କାହିଁକି ଲୋକପ୍ରିୟ ହେଉଛି ସାଉଥ ଫିଲ୍ମ , ପ୍ରତିକ୍ରିୟା ରଖିଲେ ଜୁନିଅର ବଚ୍ଚନ
Advertisement
Article Detail0/zeeodisha/odisha1166281

କାହିଁକି ଲୋକପ୍ରିୟ ହେଉଛି ସାଉଥ ଫିଲ୍ମ , ପ୍ରତିକ୍ରିୟା ରଖିଲେ ଜୁନିଅର ବଚ୍ଚନ

ପୂର୍ବରୁ  ସିନେମା ହଲରେ କେବଳ ବଲିଉଡ୍  ଫିଲ୍ମ  ଚାଲୁଥିଲା , ବଲିଉଡ ଫିଲ୍ମ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ସାଉଥ ଫିଲ୍ମ ସେହି ସ୍ଥାନରେ ପହଞ୍ଚିଯାଇଛି । ବଲିଉଡର ସ୍ଥାନ ଏବେ ଧିରେ ଧିରେ ସାଉଥ ଫିଲ୍ମ  ନେଇଗଲାଣି। ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ରିଲିଜ୍ ହେବାରେ ଲାଗିଛି । ଦିନକୁ ଦିନ ପୁରୁଣା ରେକର୍ଡ ବ୍ରେକ କରି ନୂଆ ରେକର୍ଡ ସୃଷ୍ଟି କରୁଛି ସାଉଥ୍ ସୁପରଷ୍ଟାରଙ୍କ ଫିଲ୍ମ 

କାହିଁକି ଲୋକପ୍ରିୟ ହେଉଛି ସାଉଥ ଫିଲ୍ମ , ପ୍ରତିକ୍ରିୟା ରଖିଲେ ଜୁନିଅର ବଚ୍ଚନ

ନୂଆଦିଲ୍ଲୀ : ଚାରିଆଡ଼େ ଛାଇଛି ସାଉଥ ଫିଲ୍ମର ଜଲୱା। ବଲିଉଡ ଫିଲ୍ମ ଅପେକ୍ଷା ସାଉଥ ଇଣ୍ଡଷ୍ଟ୍ରୀର ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଆଜି କାଲି ଲୋକଙ୍କ ମୁହଁରେ ଶାହରୁଖ ସଲମାନ ନୁହେଁ ବରଂ ଅଲ୍ଲୁ ଅର୍ଜୁନ,  ଜୁନିଅର ଏନଟିଆର , ରାମ ଚରଣଙ୍କ ପରି ସୁପରଷ୍ଟାରଙ୍କ ନାଁ ରହିଛି।  ଏପରିକି ସାଉଥ ଫିଲ୍ମ ରିଲିଜ ହେବାମାତ୍ରେ ସିନେମା ଘରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। କେବଳ ଆମ ଦେଶରେ ନୁହେଁ ବରଂ ବିଦେଶରେ ବି ନିଜ ଯାଦୁ ଦେଖାଉଛି ସାଉଥ ଫିଲ୍ମ।  ସାଉଥ ସିନେମା ଆଗରେ ବଲିଉଡ  ଏବେ ଧରାଶାୟୀ। ଲଗାତାର ସାଉଥ ଇଣ୍ଡଷ୍ଟ୍ରୀ ବିଗ୍ ବଜେଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଛି। ୨ ବର୍ଷ ଧରି କୋରୋନା କଟକଣା ପରେ ଧିରେ ସ୍ୱାଭାବିକ ହେଉଛି ଜୀବନଯାତ୍ରା ।  ଏଭଳିସ୍ଥିତିରେ ମନୋରଞ୍ଜନ ଦୁନିଆ ବ୍ୟବସାୟ କରିବାରେ ଆଗରେ ରହିଛି । କାହିଁକି ନା ଅନେକ ଦିନ ଧରି ଅଟକି ରହିଥିବା ଫିଲ୍ମ ଧିରେଧିରେ ରିଲିଜ ହେଉଛି । ସାଉଥ ସିନେମା ଏବେ ଦେଶ ବିଦେଶରେ ସଫଳତା ହାସଲ କରୁଛି ।

