ଏହି କାରଣରୁ ଅଲଗା ହୋଇଗଲା ଉର୍ବଶୀ ଓ ପନ୍ତଙ୍କ ପଥ, ଉଭୟ ଚଢିଥିଲେ ପ୍ରେମର ପାହାଡ଼
Advertisement
Article Detail0/zeeodisha/odisha1357815

ଏହି କାରଣରୁ ଅଲଗା ହୋଇଗଲା ଉର୍ବଶୀ ଓ ପନ୍ତଙ୍କ ପଥ, ଉଭୟ ଚଢିଥିଲେ ପ୍ରେମର ପାହାଡ଼

Rishabh Pant-Uravshi Rautela relationship: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଓ ଉର୍ବଶୀ ରୌତେଲାଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହେଉଛି। ତେବେ ସେମାନେ ପ୍ରେମ ପାଇଁ ନୁହଁ, ବରଂ ସୋସିଆଲ ମିଡିଆ ୱାର ପାଇଁ ହେଡଲାଇନରେ ରୁହନ୍ତି। ପୂର୍ବରୁ ପନ୍ତଙ୍କ ନାମ ଉର୍ବଶୀ ସହିତ ଜଡିତ ଥିଲା, କିନ୍ତୁ ପରେ ଦୁହେଁ ଅଲଗା ହୋଇଗଲେ।

ଏହି କାରଣରୁ ଅଲଗା ହୋଇଗଲା ଉର୍ବଶୀ ଓ ପନ୍ତଙ୍କ ପଥ, ଉଭୟ ଚଢିଥିଲେ ପ୍ରେମର ପାହାଡ଼

Rishabh Pant-Uravshi Rautela relationship: ଭାରତରେ ସେଲିବ୍ରିଟିଙ୍କ ବିବାଦ ଏକ ସାଧାରଣ ଘଟଣା ପାଲଟିଗଲାଣି। ପ୍ରତ୍ୟେକ ଦିନ କୌଣସି ନା କୌଣସି ସେଲିବ୍ରିଟିଙ୍କୁ ନେଇ ଚର୍ଚ୍ଚା ଚାଲିଥାଏ। ସେହିଭଳି ଏକ ଯୋଡି ହେଉଛନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଓ କ୍ରିକେଟର ଋଷଭ ପନ୍ତ। ଦିନେ ଉଭୟ ଷ୍ଟାର ପ୍ରେମରେ ଉବୁଡୁବୁ ହେଉଥିଲେ। କିନ୍ତୁ ଏବେ ସେମାନଙ୍କ ମଧ୍ୟରେ ଅହି ନକୂଳ ସମ୍ପର୍କ ସୃଷ୍ଟି ହୋଇଛି। ତେବେ କେଉଁ କାରଣ ପାଇଁ ଉର୍ବଶୀ ଓ ପନ୍ତଙ୍କ ପଥ ଅଲଗା ହୋଇଗଲା, ଆସନ୍ତୁ ଜାଣିବା...

ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଓ ଉର୍ବଶୀ ରୌତେଲାଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହେଉଛି। ତେବେ ସେମାନେ ପ୍ରେମ ପାଇଁ ନୁହଁ, ବରଂ ସୋସିଆଲ ମିଡିଆ ୱାର ପାଇଁ ହେଡଲାଇନରେ ରୁହନ୍ତି। ପୂର୍ବରୁ ପନ୍ତଙ୍କ ନାମ ଉର୍ବଶୀ ସହିତ ଜଡିତ ଥିଲା, କିନ୍ତୁ ପରେ ଦୁହେଁ ଅଲଗା ହୋଇଗଲେ। ଏବେ ଋଷଭ ଓ ଉର୍ବଶୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଉର୍ବଶୀ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ବର୍ତ୍ତମାନ କ୍ରିକେଟର ପନ୍ତ ଡିଜାଇନର୍ ଇଶା ନେଶିଙ୍କୁ ଡେଟ୍ କରୁଛନ୍ତି।

