଦ୍ଦିନ ଏଥିରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ନାମ ଏହି ଫିଲ୍ମରେ ଲୈଲା ରହିଛି । ସାଇବର କ୍ରାଇମ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ। ଡ୍ରାମା , କମେଡି ଆକ୍ସନ ଭରପୁର ଫିଲ୍ମ ହିରୋପନ୍ତିର ଏହା ରିମେକ୍।

ଏହି ଫିଲ୍ମ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତର ସହ ଅପେକ୍ଷା କରିଛନ୍ତି । ଫିଲ୍ମରେ ଟାଇଗର ବବଲୁ ଭୂମିକାରେ ନଜର ଆସିବେ ଆଉ ତାରା ଇନାୟା ଭୂମିକାରେ ନଜର ଆସିବେ । ଫିଲ୍ମର ଟ୍ରେଲରରେ ଖଳନାୟକ ଲୈଲା ମାନେ ନୱାଜୁଦ୍ଦିନ ସିଦ୍ଦିକ ଲୋକଙ୍କୁ ଛୁରୀ ଭୁସୁଥିବାର ନଜର ଆସିଛନ୍ତି ।ଏପରିକି ସେ ଲିପଷ୍ଟିକ ଆଉ ନେଲପଲିସ ଲଗାଉଥିବାର ନଜର ଆସିଛନ୍ତି । ନୱାଜୁଦ୍ଦିନ ପୂର୍ବରୁ  ଟାଇଗର ଶ୍ରଫଙ୍କ ସହ କାମ କରିସାରିଛନ୍ତି । ମୁନା ମାଇକେଲ ଫିଲ୍ମରେ ଉଭୟ କାମ କରିଥିଲେ । ତାରା ସୁତାରିୟା ( Tara Sutariya ) ଙ୍କ ସହ ଟାଇଗର ଷ୍ଟୁଡେଣ୍ଟ ଅଫ୍ ଦ ଇୟର ଫିଲ୍ମରେ କାମ କରିଥିଲେ ।

Also Read: Asia Cup 2022: ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକ୍, ୨୭ ଅଗଷ୍ଟରୁ ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟ

Also Read: ପାଞ୍ଚ ହଜାର ଘଣ୍ଟାର ଅନୁସନ୍ଧାନ, ୭୦୦ ପୀଡିତଙ୍କ ସହ ସାକ୍ଷାତକାର