Kantara film : ସାଉଥ ଫିଲ୍ମ 'କାନ୍ତାରା'କୁ ନେଇ କଣ୍ଟ୍ରୋଭର୍ସି କୁଇନଙ୍କ ତାରିଫ୍, ବଲିଉଡକୁ କହିଲେ...
Advertisement
Article Detail0/zeeodisha/odisha1404598

Kantara film : ସାଉଥ ଫିଲ୍ମ 'କାନ୍ତାରା'କୁ ନେଇ କଣ୍ଟ୍ରୋଭର୍ସି କୁଇନଙ୍କ ତାରିଫ୍, ବଲିଉଡକୁ କହିଲେ...

 

Kantara film : ବକ୍ସ ଅଫିସରେ ଧମାଲ ମଚାଉଛି କନ୍ନଡ ଫିଲ୍ମ 'କାନ୍ତାରା' (Kantara ) । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟ ଜିତିଛି  । ଉଭୟ କନ୍ନଡ ଓ ହିନ୍ଦୀ ସଂସ୍କରଣ ମଧ୍ୟ ବେଶ ସଫଳତା ହାସଲ କରିଛି । ତେବେ,ଏହି ଫିଲ୍ମକୁ ନେଇ ବଡ ବୟାନ ଦେଇଛନ୍ତି କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତ। 

ସୌଜନ୍ୟ : ସୋସିଆଲ ମିଡିଆ

Kantara film : ବକ୍ସ ଅଫିସରେ ଧମାଲ ମଚାଉଛି କନ୍ନଡ ଫିଲ୍ମ 'କାନ୍ତାରା' (Kantara ) । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟ ଜିତିଛି  । ଉଭୟ କନ୍ନଡ ଓ ହିନ୍ଦୀ ସଂସ୍କରଣ ମଧ୍ୟ ବେଶ ସଫଳତା ହାସଲ କରିଛି ।  ‘କେଜିଏଫ ୨’ର ଆୟକୁ ପଛରେ ପକାଇବ ଏହି ଫିଲ୍ମ ବୋଲି ଚର୍ଚ୍ଚା ଆରମ୍ଭ ହୋଉଛି । ତେବେ,ଏହି ଫିଲ୍ମକୁ ନେଇ ବଡ ବୟାନ ଦେଇଛନ୍ତି କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତ।  ଫିଲ୍ମ ଦେଖିବା ପରେ କଙ୍ଗନା କଙ୍ଗନା ରଣାଓ୍ବତ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଛନ୍ତି , ସେ କହିଛନ୍ତି ଯେ,“ମୁଁ ବର୍ତ୍ତମାନ ମୋ ପରିବାର ସହିତ କାନ୍ତାରା ଫିଲ୍ମ ଦେଖିକି ଆସିଲି, ଫିଲ୍ମଟି ବହୁତ ଭଲ ହୋଇଛି, ଏହା ମୋର ଏକ ବହୁତ ସୁନ୍ଦର ଅନୁଭୂତି । ଫିଲ୍ମର କାହାଣୀ ଅତି ଚମକ୍କାର ହୋଇଛି । ଋଷଭ ସେଟ୍ଟୀ ଆପଣଙ୍କୁ ସଲାମ୍ , ସ୍କ୍ରିପ୍ଟିଂ, ନିର୍ଦ୍ଦେଶନା ଓ ଅଭିନୟ ଅବିଶ୍ୱାସନୀୟ! ” । ଏହି ଚଳଚ୍ଚିତ୍ରରେ ଆକ୍ସନ୍ ଏବଂ ଲୋକନୃତ୍ୟର ମିଶ୍ରଣକୁ ଅଭିନେତ୍ରୀ ବେଶ ବିଶେଷ ପ୍ରଶଂସା କରିଥିଲେ । ମୁଁ ଶୁଣିଥିଲି ଥିଏଟରର ଅନେକ ଲୋକ କୁହୁଥିଲେ ଯେ ସେମାନେ ଏହି ପରି ଚଳଚ୍ଚିତ୍ର କିଛି କେବେ ଦେଖି ନ ଥିଲେ ।  ଏହି ଚଳଚ୍ଚିତ୍ର ପାଇଁ ଆପଣଙ୍କୁ ଧନ୍ୟବାଦ । ମୁଁ ଭାବୁନାହିଁ ଯେ,  ମୁଁ ଏହି ଅନୁଭୂତିରୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବାହାରକୁ ବାହାରକୁ ବାହାରିପାରିବି ନାହିଁ ” । ଏହି ଚଳଚ୍ଚିତ୍ରଟି ନିକଟରେ ଆଇଏମଡି ଦ୍ବାରା ରିଲିଜ୍ ହୋଇଥିବା ଭାରତର କରେଣ୍ଟ୍ ଟପ୍  ୨୫୦ ଫିଲ୍ମ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି। 