Also Read: Salon ବାହାରେ ବେବି ବମ୍ପ ସହ ନଜର ଆସିଲେ ବ୍ଲାକ୍ ବିୟୁଟି, ଭାଇରାଲ ହେଲା ଭିଡିଓ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏକ ସାକ୍ଷାତକାରରେ କହିଥିଲେ ଯେ, ମିଷ୍ଟର ଆରପି ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ସେ ମନା କରିଦେଇଥିଲେ। ଏହା ପରେ ଋଷଭ ପନ୍ତ ମଧ୍ୟ ଏହାର ଉତ୍ତର ଦେଇ କହିଥିଲେ ଯେ, ଭଉଣୀ ମୋର ପିଛା ଛାଡିଦିଅ। ଏହା ପରେ ଏହି ଦୁଇଜଣଙ୍କ ମଧ୍ୟରେ ବିବାଦ ଆହୁରି ବଢିଗଲା। ଋଷଭ ପନ୍ତଙ୍କ ଉତ୍ତର ପରେ ବିବାଦ ବନ୍ଦ ହୋଇ ନଥିଲା। ଏହା ପରେ ଉର୍ବଶୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି କହିଛନ୍ତି, 'ଛୋଟୁ ଭାୟା ବ୍ୟାଟ୍ ବଲ୍ ଖେଳିବା ଉଚିତ୍, ମୁଁ କୌଣସି ମୁନି ନୁହଁ ଯେ ବଦନାମ ହେଇଯିବି କିଡୋ ଡାର୍ଲିଂ। ଏହା ପରେ ପନ୍ତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲା ଯେ, ଅନ୍ୟମାନେ ଯାହା ଭାବନ୍ତି ସେ ବିଷୟରେ ଆପଣ ଅଧିକ ଭାର ନେବା ଉଚିତ୍ ନୁହେଁ।

ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କ ସହ ଉର୍ବଶୀ ରୌତେଲାଙ୍କ ସମ୍ପର୍କ ଚର୍ଚ୍ଚରେ ରହିଛି। କିନ୍ତୁ ଏହା ପରେ ସେମାନଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଲା। ଏଥିସହିତ ଭାରତୀୟ ଦଳର ମ୍ୟାଚ୍ ସମୟରେ ଉର୍ବଶୀ ରୌତେଲା, ପନ୍ତଙ୍କୁ ଖୁସି କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହା ପରେ କୁହାଯାଇଥିଲା ଯେ, ଉଭୟଙ୍କ ମଧ୍ୟରେ ସବୁ ଠିକଠାକ୍ ଚାଲୁ ନାହିୱ ଏବଂ ଉର୍ବଶୀ ହ୍ୱାଟସଆପରେ ପନ୍ତଙ୍କୁ ବ୍ଲକ୍ କରିଥିଲେ। ଋଷଭ ପନ୍ତଙ୍କ ସହ ବିବାଦ ପରେ ଉର୍ବଶୀ କ୍ଷମା ମାଗିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Also Read: Viratଙ୍କୁ ମିସ୍ କରୁଛନ୍ତି ଅନୁଷ୍କା, ସେୟାର କଲେ ହବିଙ୍କ ପାଇଁ ଏମିତି କିଛି ପୋଷ୍ଟ

କ୍ରିକେଟର ତିନିଟି ଫର୍ମାଟରେ ଋଶଭ ପନ୍ତ ଉଭୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ଟିମ୍ ଇଣ୍ଡିଆରେ ଖେଳୁଛନ୍ତି। ଗତ ସପ୍ତାହରେ ଟିମ ଇଣ୍ଡିଆ ଆସନ୍ତା ଟି-୨୦ ବିଶ୍ୱକପ ୨୦୨୨ ପାଇଁ ୧୫ ଜଣିଆ ଦଳରେ ଘୋଷଣା କରିଛି। ଏଥିରେ ଋଷଭ ପନ୍ତଙ୍କ ନାମ ମଧ୍ୟ ରହିଛି। ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେଉଛି। ଋଷଭ ବର୍ତ୍ତମାନ ଇଶା ନେଗୀଙ୍କୁ ଡେଟ୍ କରୁଛନ୍ତି। ୨୦୧୯ ଜାନୁଆରୀରେ ନିଜେ କ୍ରିକେଟର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଥିଲେ।