Katrina Kaif: ମାଆ ହେବେ କ୍ୟାଟ୍ରିନା !ଖବରକୁ ନେଇ ଚର୍ଚ୍ଚା..
Advertisement
Article Detail0/zeeodisha/odisha1885523

Katrina Kaif: ମାଆ ହେବେ କ୍ୟାଟ୍ରିନା !ଖବରକୁ ନେଇ ଚର୍ଚ୍ଚା..

Katrina Kaif: ସେଲିବ୍ରିଟିମାନଙ୍କୁ ଗୁଜବ ପ୍ରଚାର ପ୍ରାୟତଃ ଲାଗି ରହିଥାଏ। ଆଜିକାଲି କ୍ୟାଟ୍ରିନା କୈଫଙ୍କୁ(Katrina Kaif) ନେଇ ବଡ଼ ଗୁଜବ ପ୍ରଚାର ଚାଲିଛି। କ୍ୟାଟଙ୍କର କିଛି ଫ୍ୟାନଙ୍କ କହିବା ଅନୁସାରେ କ୍ୟାଟ୍ରିନା କୁଆଡେ ମାଆ ହେବାକୁ ଯାଉଛନ୍ତି। ଏବେ ଏହି ଖବର ନିଆଁ ଭଳି ବ୍ୟାପିବାରେ ଲାଗିଛି।

ତେବେ, ଏହି ଖବର କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇନି । କି ଏପର୍ଯ୍ୟନ୍ତ କ୍ୟାଟ୍ରିନା କି ଭିକି କୌଣସି ଅଫିସିଆଲ ଘୋଷଣା କରିନାହାଁନ୍ତି ।  ତେବେ ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ସେ ନିଜ ଇନଷ୍ଟାଗ୍ରାମ (Instagram) ଆକାଉଣ୍ଟରେ ଏଥନିକ୍ ଗେଟଅପରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିଲେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।ସେହି ଫଟୋକୁ ଦେଖି ଅନେକ ତାଙ୍କୁ ତାଙ୍କୁ ଗର୍ଭବତୀ ଥିବା କହିଛନ୍ତି।

A post shared by Katrina Kaif (@katrinakaif)

ତେବେ ଆଗକୁ କ୍ୟାଟ୍ରିନାଙ୍କ ଅନେକ ବିଗ୍ ବଜେଟ୍ ଫିଲ୍ମ ଆସିବାକୁ ଯାଉଛି। ସଲମାନଙ୍କ(Salman) ସହ ଟାଇଗର ୩ ,ବିଜୟ ସେତୁପତି ସହ ମେରୀ କ୍ରିସମାସ ଓ ଆଲିଆ ଭଟ୍ଟଙ୍କ ସହ ଜି ଲେ ଜରା ଫିଲ୍ମରେ ନଜର ଆସିବେ। ୨୦୨୧ ମସିହାରେ କ୍ୟାଟ୍ରିନା ଅଭିନେତା ଭିକ୍କି କୌଶଲଙ୍କୁ(Vicky kaushal) ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ବିବାହ ପରଠାରୁ ସେ ଗର୍ଭବତୀ ହେବାର ଗୁଜବ ଅନେକ ଥର ସାମ୍ନାକୁ ଆସିଛି। ଭିକି ଓ କ୍ୟାଟ୍ରିନା ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି । ଭିକି ଏବଂ କ୍ୟାଟ୍ରିନା ଦୀର୍ଘ ଦିନ ଏକାଠି ରହିଥିଲେ ମଧ୍ୟ, ଦୁହେଁ ନିଜ ସମ୍ପର୍କ ବିଷୟରେ କାହାକୁ କିଛି ଜଣାଇ ନଥିଲେ।

Also Read: Parineeti-Raghav Wedding: ହାତୀ, ଘୋଡ଼ା କି କାର୍ ନୁହେଁ, ଏଥିରେ ବରଯାତ୍ରୀ ନେଇ ଆସିବେ ରାଘବ ଚଢା

Zee Odisha News ଏବେ ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌ ରେ...ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...