Yash New Film: ଇନଷ୍ଟାରେ DP ଚେଞ୍ଜ କଲେ ୟଶ୍, ୮ ଡିସେମ୍ବରରେ ହେବ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ
Advertisement
Article Detail0/zeeodisha/odisha1997111

Yash New Film: ଇନଷ୍ଟାରେ DP ଚେଞ୍ଜ କଲେ ୟଶ୍, ୮ ଡିସେମ୍ବରରେ ହେବ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ

Yash New Film: ଡାଇରେକ୍ଟର ପ୍ରଶାନ୍ତ ନିଲ୍ ସଲାର ସହ କେଜିଏଫର ଲିଙ୍କ୍ ନାହିଁ ବୋଲି ଗତ କିଛିଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ। ହେଲେ କେଜିଏଫ ଫ୍ରାଞ୍ଚାଇଜର ଅଂଶ ନୁହେଁ ବୋଲି ପ୍ରଶାନ୍ତ ନିଲ୍ ନିଜେ ପ୍ରତ୍ୟାଖାନ କରିଛନ୍ତି। 

 

Yash New Film: ଇନଷ୍ଟାରେ DP ଚେଞ୍ଜ କଲେ ୟଶ୍, ୮ ଡିସେମ୍ବରରେ ହେବ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ

Yash New Film: କନ୍ନଡ ସୁପରଷ୍ଟାର ୟଶ୍ ଏବେ ଖୁବ ଚର୍ଚ୍ଚାରେ । କାରଣ ଆଉ ଦୁଇଦିନ ପରେ ଘୋଷଣା ହେବାକୁ ଯାଉଛି ୟଶ୍ ଙ୍କ ନୂଆ ଫିଲ୍ମର ଟାଇଟଲ । ଏହା ପୂର୍ବରୁ ଇନଷ୍ଟାଗ୍ରାମ ପେଜ୍ ର ଡିପି ଚେଞ୍ଜ କରି ଫ୍ୟାନ୍ସଙ୍କୁ ହିଣ୍ଟ ଦେଇଛନ୍ତି ସୁପରଷ୍ଟାର ୟଶ୍ । କେଜିଏଫ ଚାପ୍ଟର ୨ ର ସଫଳତା ପରେ ୟଶ୍ ଙ୍କ ପରବର୍ତ୍ତୀ ଫିଲ୍ମ ନେଇ ବେଶ ଅପେକ୍ଷାରତ ରହିଥିଲେ ତାଙ୍କ ଫ୍ୟାନ୍ସ । ତେବେ ଏହି ଅପେକ୍ଷାର ଏବେ ଅନ୍ତ ଘଟିବାକୁ ଯାଉଛି। ସୁପରଷ୍ଟାର ୟଶ୍ ନିଜର ନୂଆ ଫିଲ୍ମର ଆନାଉନ୍ସମେଣ୍ଟ କରିବାକୁ ଯାଉଛନ୍ତି । ଚର୍ଚ୍ଚା ହେଉଛି ଯେ, ଏହି ଫିଲ୍ମର ନାମ 'ୟଶ୍ 19' ରଖାଯାଇଛି। ଏହି ଚର୍ଚ୍ଚା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଭାଳେଣି ପଡ଼ିଗଲାଣି। ତେବେ ୮ ଡିସେମ୍ବର ସକାଳ ୯.୫୫ ମିନିଟ୍ କୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । 

