ମୋଦି କ୍ୟାବିନେଟରେ ବିଜେପିର ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତ୍ରୀ ହୋଇଛନ୍ତି । ଏହା ପରେ ସୋସିଆଲ ମିଡିଆରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଏଭଳି ପରିସ୍ଥିତିରେ ଲୋକମାନେ ସିନ୍ଧିଆଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ।
Trending Photos
ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ୫୦ ବର୍ଷ ବୟସରେ ମୋଦି କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି । ଗ୍ୱାଲିଅର ରାଜ ପରିବାରର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ମାର୍ଚ୍ଚ ୨୦୨୦ ରେ ବିଜେପିରେ ଯୋଗ ଦେଇଥିଲେ । ପ୍ରାୟ ଦେଢ଼ ବର୍ଷ ପରେ ମନ୍ତ୍ରୀ ଭାବରେ ମୋଦି କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ସେ କ୍ୟାବିନେଟ ମନ୍ତ୍ରୀ (Cabinet Minister) ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରାରମ୍ଭରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜନୀତିରେ ଆଗ୍ରହୀ ନଥିଲେ । ସେ ଜଣେ ବ୍ୟାଙ୍କର ଥିଲେ । ୨୦୦୧ ମସିହାରେ ନିଜ ପିତା ମାଧବରାଓ ସିନ୍ଧିଆଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ ।
ହାର୍ଭାର୍ଡରେ କରିଥିଲେ ଅଧ୍ୟୟନ
ଜ୍ୟୋତିରାଦିତ୍ୟ ସିନ୍ଧିଆ ୧ ଜାନୁଆରୀ ୧୯୭୧ ରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରାଥମିକ ଶିକ୍ଷା ସହରର କ୍ୟାମ୍ପିନ୍ ସ୍କୁଲ୍ ଓ ଡୁନ୍ ସ୍କୁଲ୍ ଡ଼େରାଡୁନ୍ ଠାରୁ କରିଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia)୧୯୯୩ ରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୦୧ ରେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ଏମବିଏ କରିଥିଲେ । ଏହା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜଣେ ବ୍ୟାଙ୍କର ଭାବରେ କାର୍ଯ୍ୟ କରିଛନ୍ତି । ନିଜ ପିତାଙ୍କ ମୃତ୍ୟୁ ପରେ ସିନ୍ଧିଆ ୨୦୦୧ ରେ ରାଜନୀତିରେ ପ୍ରବେଶ କରିଥିଲେ ।
ଅଧିକ ପଢ଼ନ୍ତୁ: ଦ୍ୱିତୀୟ ଲହରର ପ୍ରଭାବରୁ ଶୀଘ୍ର ମୁକୁଳିବ ଦେଶର ଅର୍ଥନୀତି, ଲକଡାଉନର ପ୍ରଭାବ ସୀମିତ: ସର୍ଭେ
ଗାୟକ୍ଵାଡ ପରିବାରରେ କରିଥିଲେ ବିବାହ
ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରିୟଦର୍ଶିନୀ ରାଜେଙ୍କୁ (Priyadarshini Raje ) ବିବାହ କରିଛନ୍ତି । ସର୍ବସାଧାରଣ ଇଭେଣ୍ଟରେ ପ୍ରିୟଦର୍ଶିନୀ କ୍ୱଚିତ୍ ନଜର ଆସିଥାନ୍ତି । ୨୦୧୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେ ନିଜ ସ୍ୱାମୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ ବହୁଳ ଭାବରେ ଦେଖାଯାଇଥିଲେ । ତାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି ଯେ ସେ ଗାୟକ୍ଵାଡ ପରିବାରରୁ ଆସିଛନ୍ତି । ୧୯୯୪ ରେ ଉଭୟଙ୍କର ବିବାହ ହୋଇଥିଲା । ଦୁହେଁ ପୂର୍ବରୁ ମଧ୍ୟ ସାକ୍ଷାତ କରିଥିଲେ । ଜାଣନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମ ଦେଖାରେ କ'ଣ ଭାବିଥିଲେ ।
'ଏହା ମୋ ପାଇଁ ତିଆରି ହୋଇଛି'
ପ୍ରିୟଦର୍ଶିନୀ ରାଜେ କନଭେଣ୍ଟ ଅଫ୍ ଜିସୁ ଓ ମେରି ସ୍କୁଲରେ ଅଧ୍ୟୟନ କରିଛନ୍ତି । ଉଚ୍ଚଶିକ୍ଷା ପାଇଁ ପ୍ରିୟଦର୍ଶିନୀ ମୁମ୍ବାଇର ସୋଫିଆ କଲେଜରେ ଆଡମିଶନ ନେଇଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ କିଛି ବର୍ଷ ପୂର୍ବେ ଏକ ସାକ୍ଷାତକାରରେ କହିଥିଲେ ଯେ ମୁଁ ୧୯୯୧ ରେ ଦିଲ୍ଲୀର ଏକ ଇଭେଣ୍ଟରେ ପ୍ରିୟଦର୍ଶିନୀ ରାଜେଙ୍କୁ ଭେଟିଥିଲି । ପ୍ରିୟଦର୍ଶିନୀ ମୁମ୍ବାଇରେ ଥିବାବେଳେ ସିନ୍ଧିଆ ସେତେବେଳେ ଆମେରିକାରେ ରହୁଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ସେହି ସାକ୍ଷାତକାରରେ କହିଥିଲେ ଯେ ମୁଁ ପ୍ରଥମ ଦିନରୁ ଜାଣିଥିଲି ଯେ ପ୍ରିୟଦର୍ଶିନୀ ମୋ ପାଇଁ ତିଆରି ହୋଇଛନ୍ତି, ଏ ହେଉଛନ୍ତି ସେହି ଯାହାକୁ ମୁଁ ବିବାହ କରିବାକୁ ଚାହେଁ ।
ଅଧିକ ପଢ଼ନ୍ତୁ: ବିଚିତ୍ର ଆଦେଶ, ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଦିଆଯିବ କଣ୍ଡୋମ
ଭାରତର ୫୦ ସୁନ୍ଦର ମହିଳାଙ୍କ ମଧ୍ୟରେ ସାମିଲ ଥିଲେ ପ୍ରିୟଦର୍ଶିନୀ
ପବ୍ଲିକ ଇଭେଣ୍ଟରେ ପ୍ରିୟଦର୍ଶିନୀ ରାଜେ କ୍ୱଚିତ୍ ନଜର ଆସନ୍ତି । ୨୦୦୮ ମସିହାରେ ସେ ଭର୍ଭଙ୍କ ଦ୍ୱାରା ବେଷ୍ଟ ଡ୍ରେସ୍ଡ ତାଲିକାରେ ସାମିଲ ହୋଇଥିଲେ । ୨୦୧୨ ରେ ସେ ଭାରତର ୫୦ ଟି ସୁନ୍ଦର ମହିଳାଙ୍କ ଫେମିନା ତାଲିକାରେ ସ୍ଥାନ ପାଇଥିଲେ । ପ୍ରିୟଦର୍ଶିନୀ ବର୍ତ୍ତମାନ ଦିଲ୍ଲୀର ଜୟଭିଲାସ ପ୍ୟାଲେସରେ ଓ ଗ୍ୱାଲିଅରରେ ରୁହନ୍ତି । ପ୍ରିୟଦର୍ଶିନୀ ରାଜେ ପିଲାମାନଙ୍କ ସହିତ ଅଧିକ ସମୟ ବିତାନ୍ତି । ଏହା ସହିତ ସେ ନିଜ ସ୍ୱାମୀଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ବହୁତ ନଜର ଆସିଛନ୍ତି ।
ଅଧିକ ପଢ଼ନ୍ତୁ: ବୃଦ୍ଧି ପାଉଥିବାକୁ କୋରୋନା ମାମଲା ନେଇ WHO ମୁଖ୍ୟ ବୈଜ୍ଞାନିକ ଦେଲେ ଏହି ଚେତାବନୀ
ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି
ଜ୍ୟୋତିରାଦିତ୍ୟ ଓ ପ୍ରିୟଦର୍ଶିନୀ ରାଜେ ସିନ୍ଧିଆଙ୍କ ଦୁଇଟି ସନ୍ତାନ ଅଛନ୍ତି । ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ଗତ ବର୍ଷ ପୁଅ ମହାଆର୍ଯ୍ୟମାନ ସ୍ନାତକ ହାସଲ କରିଥିଲେ । ମହାଆର୍ଯ୍ୟମାନ ଗ୍ୱାଲିଅରରେ ବହୁତ ନଜର ଆସନ୍ତି । ଝିଅ ଅନନ୍ୟା ଏବେ ମଧ୍ୟ ଅଧ୍ୟୟନ କରୁଛନ୍ତି । ଅନନ୍ୟା ହର୍ଷ ରାଇଡିଙ୍ଗ କରିବାକୁ ବହୁତ ଭଲ ପାଆନ୍ତି ।