ଋଷଭ ସେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ବିଶ୍ବବ୍ୟାପି ୧୭୦ କୋଟିରୁ ଅଧିକ କଲେକ୍ସନ କରିଥିବା ଜଣାପଡ଼ିଛି । ତେବେ ଏହି ଫିଲ୍ମ ‘କେଜିଏଫ ୨’ର ପାଖାପାଖି ଚାଲିଛି । ଫିଲ୍ମକୁ ହିନ୍ଦୀ ଭର୍ସନରେ ରିଲିଜ କରାଯିବା ପରେ ଭଲ ରେସପନ୍ସ ମିଳିଛି। ପ୍ରଥମ ଦିନ ୧.୨୫ କୋଟିରୁ ୧.୫୦କୋଟିର ଆୟ କରିଛି। କାନ୍ତାରା ଏବେ କର୍ଣ୍ଣାଟକର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ ଭାବେ ରେକର୍ଡ କରିଛି। ଏହାସହ ଅନ୍ୟ ଏକ ରେକର୍ଡ ବି ଏହି ଫିଲ୍ମ ନାଁରେ ଦେଖିବାକୁ ମିଳିଛି ଯାହାକି କେଜିଏଫ ୨କୁ ପଛରେ ପକାଇ ଆଇଏମଡିବିରେ ୯.୪/୧୦ସହ ସବୁଠାରୁ ଅଧିକ ରେଟିଂ ମିଳିଥିବା ଭାରତୀୟ ସିନେମା ହୋଇପାରିଛି । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଋଷଭ ସେଟ୍ଟୀ ,କିଶୋର,  ଅଚ୍ୟୁତ କୁମାର ଓ ପ୍ରମୋଦ ଶେଟ୍ଟୀ । ଫିଲ୍ମଟି ୩୦ ତାରିଖରେ ରିଲିଜ୍ ହୋଇଥିଲା।  

 

 

ଯଦି ଆମେ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତଙ୍କ (Kangana Ranaut) ଓ୍ବାର୍କଫ୍ରଣ୍ଟର କଥା କହିବା  । ତେବେ, ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ନିକଟରେ ସେ ଇନ୍ଦିରା ଗାନ୍ଧିଙ୍କ ବାୟୋପିକ୍‌ ‘ଏମର୍ଜେନ୍ସି’( Emergency Movie ) ମୁଭିର ସୁଟିଂ ଶେଷ କରିଛନ୍ତି । ଆସନ୍ତା ବର୍ଷ ଏହି ଫିଲ୍ମଟି ରିଲିଜ୍ ହେବ । ହେଲେ  ରିଲିଜ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନି । କିନ୍ତୁ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । କଙ୍ଗନା ଆଉ ଏକ ବଡ଼ ପ୍ରୋଜେକ୍ଟ ପାଇଁ ଘୋଷଣା କରିଛନ୍ତି । ବଙ୍ଗଳା ଥିଏଟର ସୁପର୍‌ଷ୍ଟାର୍ ନାଟି ବିନୋଦିନୀ(Popular Bengali theatre actor Nati Binodini)ଙ୍କ ବାୟୋପିକ୍‌ ସେ ସାଇନ୍‌ କରିଛନ୍ତି ।