ଧିରେଧିରେ ସାଉଥ ଇଣ୍ଡଷ୍ଟ୍ରୀ ଅଭିନେତା ବଲିଉଡ ସୁପରଷ୍ଟାରଙ୍କ ଉପରେ ଭାରି ପଡୁଥିବାର ଦେଖିବାକୁ ମିଳିଛି ।  ହିନ୍ଦୀ ବେଲ୍ଟରେ ଖାସ୍ କରି ସାଉଥ ଫିଲ୍ମ ନିଜର ଦବଦବା ଜାରି ରଖିଛି ।  ବାହୁବଳୀ , ପୁଷ୍ପା , ଟ୍ରିପଲ ଆର୍  ପରେ ଏବେ କେଜିଏଫ ଚାପ୍ଟର ୨ର  ଯାଦୁ ଛାଇଛି । ବକ୍ସ ଅଫିସରେ ଆସିଛି  ରକିଭାଇଙ୍କ  ତୋଫାନ । କେବଳ ଏତିକି ନୁହେଁ ଆଗାମୀ ଦିନରେ ଆହୁରି ଅନେକ ଫିଲ୍ମ ରିଲିଜ ହେବାକୁ ଯାଉଛି । ଯାହା ବଲିଉଡର ବଡ଼ ବଡ଼ ଫିଲ୍ମକୁ ଖୁବ୍ ସହଜରେ ଟେକ୍ ଓଭର କରିଦେବ । ଏବେ ଭାରତୀୟ ସିନେମାରେ  ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପୂର୍ବରୁ  ସିନେମା ହଲରେ କେବଳ  ବଲିଉଡ୍  ଫିଲ୍ମ  ଚାଲୁଥିଲା , ବଲିଉଡ ଫିଲ୍ମ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ସାଉଥ ଫିଲ୍ମ ସେହି ସ୍ଥାନରେ ପହଞ୍ଚିଯାଇଛି । ବଲିଉଡର ସ୍ଥାନ ଏବେ ଧିରେ ଧିରେ ସାଉଥ ଫିଲ୍ମ  ନେଇଗଲାଣି। ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ରିଲିଜ୍ ହେବାରେ ଲାଗିଛି । ଦିନକୁ ଦିନ ପୁରୁଣା ରେକର୍ଡ ବ୍ରେକ କରି ନୂଆ ରେକର୍ଡ ସୃଷ୍ଟି କରୁଛି ସାଉଥ୍ ସୁପରଷ୍ଟାରଙ୍କ ଫିଲ୍ମ   । ସେଥିପାଇଁ ତ ସାଉଥ୍  ଇଣ୍ଡଷ୍ଟ୍ରିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ଏନେଇ ଜୁନିଅର ବଚ୍ଚନ ମାନେ ଅଭିଷେକ ବଚ୍ଚନ (Abhishek Bachchan)   ନିଜ ପ୍ରତିକ୍ରିୟା ରଖିଛନ୍ତି  ।

Also Read: The Gray Man ; ଜଲୱା ଦେଖାଇବେ ଧନୁଷ୍ , ସେୟାର କଲେ ଫାଷ୍ଟ ଲୁକ୍

ସେ କହିଛନ୍ତି  ଭାରତୀୟ ସିନେମା ବର୍ତ୍ତମାନ ଏକ ଭଲ ସମୟ ଦେଇ ଗତି କରୁଛି। ସେ କେବେ ବି ଫିଲ୍ମକୁ  ବିଭାଜନ କରି ନାହାନ୍ତି ବୋଲି କହିଛନ୍ତି । ଯେଉଁ ଫିଲ୍ମର ବିଷୟବସ୍ତୁ ଭଲ ହେବ ତାହା ଭଲ ପ୍ରଦର୍ଶନ କରିବ ଏବଂ ଯାହାର ବିଷୟବସ୍ତୁ ଖରାପ ହେବ ସେ ଫିଲ୍ମ ଚାଲିବ ନାହିଁ ବୋଲି ଅଭିଷେକ ନିଜ ପ୍ରତିକ୍ରିୟାରେ ରଖିଛନ୍ତି ।ସାଉଥ ଫିଲ୍ମ ବ୍ୟତୀତ ବଲିଉଡ ଫିଲ୍ମର ମଧ୍ୟ ଉଦାହରଣ ଦେଇଛନ୍ତି ଅଭିଷେକ । ବଲିଉଡ୍  ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' (Gangubai Kathiawadi) ଏବଂ 'ସୂର୍ଯ୍ୟବଂଶୀ' (Suryavanshi) ର   ଫିଲ୍ମ ଭଲ ଚାଲିଥିବା କହିଛନ୍ତି  । ସେ ସିନେମାକୁ ଭଲ ପାଆନ୍ତି ଏବଂ ଫିଲ୍ମଟି କେଉଁ ଭାଷାରେ ହୋଇଛି ସେଥିପ୍ରତି  ତାଙ୍କର  ଧ୍ୟାନ ନଥାଏ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Also Read: ଦମଦାର କଲେକସନ କରୁଛି KGF-2

ଅଭିଷେକ ମଧ୍ୟ ସ୍ୱୀକାର କରିଛନ୍ତି ଯେ ବଲିଉଡ୍  ଫିଲ୍ମ ମଧ୍ୟ କାହାଠାରୁ କମ୍ ନୁହେଁ। ନିକଟରେ ଅଭିଷେକ ବଚ୍ଚନଙ୍କ ଫିଲ୍ମ   'ଦସୱୀ' (Dashvi)   ରିଲିଜ ହୋଇଥିଲା । ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମ ରିଲିଜ ହୋଇଥିଲା ।ଏହି ଫିଲ୍ମରେ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ନିମରତ କୌର ଏବଂ ୟାମି ଗୌତ୍ତମଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅଭିଷେକଙ୍କ   ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି ।  ଫିଲ୍ମରେ ଅଭିଷେକ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିଥିଲେ,   ଦୁର୍ନୀତି ଅଭିଯୋଗରେ  ସେ ଜେଲ୍ ରେ ଥିଲେ। ନିମରତ କୌର ଅଭିଷେକ ବଚ୍ଚନଙ୍କ ପତ୍ନୀ ଭୂମିକା ନିଭାଇଛନ୍ତି । ଏବଂ ୟାମି ଗୌତମ ପୋଲିସ ଭୂମିକାରେ ଅଭିନୟ କରିଥିଲେ।