ସବାଙ୍କ ପ୍ରଶଂସା କଲେ ହ୍ରିତିକ ...ସୋସିଆଲ ମିଡିଆରେ ସବା-ହ୍ରିତିକଙ୍କ ପ୍ରେମ..କହିଲେ ତୁମେ ସବୁଠୁ ଭଲ ଅଭିନେତ୍ରୀ
Advertisement
Article Detail0/zeeodisha/odisha1161495

ସବାଙ୍କ ପ୍ରଶଂସା କଲେ ହ୍ରିତିକ ...ସୋସିଆଲ ମିଡିଆରେ ସବା-ହ୍ରିତିକଙ୍କ ପ୍ରେମ..କହିଲେ ତୁମେ ସବୁଠୁ ଭଲ ଅଭିନେତ୍ରୀ

ଖୁବଶୀଘ୍ର ବିବାହ କରିପାରନ୍ତି ହ୍ରିତିକ-ସବା !  ଭାଇରାଲ ହେଉଛି ହ୍ରିତିକଙ୍କ ପୋଷ୍ଟ ..ସବାଙ୍କ ଉପରେ ଫିଦା ହ୍ୟାଣ୍ଡସମ ହଙ୍କ୍

ସବାଙ୍କ ପ୍ରଶଂସା କଲେ ହ୍ରିତିକ ...ସୋସିଆଲ ମିଡିଆରେ ସବା-ହ୍ରିତିକଙ୍କ ପ୍ରେମ..କହିଲେ ତୁମେ ସବୁଠୁ ଭଲ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ହ୍ରିତିକ ରୋଶନ (Hrithik Roshan) ନିଜ ଅଭିନୟ , ଆକ୍ସନ , ଡ୍ୟାନ୍ସ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । ଦେଶ ବିଦେଶରେ ହ୍ୟାଣ୍ଡସମ ହଙ୍କ୍ ହ୍ରିତିକଙ୍କ ଅଗଣିତ ଫ୍ୟାନ୍ ଅଛନ୍ତି । ହ୍ରିତିକ ନିଜ ପ୍ରଫେସନାଲ କ୍ୟାରିୟର ନୁହେଁ ବରଂ ନିଜ ପର୍ସନାଲ ଲାଇଫକୁ ନେଇ ଆଜିକାଲି ଲାଇମ୍ ଲାଇଟରେ ଅଛନ୍ତି । ଯେବେଠୁ ତାଙ୍କୁ ଅଭିନେତ୍ରୀ ତଥା ସିଙ୍ଗର ସବା ଆଜାଦ (Saba Azad) ଙ୍କ ସହ ସ୍ପଟ୍ କରାଯାଇଛି , ସେବେଠୁ ଉଭୟଙ୍କୁ ନେଇ ଚର୍ଚ୍ଚା ଟକ୍-ଅଫ୍-ଦ-ଟାଉନ ପାଲଟିଛି ।ଏମିତିକି ଉଭୟ ସୋସିଆଲ ମିଡିଆରେ ମଧ୍ୟ ପରସ୍ପରର ପୋଷ୍ଟକୁ ରି-ସେୟାର କରିବା ସହ ଲଭ୍ ହାର୍ଟ ଇମୋଜି ସେୟାର କରୁଛନ୍ତି । ଉଭୟ ନିଜ ରିଲେସନସିପ୍ ନେଇ ମୁହଁ ଖୋଲୁନଥିବା ବେଳେ ଉଭୟଙ୍କ ପବ୍ଲିକ୍ ଆପିଅରାନ୍ସ ଦେଖି ଦର୍ଶକ କନଫ୍ୟୁଜ୍ ଅଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆରେ ହ୍ରିତିକ ସେୟାର କରିଥିବା ପୋଷ୍ଟ ଉପରେ ଏବେ ସମସ୍ତଙ୍କ ନଜର ଅଟକି ଯାଇଛି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ସବାଙ୍କ ପ୍ରଂଶସା କରିଛନ୍ତି । ଏହା ପ୍ରଥମଥର ହୋଇନାହିଁ ବରଂ ପୂର୍ବରୁ ମଧ୍ୟ ହ୍ରିତିକ ସବାଙ୍କ  ପ୍ରଶଂସା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କରିଛନ୍ତି । ନିକଟରେ ସବାଙ୍କ ମ୍ୟୁଜିକ କନସର୍ଟ ବିଷୟରେ ସୁନ୍ଦର ନୋଟ୍ ସେୟାର କରିଥିଲେ ହ୍ରିତିକ । 
ସୋନୀ ଲିଭ୍ ର ସିରିଜ ରକେଟ୍ ବଏଜକୁ ପୁଣି ଥରେ ଦେଖିଛନ୍ତି ହ୍ରିତିକ । କାହିଁକି ନା ଏହି ସିରିଜରେ ତାଙ୍କ ରୁମରଡ୍ ଗର୍ଲଫ୍ରେଣ୍ଡ ସବା ଆଜାଦ ଅଛନ୍ତି ।  ଏହି ସିରିଜର ପୁରା ଟିମର ପ୍ରଶଂସା କରିଛନ୍ତି ହ୍ରିତିକ । ହ୍ରିତିକ ଲେଖିଛନ୍ତି ' ରିପିଟ୍ ୱାଚ୍ ! ଏହାଠୁ ବହୁତ କିଛି ଶିଖିବାର ଅଛି । ପୁରା ଟିମ୍ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଶୋର ଗୋଟିଏ ପୋଷ୍ଟର ମଧ୍ୟ ହ୍ରିତିକ ସେୟାର କରିଛନ୍ତି । ଏଥିସହ ସେକେଣ୍ଡ ଷ୍ଟୋରୀରେ  ସେ ସବା ଆଜାଦଙ୍କନ ଟ୍ୟାଗ୍ କରି ଲେଖିଛନ୍ତି ତୁମେ ବହୁତ ଭଲ ଅଭିନେତ୍ରୀ ' । ତୁମେ ମୋତେ ପ୍ରେରଣା ଦେଇଛ । ପାୱାରହାଉସ ପର୍ଫମର । 

Also Read: Oops ମୁମେଣ୍ଟର ଶିକାର ହେଲେ ଶନାୟା କପୁର, ଭାଇରାଲ ହେଲା ଭିଡିଓ , ଲୋକ କଲେ ଟ୍ରୋଲ

ହ୍ରିତିକଙ୍କ ଏହି ପୋଷ୍ଟ ଦେଖି ଫ୍ୟାନ୍ସ ବି ଖୁସି । ଏହି ଯୋଡ଼ି କେବେ ନିଜ ରିଲେସନସିପକୁ ଅଫିସିଆଲ କରିବେ ତାକୁ ଅପେକ୍ଷା କରିଛନ୍ତି  ହ୍ରିତିକ-ସବାଙ୍କ ଫ୍ୟାନ୍ସ ।
ମୁମ୍ବାଇର ଗୋଟିଏ ରେଷ୍ଟୁରାଣ୍ଟରେ ପ୍ରଥମେ  ଉଭୟଙ୍କୁ ଏକାଠି ସ୍ପଟ୍ କରାଯାଇଥିଲା । ଏହାପରେ ଉଭୟ ସୋସିଆଲ ମିଡିଆରେ ପରସ୍ପରର ପୋଷ୍ଟରେ କମେଣ୍ଟ ଲାଇକ୍ସ କରିବା ଆରମ୍ଭ କରିଥିଲେ । ଯାହାକୁ ଦେଖି ସମସ୍ତଙ୍କୁ ଲାଗିଥିଲା ଯେ ଉଭୟ ଡେଟିଂ କରୁଛନ୍ତି । ଏପରିକି ହ୍ରିତିକଙ୍କ ଘରକୁ ବହୁବାର ସବା ଯାଇଛନ୍ତି । ହ୍ରିତିକଙ୍କ ପରିବାର ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇ ସୋସିଆଲ ମିଡିଆର ସେୟାର କରିଛନ୍ତି ।୨୦୦୦ ମସିହାରେ ହ୍ରିତିକ ରୋଶନ ଆଉ ସୁଜେନ ଖାନ୍ ବିବାହ କରିଥିଲେ , ହେଲେ ୨୦୧୪ରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥଲା । ଉଭୟଙ୍କ ଦୁଇ ପୁଅ ଅଛନ୍ତି ।