ମାତା ପିତାଙ୍କୁ ନଜଣାଇ ଅଭିନେତ୍ରୀ କରୁଥିଲେ ଏମିତି କାମ, କଅଁଳ ବୟସରେ ଚାଲିଗଲା ଜୀବନ
Advertisement
Article Detail0/zeeodisha/odisha1187421

ମାତା ପିତାଙ୍କୁ ନଜଣାଇ ଅଭିନେତ୍ରୀ କରୁଥିଲେ ଏମିତି କାମ, କଅଁଳ ବୟସରେ ଚାଲିଗଲା ଜୀବନ

ଅସ୍ତ୍ରୋପଚାର ସମୟରେ ଯୁବ ଅଭିନେତ୍ରୀ ଚେତନା ରାଜ (Chetana Raj) ଙ୍କ ଦେହାନ୍ତ ହୋଇଛି। ଜାକ୍ତରଙ୍କ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଚେତନାଙ୍କ ଅବିଭାବକ ଅଭିଯୋଗ କରିଛନ୍ତି। ଉପଯୁକ୍ତ ଯନ୍ତ୍ରପାତି ବିନା ଅସ୍ତ୍ରୋପଚାର କରାଯାଇଥିବା ସେମାନେ କହିଛନ୍ତି। 

ଫାଇଲ ଫଟୋ

 

ବେଙ୍ଗାଲୁରୁ: ମଙ୍ଗଳବାର କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଏକ ଅଭାବନୀୟ ଘଟଣା ଘଟିଛି। ଅସ୍ତ୍ରୋପଚାର ବେଳେ ଜଣେ ୨୧ ବର୍ଷିୟ କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କ ମୃତ୍ୟୁ ଘଟିଛି। ଅଭିନେତ୍ରୀ ଜଣକ ତାଙ୍କ ଚର୍ବି ବାହାର କରିବା ପାଇଁ ସର୍ଜରୀ କରୁଥିଲେ। ତେବେ ଏହି ସର୍ଜରୀ ବିଷୟରେ ତାଙ୍କ ମାତା ପିତା ଜାଣିନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଚେତନା ରାଜ ଲୋକପ୍ରିୟ ସିରିଏଲ ‘ଗୀତା’, ‘ଡୋରେସାନି’, ‘ଓଲାଭିନା ନିଲଦାନା’ ଓ କନ୍ନଡ ଚଳଚ୍ଚିତ୍ର ‘ହାଭାୟାମି’ରେ ମଧ୍ୟ ଅଭିନୟ କରିଥିଲେ। 

ଅସ୍ତ୍ରୋପଚାର ସମୟରେ ଯୁବ ଅଭିନେତ୍ରୀ ଚେତନା ରାଜ (Chetana Raj) ଙ୍କ ଦେହାନ୍ତ ହୋଇଛି। ଜାକ୍ତରଙ୍କ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଚେତନାଙ୍କ ଅବିଭାବକ ଅଭିଯୋଗ କରିଛନ୍ତି। ଉପଯୁକ୍ତ ଯନ୍ତ୍ରପାତି ବିନା ଅସ୍ତ୍ରୋପଚାର କରାଯାଇଥିବା ସେମାନେ କହିଛନ୍ତି। ଚେତନା ରାଜ ବେଙ୍ଗାଲୁରୁ (Bengaluru) ର ଅବ୍ବିଗେରେର ବାସିନ୍ଦା। ଅସ୍ତ୍ରୋପଚାର ସମୟରେ ତାଙ୍କ ଫୁସଫୁସରେ ପାଣି ଜମା ହେବା ଫଳରେ ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

Also Read: ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ମୋଦି-ଯୋଗୀଙ୍କ ନାମ

ଚେତନା ରାଜଙ୍କ ପିତା ଗୋବିନ୍ଦ ରାଜ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଝିଅ ସୋମବାର ସକାଳ ସାଢେ ଆଠଟା ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନେ ଏହା ବିଷୟରେ ଜାଣିବା ବେଳକୁ ଅସ୍ତ୍ରୋପଚାର ଆରମ୍ଭ ହୋଇସାରିଛି। ସନ୍ଧ୍ୟା ସୁଦ୍ଧା ଫୁସଫୁସକୁ ପାଣି କିମ୍ବା ଚର୍ବିରେ ଭରି ଦିଆଯାଇଥିଲା ଏବଂ ସେ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଆଇସିୟୁରେ କୌଣସି ଉପଯୁକ୍ତ ସୁବିଧା ନଥିଲା ବୋଲି ସେ କହିଛନ୍ତି।

ଚେତନା ରାଜ ସେମାନଙ୍କୁ ଚର୍ବି ଅସ୍ତ୍ରୋପଚାର କରିବାକୁ ଅନୁମତି ମାଗିଥିଲେ କିନ୍ତୁ ପରିବାର ଲୋକେ ତାଙ୍କୁ ଅସ୍ତ୍ରୋପଚାର ନକରିବାକୁ କହିଥିଲେ। ପରିବାର ସଦସ୍ୟଙ୍କ ଅଜ୍ଞାତରେ ସେ ଅସ୍ତ୍ରୋପଚାର କରିଥିଲେ ବୋଲି ଗୋବିନ୍ଦ ରାଜ ସ୍ପଷ୍ଟ କରିଛନ୍ତି। ଡାକ୍ତରଖାନାର ଅବହେଳା ହେତୁ ମୋ ଝିଅର ମୃତ୍ୟୁ ଘଟିଛି। ପିତାମାତାଙ୍କ ବିନା ସମ୍ମତିରେ ଏବଂ ଉପଯୁକ୍ତ ଯନ୍ତ୍ରପାତି ବିନା ଡାକ୍ତରମାନେ ଅସ୍ତ୍ରୋପଚାର କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Also Read: ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ଟାର୍ଗେଟ କଲେ କଙ୍ଗନା ରାନାୱତ, କହିଲେ- ଏମାନେ ଲୁଚିଛପି ମୋତେ...

"ମୋ ଝିଅ ସୁସ୍ଥ ଥିଲା। ସେ ସଂପୂର୍ଣ୍ଣ ଭଲ ଥିଲା। ସେ ନିଜ ସାଙ୍ଗମାନଙ୍କ ସହିତ ଡାକ୍ତରଖାନା ଯାଇଥିଲା। କେହି ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ତାର ଅଣ୍ଟାରେ ଅଧିକ ଚର୍ବି ଅଛି ଏବଂ ସେ ପରିବାର ସଦସ୍ୟଙ୍କ ପରାମର୍ଶ ନକରି ଅସ୍ତ୍ରୋପଚାର ପାଇଁ। ମୁଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।" ବୋଲି ଚେତନାଙ୍କ ପିତା ଗୋବିନ୍ଦ ରାଜ କହିଛନ୍ତି।