Advertisement
Article Detail0/zeeodisha/odisha2313628
Zee OdishaOdisha EntertainmentKalki 2898 AD : କଳ୍‌କୀ ପାର୍ଟ-୨’ ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ

Kalki 2898 AD : କଳ୍‌କୀ ପାର୍ଟ-୨’ ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ

Lord Kalki in Hinduism : ଭାରତୀୟ ସିନେମାର ବିଗ୍ ବଜେଟ ଚଳଚ୍ଚିତ୍ର ତଥା ‘କଳକୀ ୨୮୯୮ ଏଡି' ଦର୍ଶକଙ୍କ ମନ ଜିଣୁଛି। ତେବେ କଳ୍‌କୀ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଲିଙ୍କ୍ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନେକ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି।

Kalki 2898 AD :
Kalki 2898 AD :

Kalki 2898 AD : ଭାରତୀୟ ସିନେମାର ବିଗ୍ ବଜେଟ ଚଳଚ୍ଚିତ୍ର ତଥା ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି' ଦର୍ଶକଙ୍କ ମନ ଜିଣୁଛି। ରିବେଲ   ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ ଆରମ୍ଭ ହୋଇଛି ଏହି ସିନେମାର କାହାଣୀ।

 ଯେତେବେଳେ ଭଗବାନ କୃଷ୍ଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥମାଙ୍କୁ ଅମର ହେବାକୁ ଅଭିଶାପ ଦେଇଥିଲେ। ଯାହାକୁ ଭିତ୍ତି କରି ସିନେମାର କାଳ୍ପନିକ ଗତିପଥକୁ ଆଗକୁ ବଢିଛି। ତେବେ କଳ୍‌କୀ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଲିଙ୍କ୍ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନେକ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି।

ଭଗବାନଙ୍କର ସମୁଦାୟ ୧୦ ଅବତାର ଭିତରୁ କଳ୍‌କୀ ଅବତାର ଅନ୍ୟତମ । ଶ୍ରୀମଦ ଭାଗବତ ପୁରାଣ ଓ କଳ୍‌କୀ ପୁରାଣ ଅନୁଯାୟୀ, କଳ୍‌କୀ ଅବତାରଙ୍କ ଜନ୍ମ କଳିଯୁଗର ସମାପ୍ତି ଓ ସତ୍ୟ ଯୁଗ ଆରମ୍ଭର ସନ୍ଧି କାଳରେ ହିଁ ହେବ । ଲୋକପ୍ରିୟ ବିଶ୍ୱାସ ତଥା ଓଡ଼ିଶାର ଅଚ୍ୟୁତାନନ୍ଦ ଦାସଙ୍କ ଲେଖା ଅନୁଯାୟୀ ଭଗବାନ ଜଗନ୍ନାଥ ତାଙ୍କ ‘କଳ୍‌କୀ ଅବତାର’ରେ ତାଙ୍କ ଭାଇ ଏବଂ ଭଉଣୀଙ୍କ ସହ ଆସି ଛତିଆରେ ରହିବେ। ଏଠାରୁ ହିଁ କଳ୍‌କୀ କାଳର ଶେଷ ହେବ ଏବଂ ସତ୍ୟ ଯୁଗ ଆରମ୍ଭ ହେବ।

Add Zee News as a Preferred Source

ତେବେ ନାଗ ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଏହି ସିନେମା ମହାପ୍ରଭୁ ଜଗନ୍ନାଥଙ୍କ ସହ ଯୋଡିବାର କାରଣ ହେଉଛି, ସିନେମାର ଶେଷରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା କମଲ ହାସନଙ୍କ ଏକ ଡାଏଲଗ। ଯେଉଁଥିରେ ସେ ଅର୍ଜୁନଙ୍କ ଧନୁ ଗାଣ୍ଡୀବ ପ୍ରାପ୍ତ କରିବା ପରେ କହୁଛନ୍ତି ଯେ, ”ଆସୁଛି ଜଗନ୍ନାଥଙ୍କ ରଥ ଚକର ଝଡ଼, ଏହି ରଥର ଝଡ଼ ପୃଥିବୀରେ ପ୍ରଳୟ ଆଣିବ, ଏହି ରଥର ପ୍ରକମ୍ପର ଭୂମି ଥରି ଉଠିବ…”।

”କଳ୍‌କୀ ୨୮୯୮ ଏଡି” ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ସିନେମାରେ ପ୍ରମୁଖ ଭୂମିକାରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକନ ଆଦି ଅଭିନୟ କରିଛନ୍ତି। ପୂର୍ବପରି ପ୍ରଭାସ ତାଙ୍କ ଚିରାଚରିତ ରିବେଲ ଷ୍ଟାର ଭୂମିକାରେ ନଜର ଆସିଥିଲା ବେଳେ ବିଗ୍‌ ବି’ ଅମିତାଭ ତାଙ୍କର ବଳିଷ୍ଠ ଅଭିନୟ ବଳରେ ସିନେମାରେ ଜୀବନ୍ତ କରିଛନ୍ତି। ସେହିପରି ସିନେମାର ମୁଖ୍ୟ ଅଭିନେତ୍ରୀ ଦୀପିକା ମଧ୍ୟ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି।

ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଦିଶା ପାଟାନି, କମଲ ହାସନ, ଶୋଭନା ଏବଂ ବିଜୟ ଦେବରକୋଣ୍ଡା, ମୃଣାଳ ଠାକୁର, ଦିଲକର ସଲମାନ, ଏସଏସ ରଜାମୋୖଲି, ରାମ ଗୋପାଳ ବର୍ମା ଆଦିଙ୍କୁ ଅତିଥି କଳାକାର ଭୂମିକାରେ ଦେଖବାକୁ ମିଳିବ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author