ସୁପରଷ୍ଟାର ୟଶ୍ ୨୦୨୨ ରେ ଫିଲ୍ମ କେଜିଏଫ ଚାପ୍ଟର ୨ (KGF Chapter 2) ରେ ନଜର ଆସିଥିଲେ। ଆଉ ଏହି ଫିଲ୍ମ ବ୍ଲକ ବଷ୍ଟର ପରେ ଫ୍ୟାନ୍ସ ମାନେ ତାଙ୍କ ନେକ୍ସଟ ଫିଲ୍ମକୁ ଅପେକ୍ଷା କରିରହିଥିଲେ। ପ୍ରଥମେ କୁହାଯାଉଥିଲା ଯେ, କେଜିଏଫ ୩ ରେ ନଜର ଆସିବେ ୟଶ୍ । ଯାହାର ସୁଟିଂରେ ଖୁବ ବ୍ୟସ୍ତ ରହୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ କେଜିଏଫ ୩ କୁ (KGF Chapter 3) ନେଇ କୌଣସି ନୂଆ ଅପଡେଟ ନା ଅଭିନେତା ନା ଡାଇରେକ୍ଟର କୌଣସି ଖୁଲାସା କରିନାହାଁନ୍ତି। ହେଲେ କେଜିଏଫର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ଏବେ ପ୍ରଭାସଙ୍କ ସହ ସଲାର ଫିଲ୍ମର ରିଲିଜ ନେଇ ଖୁବ ବ୍ୟସ୍ତ ଅଛନ୍ତି । ସୂଚନାଯୋଗ୍ୟ, କେଜିଏଫ ଡାଇରେକ୍ଟର ପ୍ରଶାନ୍ତ ନିଲ୍ ସଲାର ସହ କେଜିଏଫର ଲିଙ୍କ୍ ନାହିଁ ବୋଲି ଗତ କିଛିଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ। ହେଲେ କେଜିଏଫ ଫ୍ରାଞ୍ଚାଇଜର ଅଂଶ ନୁହେଁ ବୋଲି ପ୍ରଶାନ୍ତ ନିଲ୍ (Director Prashanth Neel) ନିଜେ ପ୍ରତ୍ୟାଖାନ କରିଛନ୍ତି। ଡିସେମ୍ବର ୨୨ ତାରିଖରେ କେଜିଏଫ ଡାଇରେକ୍ଟର ପ୍ରଶାନ୍ତ ନିଲ୍ ନିଜର ଆଗାମୀ ପ୍ରୋଜେକ୍ଟ ସଲାରକୁ ରିଲିଜ କରିବାକୁ ଯାଉଛନ୍ତି। 

 

 
 
 
 

 
 
 
 
 
 
 
 
 
 
 

A post shared by Yash (@thenameisyash)

Yash 19 ୟଶ୍ ଙ୍କ ନୂଆ ଫିଲ୍ମ, ୮ ଡିସେମ୍ବରରେ ଖୋଲିବ ରାଜ୍ 
ହେଲେ ୟଶ୍ ଙ୍କ ଫିଲ୍ମ Yash 19 ବିଷୟରେ ଯଦି କଥା ହେବା ତେବେ ଏହା ଏକ ବିଗ୍ ବଜେଟ ଫିଲ୍ମ। ଏହି ଫିଲ୍ମ KVN Productions ହାଉସ ଅଧିନରେ ନିର୍ମିତ ହେଉଛି। ସୁପରଷ୍ଟାର ୟଶ୍ ନିଜେ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ଙ୍କ ସହ ଅପଡେଟ୍ ସେୟାର କରିଥିଲେ। ଆଉ ଏବେ କହିଛନ୍ତି ଯେ, ୮ ଡିସେମ୍ବର ସକାଳ ୯.୫୫ ମିନିଟରେ ଏହି ଫିଲ୍ମର ଟାଇଟଲ ଖୁଲାସା ହେବ। ଆଉ ସେତେବେଳେ ଜଣାପଡ଼ିବ ୟଶ ନିଜ ଫିଲ୍ମ Yash 19 ବିଷୟରେ ଖୁଲାସା କରିବେ ନା ଆଉ କୌଣସି ନୂଆ ଫିଲ୍ମ ବିଷୟରେ ରିଭିଲ୍ କରିବେ। ତେବେ ଏହି ଫିଲ୍ମକୁ ନେଇ ୟଶ୍ ବହୁତ ପରିଶ୍ରମ କରିଛନ୍ତି । ପାଖାପାଖି ଦେଢବର୍ଷ ଧରି ୟଶ ଏହି ଫିଲ୍ମ ପାଇଁ କାମ କରିଛନ୍ତି। 

ଆଉ ଏହାର ଏକ ଫଟୋ ସେୟାର କରି ୟଶ ନିଜେ ଲେଖିଛନ୍ତି ଯେ, ସମୟ ଆସିଯାଇଛି। ୮ ଡିସେମ୍ବର ସକାଳ ୯.୫୫ ମିନିଟ୍ । Stay Tuned ଟୁ  KVN Productions

Also Read: ସୋସାଇଟିରେ ବୁଲିବୁଲି ପରିବା ବିକୁଛନ୍ତି ଅର୍ଚ୍ଚିତା, ଦେଖନ୍ତୁ ଏହି ଭିଡିଓ

Also Read: Sunil Kanugolu: କିଏ ଏହି କାନୁଗୋଲୁ, ଯାହାଙ୍କ ରଣନୀତିକୁ ଫଲୋ ନକରି ହାରିଲେ ଗେହଲୋଟ ଓ କମଲନାଥ !