KKK-12 : ବିପଦକୁ ସାମ୍ନା କରିବେ ଟିଭିର ସଂସ୍କାରୀ ବୋହୂ
Advertisement

KKK-12 : ବିପଦକୁ ସାମ୍ନା କରିବେ ଟିଭିର ସଂସ୍କାରୀ ବୋହୂ

ଖତରୋଁ କେ ଖିଲାଡି -୧୨ ଜୁଲାଇ ମାସରେ ଟେଲିକାଷ୍ଟ ହେବାକୁ ଯାଉଛି । ଶୋରେ ଭାଗନେବେ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ବୋହୂଙ୍କ ଠାରୁ ଆରମ୍ଭ କରି ଟିକଟକ ଷ୍ଟାର । ଛୋଟୀ ବୋହୂ ବି କରିବେ ବିପଦକୁ ସାମ୍ନା । ସାଉଥ ଆଫ୍ରିକାରେ କରାଯିବ ଶୋର ସୁଟିଂ ।

KKK-12 : ବିପଦକୁ ସାମ୍ନା କରିବେ ଟିଭିର ସଂସ୍କାରୀ ବୋହୂ

ନୂଆଦିଲ୍ଲୀ: ଟିଭି ପରଦାର  ଆଡଭେଞ୍ଚର ରିଅଲିଟି ଶୋ ଖତରୋଁ କେ ଖିଲାଡି (Khatron Ke Khiladi) ନୂଆ ସିଜିନ ସହିତ ଦର୍ଶକଙ୍କ ପାଖକୁ ଆସିବା ପାଇଁ ପୁରା ପ୍ରସ୍ତୁତ ରହିଛି । ଖତରୋଁ କେ ଖିଲାଡି ସିଜିନ ୧୨ (Khatron Ke Khiladi 12) ଟିଭି ପରଦାରେ ଧମାଲ କରିବାକୁ ଯାଉଛି । ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ (Rohit Shetty) ଏହି ଶୋର ସବୁ ସିଜିନକୁ ହୋଷ୍ଟ କରିଥିବା ବେଳେ ଦର୍ଶକଙ୍କୁ ମଧ୍ୟ ରୋହିତଙ୍କ ହୋଷ୍ଟିଂ ଅନ୍ଦାଜ ପସନ୍ଦ ଆସେ । ଖତରୋଁ କେ ଖିଲାଡିର ସବୁ ସିଜିନ ଶାନଦାର ହୋଇଥିବା ବେଳେ ଏହାର ନୂଆ ସିଜିନ ୧୨ (Khatron Ke Khiladi 12) ମଧ୍ୟ  ଟିଭି ପରଦାରେ ଧୁମ ମଚାଇବ ।

ଏହି ଶୋର ପ୍ରତିଯୋଗୀଙ୍କୁ ନେଇ ଚର୍ଚ୍ଚା ସବୁବେଳେ ଲାଗି ରହିଥାଏ । ନୂଆ ଚେହେରା , ଟିଭି ଅଭିନେତ୍ରୀ , ଅଭିନେତା , ମଡେଲଙ୍କୁ ଖତରୋଁ କେ ଖିଲାଡିରେ ଦେଖିବାକୁ ମିଳିଛି । ଖତରୋଁ କେ ଖିଲାଡି ସିଜିନ ୧୨ (Khatron Ke Khiladi 12)ରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ନାମ ମଧ୍ୟ ଏବେ ଧିରେ ଧିରେ ସାମ୍ନାକୁ ଆସିଛି ।   ମିଡିଆ ରିପୋର୍ଟସ ଅନୁଯାୟୀ ,  ରୋହିତ ସେଟ୍ଟୀଙ୍କ ଏହି ଆଡଭେଞ୍ଚର ଶୋରେ ଏଥର ଟିଭିର ଅନେକ ସଂସ୍କାରୀ ବୋହୂଙ୍କୁ  ବିପଦକୁ ସାମ୍ନା କରୁଥିବାର ଦେଖିବାକୁ ପାଇବେ ଦର୍ଶକ । ଟେଲିଭିଜନ ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀତି ଝା (Sriti Jha) ଏଥିରେ ଭାଗ ନେବେ ବୋଲି ଜଣାପଡ଼ିଛି ।

Also Read: 'ରାମ ସେତୁ'ର ପ୍ରଥମ ଝଲକ ଦେଖିଲା ଦୁନିଆ

ଶ୍ରୀତିଙ୍କ ବ୍ୟତୀତ ବିଗ ବସ ସିଜିନ ୧୪(BigBoss-14)ର  ୱିନର ତଥା ଆକ୍ଟ୍ରେସ ରୁବୀନା ଦିଲେକ (Rubina Dilaik) ମଧ୍ୟ ଏହି ଶୋ'ରେ ଭାଗ ନେବେ ବୋଲି ଚର୍ଚ୍ଚା ହେଉଛି । ଛୋଟୀ ବୋହୂ ସାଜି ସେ ଟିଭି ଇଣ୍ଡଷ୍ଟ୍ରୀରେ ସେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛନ୍ତି । ବିଗ ବସ-୧୪ ପରେ ରୁବୀନା ଆହୁରି ଲୋକପ୍ରିୟ ହୋଇଯାଇଛନ୍ତି ।ଆଉ ଏବେ ଟିଭି ପରଦାର ଛୋଟୀ ବୋହୂଙ୍କୁ ବିପଦର ସାମ୍ନା କରୁଥିବା ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।ରୁବୀନା ଯେ କୌଣସି ଟାସ୍କକୁ  ଭଲଭାବେ ସମ୍ପୂର୍ଣ୍ଣ କରନ୍ତି , ତାହା ଆମେ ସମସ୍ତେ ବିଗବସ୍-୧୪ରେ ଦେଖିସାରିଛୁ ।ଖତରୋଁ କେ ଖିଲାଡି ସିଜିନ ୧୨ (Khatron Ke Khiladi 12) ଶ୍ରୁତି ଝା ଏବଂ ରୁବୀନା ଦିଲେକଙ୍କ ବ୍ୟତୀତ ଆହୁରି ଅନେକ ଷ୍ଟାରଙ୍କ ନାଁ ସାମ୍ନାକୁ ଆସିଛି ।

Also Read: ଶେହନାଜଙ୍କୁ ମିଳିଲା ବଡ଼ ଅଫର, ସଲମାନଙ୍କ ସହ କରିବେ ବଲିଉଡରେ ଡେବ୍ୟୁ

ପ୍ରତୀକ ସହଜପାଲ (Pratik Sehajpal) , ଉମର ରିୟାଜ (Umar Riaz) , ଏରିକା ଫର୍ଣ୍ଣାଡିଜ୍ (Erica Fernandes) , ଜନ୍ନତ ଜୁବୈର (Jannat Zubair ), ଶିଭାଙ୍ଗୀ ଯୋଶୀ (Shivangi Joshi) , ପବିତ୍ର ପୁନିଆ (Pavitra Punia) ,  ମୁନୱର ଫାରୁକୀ (Munawar  Faruqui) , ଚେତନା ପାଣ୍ଡେ (Chetna Pande ) , ଫୈଜଲ ଶୈଖ  ( Faisal Shaikh) ଏବଂ ତୁଷାର କାଲିଆ (Tushar Kalia)ଙ୍କ ପରି ବହୁ ପ୍ରସିଦ୍ଧ କଳାକାର ଏହି ଶୋରେ ଭାଗ ନେବେ ବୋଲି ଚର୍ଚ୍ଚା ହେଉଛି । ହେଲେ ଏହି ଶୋରେ ପ୍ରତିଯୋଗୀ ନେଇ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ କରାଯାଇନାହିଁ ।  ଖତରୋଁ କେ ଖିଲାଡି ସିଜିନ ୧୨ (Khatron Ke Khiladi 12) ଏଥର ସାଉଥ ଆଫ୍ରିକାରେ ସୁଟ୍ କରାଯିବ । ମିଡିଆ ରିପୋର୍ଟସ ମୁତାବକ , ଶୋ'ର ସୁଟିଂ ମେ ମାସ ଶେଷ ଆଡ଼କୁ ଆରମ୍ଭ କରାଯିବ । ଏହି ଶୋ ନୋରା ଫତେହି ଏବଂ ନିତୁ କପୁର ଙ୍କ ଡ୍ୟାନ୍ସ ଶୋ 'ଡ୍ୟାନ୍ସ ଦିୱାନେ ' ସରିବା ପରେ ଆରମ୍ଭ ହେବ । ଚଳିତ ବର୍ଷ ଜୁଲାଇ ମାସରେ ହିଁ ଏହି ଶୋ ଟେଲିକାଷ୍ଟ ହେବ ବୋଲି ଜଣାପଡ଼ିଛି ।